ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସୁଧାଂଶୁ ଶେଖର ପଣ୍ଡା ନିଲମ୍ବିତ ହୋଇଛନ୍ତି। ସୂଚନା ଅନୁଯାୟୀ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ଅଜ୍ଞାତ ସାରରେ କନିଷ୍ଠ କିରାଣୀ ସୁଧାଂଶୁ ପୂଜା ଆଡଭାନ୍ସ ପାଇଁ ଶିକ୍ଷକ ମାନଙ୍କ ଠାରୁ ୧୦୦ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏନେଇ ଶିକ୍ଷକମାନେ ଟଙ୍କା ଦେଉଥିବା କନିଷ୍ଠ କିରାଣୀ ଟଙ୍କା ମାଗିଥିବା ଏକ ଭିଡିଓ ଭାଇରଲ୍ ହୋଇଥିଲା। ଏହି ଘଟଣା ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ ଜାଣିବା ପରେ ଅଫିସ ଅର୍ଡର ନଂ ୮୨୬୪ ରେ ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ କନିଷ୍ଠ କିରାଣୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ବିଇଓଙ୍କୁ ପଚାରିବାରୁ ତାଙ୍କ ଅଜ୍ଞାତସାରରେ ଏଭଳି ଘଟଣା ହୋଇଥବା ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ତାଗିଦ୍ କରିଥିବା ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।
ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ନିଲମ୍ବିତ
