ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପୌରପରିଷଦ ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଆଜି ୧୬୦ଜଣ ସଫେଇ କର୍ମଚାରୀ ଓ ସଫେଇ ମିତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପଣ୍ଡୁସର, ଶରଣକୁଳ, ମହୀପୁର, ନୟାଗଡ ଡାକ୍ତରଖାନାରୁ ଡାକ୍ତରମାନେ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରମାକାନ୍ତ ପଣ୍ଡା, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଅଜୟ କୁମାର ବାହିନୀପତି, ପୌରଉପାଧ୍ୟାକ୍ଷ ଗୁରୁପ୍ରସାଦ ଜେନା ଅତିଥିଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ। କାଉନସିଲର ଲଷ୍ମୀଧର ମହାପାତ୍ର, ଜାନକୀବଲ୍ଲଭ ଜେନା, ଦୀନବନ୍ଧୁ ଗୁରୁ, ସ୍ଵଂୟପ୍ରଭା ମିଶ୍ର, ଶର୍ମିଲା ପ୍ରଧାନ, ଅଖିଳ କୁମାର ସ୍ୱାଇଁ, ଗଦାଧର ଜେନା, ରୁଦ୍ରପ୍ରସନ୍ନ ରଥ ଉପସ୍ଥିତ ରହି ଶିବିରକୁ ସମ୍ପୂର୍ଣ ସହଯୋଗ କରିଥିଲେ। କାଯ୍ୟକ୍ରମକୁ ନିର୍ବାହୀ ଅଧିକାରିଣୀ ସ୍ନେହଲତା ଆଚାର୍ଯ୍ୟ ପରିଚାଳନା କରିଥିଲେ। ସେ ତାଙ୍କ ବକ୍ତବ୍ୟ ରଖିଥିଲେ ସ୍ୱଚ୍ଛତା ହିଁ ସେବା କାଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ବ୍ୟାପକ ସଚେତନତା କରାଯାଉଛି ଓ ବିଭିନ୍ନ ୱାଡ଼ରେ ସଫେଇ କାଯ୍ୟକ୍ରମ ଚାଲୁ ରହିଛି।
ସ୍ଵଚ୍ଛତା ହିଁ ସେବା ୧୬୦ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
