ଦଶପଲ୍ଲା,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିହଗାଁ ପଂଚାୟତ ମଧୁପୁର ଗ୍ରାମର ଶ୍ରୀକାନ୍ତ ପ୍ରଧାନ ନାମକ ଜୈନିକ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଅହମଦାବାଦରୁ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମମାଟି ତଥା ମଧୁପୁର ଗ୍ରାମକୁ ଅଣାଯାଇଛି । ଶ୍ରୀକାନ୍ତଙ୍କ ମରଶରୀର ଗାଁ’ରେ ପହଞ୍ଚିବା ପରେ ମଧୁପୁର ଗ୍ରାମରେ ଦୁଃଖର ବାତାବରଣ ଖେଳିଯାଇଥିଲା । ସୂଚନାଯୋଗ୍ୟ ଯେ ଶ୍ରୀକାନ୍ତ ଗୁଜୁରାଟରେ ରହି କାମ କରୁଥିଲେ। ଅହମଦାବାଦ ଠାରେ ତାଙ୍କର ଦୁର୍ଘଟଣା ଘଟିଥିଲା। ପରେ ଡାକ୍ତରଖାନାରେ ଚିକିତ୍ସିତ ସମୟରେ ମୃତ୍ୟୁ ଘଟିଥିଲା। ପାଖରେ ଆଉ ଅର୍ଥ ନଥିବାରୁ ଶ୍ରୀକାନ୍ତଙ୍କ ମରଶରୀରକୁ ଡାକ୍ତରଖାନା କର୍ମଚାରୀ ନିଜ ଗ୍ରାମକୁ ପଠାଉନଥିଲେ। ଏହି ଦୁଃଖଦ ଖବର ପାଇ କନ୍ଧମାଳ ସାଂସଦ ତଥା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ଅଞ୍ଚଳର ପୁଅ ସୁକାନ୍ତ ପାଣିଗ୍ରାହୀ ଏହି ବିଷୟରେ ଡାକ୍ତରଖାନା କର୍ମଚାରୀଙ୍କ ସହ ଆଲୋଚନା କରି ସଙ୍ଗେ ସଙ୍ଗେ ବକେୟା ଅର୍ଥ ପୈଠ କରିଥିଲେ ଏବଂ ମୃତ ଶରୀରକୁ ଆମ୍ବୁଲାନ୍ସ ଯୋଗେ ଶ୍ରୀକାନ୍ତଙ୍କ ଗ୍ରାମ ମଧୁପୁରକୁ ପହଂଚାଇଥିଲେ । ଏହି ଖବର ଶୁଣିବା ମାତ୍ରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଖୁବ ପ୍ରଶଂସା କରିବା ସହ ଆଶୀର୍ବାଦ କରିଛନ୍ତି।
Related posts
-
ମହାବିଦ୍ୟାଳୟର କନିଷ୍ଠ କିରାଣୀଙ୍କ ବିୟୋଗରେ ଶୋକସଭା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟର କାଯ୍ୟରତ କନିଷ୍ଠ କିରାଣୀ ଲଷ୍ମୀଧର ସାହୁଙ୍କ ଅକାଳ ବିୟୋଗ... -
ନୟାଗଡ଼ରେ ସ୍ବାମୀ ବିବେକାନନ୍ଦଙ୍କ ୧୬୨ତମ ଜୟନ୍ତୀ ପାଳନ
ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୬୨ ତମ ଜୟନ୍ତୀ ଅବସରରେ ନୟାଗଡ଼ ପୂଜ୍ୟପୂଜା କମିଟି ଏବଂ ସିଭିଲ ସୋସାଇଟି... -
ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ପାଇଁ ପ୍ରସ୍ତୁତି ବୈଠକ
ନୂଆଗାଁ, (ନୟାଗଡ଼ ଦର୍ପଣ): ଚଳିତ ବର୍ଷ ୨୦୨୫ ଫେବୃଆରୀ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ନୂଆଗାଁ ପଞ୍ଚୁପାଣ୍ଡବ...