ବ୍ଲକ ସ୍ତରୀୟ କୁଇଜ ପ୍ରତିଯୋଗିତା,୨୬୩ ଜଣ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ

ନୟାଗଡ଼,(ନୟାଗଡ଼ ଦର୍ପଣ): ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ନୟାଗଡ଼ ମଣ୍ଡଳ ସ୍ତରୀୟ କୁଇଜ ପ୍ରତିଯୋଗିତା ଶୁକ୍ରବାର ଦିନ ନବଘନପୁର ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନୟାଗଡ଼ ବ୍ଲକ ମଧ୍ୟରେ ଥିବା ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟର ୨୬୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।  ଏଥିରେ ଜୁନିୟର ବିଭାଗରୁ ପ୍ରିୟମ୍ବଦା ପ୍ରିୟଦର୍ଶିନୀ  ପ୍ରଥମ ହୋଇଥିବା ବେଳେ ସ୍ଵର୍ଣପ୍ରଭା ଜେନା ଦ୍ୱିତୀୟ ଏବଂ ରୁଦ୍ରନାରାୟଣ ସେଠି, ଚନ୍ଦନ ଜେନା, ପ୍ରଣବ କିଶୋର ନାୟକ, ପ୍ରତ୍ୟୁଷ ଅଂଶୁମାନ ନାୟକ, ରାକେଶ କୁମାର ଜେନା ପ୍ରମୁଖ ତୃତୀୟ ସ୍ଥାନ ହାସଲ କରିଥିଲେ।ସେହିପରି ସବ ଜୁନିୟର ବିଭାଗରୁ ଯଥାକ୍ରମେ ଓମ ସାଇ ପ୍ରସାଦ ଲେଙ୍କା ପ୍ରଥମ, ବିବେକ ବିକାଶ ସାମଲ, ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାହୁ, ଲକ୍ଷ୍ମୀପ୍ରିୟା ନାୟକ ଦ୍ୱିତୀୟ ଏବଂ ଅଦ୍ୟାଶା ସାମନ୍ତରାୟ ତୃତୀୟ ସ୍ଥାନ ହାସଲ କରିଥିଲେ। ବରିଷ୍ଠ ବିଭାଗରୁ ରୋଜାଲିନ ଲେଙ୍କା ପ୍ରଥମ, ବିଶ୍ୱଜିତ ସାହୁ ଏବଂ ପ୍ରଭୁଦତ୍ତ ଗଉଡ଼ ଦ୍ୱିତୀୟ ତଥା ଶିବପ୍ରସାଦ ସାଥୁଆ ତୃତୀୟ ସ୍ଥାନ ହାସଲ କରି ଅତିଥିଙ୍କ ଠାରୁ ପୁରସ୍କାର ଏବଂ ପ୍ରମାଣପତ୍ର ଗ୍ରହଣ କରିଥିଲେ। ନୟାଗଡ଼ ବ୍ଲକ ଶିକ୍ଷାଧିକାରୀ ନିମାଇଁ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ଗୁରୁ ହିଁ ଶ୍ରେଷ୍ଠ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଧନେଶ୍ୱର ସେଠି ଏବଂ ସଞ୍ଜୟ ମଲ୍ଲିକ ତଥା ମୁଖ୍ୟବକ୍ତା ଭାବେ ନବଘନପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକ ପ୍ରମୁଖ ଯୋଗଦାନ କରି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବ୍ଲକସ୍ତରୀୟ ଏହି କୁଇଜ କାର୍ଯ୍ୟକ୍ରମକୁ ନୟାଗଡ଼ ବ୍ଲକର ସମସ୍ତ ସିଆରସିସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

Related posts