ନୟାଗଡ଼ରେ ସୁଭଦ୍ରା ଯୋଜନା ଓ ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ୱଚ୍ଛତା ପକ୍ଷ ପାଳନ ନିମନ୍ତେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା ପକ୍ଷ ୨୦୧୪ ମସିହାରୁ ଅଦ୍ୟାବଧି ସେପ୍ଟେମ୍ବର ୧୭ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୨ତାରିଖ ଗାନ୍ଧି ଜୟନ୍ତୀରେ ପରିସମାପ୍ତି ହୁଏ । ଏହି ପକ୍ଷ ପାଳନର ୧୦ମ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ଅତ୍ୟଧିକ ସରସ ସୁନ୍ଦର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ । ଚଳିତ ବର୍ଷର ଥିମ୍ “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା” । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ସାମିଲ ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଛି, ସେଗୁଡ଼ିକ ହେଲା ୧)ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସମସ୍ତଙ୍କର ଯୋଗଦାନ,୨) ସମ୍ପୂର୍ଣ୍ଣ ସ୍ୱଚ୍ଛତା,୩) ସଫେଇ କର୍ମଚାରୀଙ୍କ ସୁରକ୍ଷା।

ଏହି କାର୍ଯ୍ୟକ୍ରମ ତା.୧୮.୦୯.୨୦୨୪ରିଖରୁ ୱାକାଥନ୍, ମାନବ ଶୃଙ୍ଖଳ, ର‌୍ୟାଲି ଇତ୍ୟାଦି ପରେ ଏହି ଦିବସ ଉପରେ ଶପଥ ପାଠ ଏବଂ ପରେ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ତା.୦୧.୧୦.୨୦୨୪ରିଖ ପର୍ଯ୍ୟନ୍ତ ଚାଲୁ ରହିବ। ତା.୨୦.୦୯.୨୦୨୪ରିଖରୁ ତା.୨୫.୦୯.୨୦୨୪ରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଇତ୍ୟାଦି ସଫାସୁତରା କରାଯିବ । ତା.୨୧.୦୯.୨୦୨୪ରିଖରୁ ତା.୨୫.୦୯.୨୦୨୪ମଧ୍ୟରେ ସମସ୍ତ ସର୍ବସାଧାରଣ ସ୍ଥାନଗୁଡ଼ିକ, ତା.୨୪.୦୯.୨୦୨୪ରିଖ ଠାରୁ ତା.୦୧.୧୦.୨୦୨୪ରିଖ ପର୍ଯ୍ୟନ୍ତ ଅଳିଆ ଆବର୍ଜନା ପକାଯାଉଥିବା ସ୍ଥାନ (ଡମ୍ପିଂ ୟାର୍ଡ), ତା.୨୭.୦୯.୨୦୨୪ରିଖରୁ ତା.୩୦.୦୯.୨୦୨୪ରିଖ ପର୍ଯ୍ୟନ୍ତ ପୁଷ୍କରିଣୀ ପରିସର ଓ ପରିବେଶ ସଫା କରାଯିବ । ତା୨୬.୦୯.୨୦୨୪ରିଖ ଠାରୁ ତା.୩୦.୦୯.୨୦୨୪ରିଖ ମଧ୍ୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ପକ୍ଷ ଅବସରରେ ଚିତ୍ରାଙ୍କନ, ପ୍ରବନ୍ଧ, ତର୍କ/କବିତା, ସ୍ଲୋଗାନ୍ ଏବଂ ଅଦରକାରୀ ଜିନିଷରୁ ଦରକାରୀ ଜିନିଷ ତିଆରି ଉପରେ ପ୍ରତିଯୋଗିତା କରାଯିବ । ତା.୨୮.୦୯.୨୦୨୪ରିଖରେ ୱାଲପେଣ୍ଟିଙ୍ଗ, ତା.୦୧.୧୦୨୦୨୪ ରିଖରେ ସଫେଇ କର୍ମଚାରୀମାନଙ୍କ ସୁରକ୍ଷା କାର୍ଯ୍ୟକ୍ରମ କରାଯିବ। ସ୍ୱଚ୍ଛତା ପକ୍ଷ ପାଳନର ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ତା.୦୨.୧୦.୨୦୨୪ରିଖ ଗାନ୍ଧି ଜୟନ୍ତୀ କାର୍ଯ୍ୟକ୍ରମ ଅବସରରେ  ବିତରଣ କରାଯିବ।

ପରେ ପରେ ସୁଭଦ୍ରା ଯୋଜନା ଉପରେ ଆଲୋଚନା କରି ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ କହିଲେ ଯେ, ଆସନ୍ତା ତା.୧୭.୦୯.୨୦୨୪ରିଖରେ ୧୧ଘଟିକା ସମୟରେ ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା କଲ୍ୟାଣକାରୀ ଯୋଜନା ସୁଭଦ୍ରାର ଶୁଭ ଉଦ୍‌ଘାଟନ କରିବେ ।  ଏହି ଅବସରରେ ଆମ ଜିଲ୍ଲାରୁ ୨୦୦୦ଯୋଗ୍ୟ ହିତାଧିକାରୀ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଯିବେ । ଏହି ହିତାଧିକାରୀଙ୍କ ଭିତରେ  ଆଶା, ଅଙ୍ଗନବାଡ଼ି, ଏମ.ବି.କେ., ସି.ଆର.ପି., ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବେ । ବ୍ଲକ ମୁଖ୍ୟାଳୟରୁ ବସଗୁଡ଼ିକ ବାହାରିବେ । ସମସ୍ତ ବସଗୁଡ଼ିକ ତା.୧୬.୦୯.୨୦୨୪ରିଖ ରାତି ସୁଦ୍ଧା ବ୍ଲକରେ ପହଁଚିବେ । ପ୍ରତ୍ୟେକ ବସରେ ଡ୍ରାଇଭର,ହେଲପର ଏବଂ ଜଣେ ନୋଡାଲ ଅଧିକାରୀ ଆଉ ସବୁ ମହିଳା ହିତାଧିକାରୀ । ସମସ୍ତ ମହିଳାମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ ଯେଉଁଥିରେ ସେମାନଙ୍କର ବ୍ଲକର ନାମ, ବସ ନମ୍ବର ଓ ନାମ,ନୋଡାଲ ଅଧିକାରୀଙ୍କ ନାମ ଓ ଫୋନ୍ ନମ୍ବର ଥିବ । ବସରେ ସାଧାରଣ ରୋଗର ଔଷଧ, ଓ.ଆର.ଏସ., ପାଣି ବୋତଲ ଇତ୍ୟାଦିର ବ୍ୟବସ୍ଥା ରହିବ ।
ଏହି କାର୍ଯ୍ୟକ୍ରମ ମଧ୍ୟ ବ୍ଲକ ଏବଂ ଜିଲ୍ଲାସ୍ତରରେ ଅନୁଷ୍ଠିତ ହେବ । ବ୍ଲକ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ମହିଳା  ହିତାଧିକାରୀ ଯୋଗ ଦେବେ । ସେମାନଙ୍କୁ ଭିଡିଓ ସ୍କ୍ରିନ୍ ଓ ଛୋଟ ନାଟକ ମାଧ୍ୟମରେ ସୁଭଦ୍ରା ଯୋଜନା ଉପରେ ଭଲଭାବେ ସଚେତନ କରାଯିବ । ଏହି ସମସ୍ତ କାର୍ଯ୍ୟକ୍ରମ ସକାଳ ୯ଘଟିକାରେ ଆରମ୍ଭ ହେବ । ମହିଳାମାନଙ୍କୁ ସଭାସ୍ଥଳକୁ ଆଣିବା ନିମନ୍ତେ ବସର ବ୍ୟବସ୍ଥା ପାଇଁ ଆଂଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।   

ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ନୋଡାଲ ଅଧିକାରୀ(ସୁଭଦ୍ରା) ଦେବଦତ୍ତ ପଣ୍ଡା, ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ସୁମନ୍ ବେହେରା, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କଅଁର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ରମାକାନ୍ତ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ଶିକ୍ଷାଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁ, ଡିପିସି ମିଶନଶକ୍ତି ସମିଧା ପାଢ଼ୀ, ଡିପିଏମ, ଓ.ଏଲ.ଏମ. ସଂଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୌର ପରିଷଦ ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ।

Related posts