ନାକ୍ ପାଇଁ ପ୍ରସ୍ତୁତି ଓ ଉନ୍ନୟନ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଗସ୍ତରେ ଯାଇ ମହାବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆଗକୁ ହୀରକ ଜୟନ୍ତୀ ଉଦଯାପନି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯିବା ଏବଂ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପାଇଁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ହୀରକ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ନାକ ଟିମ୍ ଭିଜିଟ୍ ପାଇଁ ସମସ୍ତ ପ୍ରସ୍ତତି ଶେଷ କରିବା ପାଇଁ ଆଲୋଚନା କରାଯାଇଥିଲା । ବିଧାୟକଙ୍କ…

Read More

କ୍ରିୟାନୁଷ୍ଠାନ କମିଟିର ସର୍ବଦଳୀୟ ବୈଠକରେ ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ତାଳଚେର ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସର୍ବଦଳୀୟ ବୈଠକ ସ୍ଥାନୀୟ ହୋଟେଲ ତ୍ରିନାଥଠାରେ ଅନୁଷ୍ଠିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟି ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଅନ୍ୟତମ ଆବାହକ ତଥା ସିପିଆଇ ନେତା ସମାଜସେବୀ ବିଶ୍ୱନାଥ ମହାପାତ୍ର,ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନସୀର ଅହମ୍ମଦ,ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ,ବିଜେଡି ନେତା ପ୍ରତାପ ନନ୍ଦ,ବିଜେପି ନେତା ସନ୍ତୋଷ ପ୍ରଧାନ,ଆଇନଜୀବୀ ଚନ୍ଦ୍ରବିଜୟୀ ମିଶ୍ର,ଅମୀୟ ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ, ସୁରେନ୍ଦ୍ରନାଥ ମହାପାତ୍ର ପ୍ରମୁଖ ଯୋଗଦାନ କରି ତୁରନ୍ତ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଥିଲେ । ଅନ୍ୟପକ୍ଷରେ ଏହି ମେଗା ପ୍ରକଳ୍ପ ଅନୁଗୁଳ,ଢେଙ୍କାନାଳ,କଟକ,ନୟାଗଡ଼ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ବେଳେ ଏହି ଜିଲ୍ଲାର ନେତୃବୃନ୍ଦଙ୍କୁ…

Read More

ଗାଁ’ ଗାଁ’ରେ ବିକାଶ ପାଇଁ ଆଲୋଚନା ଜରୁରୀ

ନୟାଗଡ଼,(ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ ପଥର ଆଗେଇ ଚାଲିଛି । ପ୍ରତିଟି ଗାଁକୁ ରାସ୍ତା, ପ୍ରତ୍ୟେକ ଘରକୁ ପିଇବା ପାଣିର ବ୍ୟବସ୍ଥା ହୋଇଛି । ଆଗାମୀ ଦିନରେ ଲୋକଙ୍କ ମୈାଳିକ ସୁବିଧାକୁ ଦୂରିଭୂତ କରିବା ପାଇଁ ଆହୁରି ଅନେକ ବିକାଶ ମୂଳକ କାର୍ଯ୍ୟ କରାଯିବାର ଯୋଜନା ରହିଛି । ଏହି ବିକାଶ ପାଇଁ ଆଲୋଚନା ନିହାତି ଜରୁରୀ ବୋଲି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ କହିଛନ୍ତି । ସମସ୍ୟା ଏବଂ ଏହାର ସମାଧାନ ପାଇଁ ବରିଷ୍ଠଙ୍କ ଅଭିଜ୍ଞତାକୁ ପାଥେୟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକର ବିଭିନ୍ନ ଗାଁ ଗ୍ରସ୍ତ କରି ଲୋକଙ୍କ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ଆବଶ୍ୟକ ଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କ…

Read More

ଓମ୍‌ସା ରାଜ୍ୟ ଉପସଭାପତି ହେଲେ ନୟାଗଡ଼ର ଜଣାଶୁଣା ଡାକ୍ତର ଆଶିଷ ଦୀକ୍ଷିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମେଡିକାଲ ସେବା ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି(ଓମ୍‌ସା)ର ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ଵରରେ ଥିବା ଓମସା ଭବନରେ ଅନୁଷ୍ଠିତ ହୋଇଯାଇଛି। ଓମ୍‌ସାର ରାଜ୍ୟ ଉପସଭାପତି (ସେଣ୍ଟ୍ରାଲ ଜୋନ୍) ପଦବିରେ ନୟାଗଡ଼ର ଜଣାଶୁଣା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତ ଉପ ସଭାପତି ପଦରେ ନିର୍ଦ୍ଧ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏଥିରେ ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡାକ୍ତର ବିଶ୍ବଜିତ ସାମଲ, କୋଷାଧକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ, ଉପସଭାପତି ପଶ୍ଚିମାଞ୍ଚଳ ଡାକ୍ତର ସମୀର କୁମାର ପାତ୍ର, ଉପସଭାପତି ଦକ୍ଷିଣାଞ୍ଚଳ ଡାକ୍ତର ମହମ୍ମଦ ଅବଦୁଲ ମାଳିଦ, ଯୁଗ୍ମ ସମ୍ପାଦକ ଡାକ୍ତର ମାନସ ରଞ୍ଜନ ପାଣି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର କ୍ଷେତ୍ରମୋହନ କାଣ୍ଡ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଡାକ୍ତର ସରୋଜ ରଞ୍ଜନ ନାୟକ ଓ…

Read More

ଆତ୍ମହତ୍ୟା ନୁହେଁ ସୋନାଲୀଙ୍କୁ ହତ୍ୟା, ୪ଗିରଫ ସ୍ୱାମୀ ଫେରାର

ନୟାଗଡ଼,(ନୟାଗଡ ଦର୍ପଣ): ଓଡ଼ଗାଁ କଲେଜ ରୋଡରେ ରହୁଥିବା ଦେବାଶିଷ ମିଶ୍ରଙ୍କ ପତ୍ନୀ ଜ୍ୟୋର୍ତିମୟୀ ପଣ୍ଡା(ସୋନାଲୀ) ଆତ୍ମହତ୍ୟା ଘଟଣା ଭିନ୍ନମୋଡ଼ ନେଇଛି। ସୋନାଲିଙ୍କ ବାପା ତଥା ଗଣିଆ ଥାନା କିଶୋରପ୍ରସାଦ ଗ୍ରାମର ପ୍ରକାଶ କୁମାର ପଣ୍ତା ତାଙ୍କ ଝିଅ ସୋନାଲୀଙ୍କୁ ହତ୍ୟା କରାଯାଇଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଛନ୍ତି। ୪ବର୍ଷ ପୂର୍ବେ ଦେବାଶିଷଙ୍କ ସହ ସୋନାଲିର ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ହୋଇଥିଲା ବେଳେ ୩ ବର୍ଷର ପୁଅଟିଏ ରହିଛି । ବିବାହର କିଛିଦିନ ପରେ ସ୍ବାମୀ ଏବଂ ଶାଶୁ ବିଭିନ୍ନ ଛୋଟ ମୋଟ କଥାରୁ ଖିଅ ବାହାର କରି ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିଲେ। ନିର୍ଯ୍ୟାତନା ଅସହ୍ୟ ହେବାରୁ କିଛିଦିନ ତଳେ ଛାତରୁ ଡେଇଁ ସୋନାଲି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ବେଳେ ସୋନାଲି ଅଳ୍ପକେ ରକ୍ଷା ପାଇଥିଲେ। ନିର୍ଯ୍ୟାତନା ଭୋଗିବା ତାଙ୍କ ପାଇଁ ନିତିଦିନିଆ…

Read More

୪ମାସ ପରେ କୋର୍ଟଙ୍କ ହସ୍ତକ୍ଷେପରେ ପୁଣି ମାମଲା ରୁଜୁ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ)ରେ ୨୮ଲକ୍ଷ ଟଙ୍କାର ଦେଣନେଣ, ବ୍ୟାଙ୍କରୁ ଟଙ୍କା ଉଠାଣ, ପରିଚାଳନା କମିଟିର କୌଣସି ପ୍ରସ୍ତାବ, ଅନୁମତି, ନିଷ୍ପତ୍ତି ନଥାଇ ଆର୍ଥିକ ଅନିୟମିତତା କାରଣରୁ ସମର୍ପଣ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଚଳିତ ବର୍ଷ ଗତ ଏପ୍ରିଲ ମାସ ୧୧ତାରିଖରେ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆରକ୍ଷୀ ଅଧ୍ୟକ୍ଷକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିଲେ । ପୋଲିସ ପକ୍ଷରୁ ତଦନ୍ତରେ ଗୁରୁତର ଅବହେଳା ଯୋଗୁଁ ଅଭିଯେଗାକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ଏସ୍.ଡି.ଜେ.ଏମ୍ ନୟାଗଡ଼ ଟାଉନ୍‌ଥାନା ଆଇଆଇସିଙ୍କୁ ଏହାର ତଦନ୍ତ କରି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ…

Read More

ଛାତ୍ରୀଙ୍କୁ ଅସଦାଚରଣ କରି ଚାକିରୀରୁ ନିଲମ୍ବନ ହେଲେ ହିନ୍ଦୀ ଶିକ୍ଷକ

ନୂଆଗାଁ,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅଧିନସ୍ଥ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ହିନ୍ଦୀ ଶିକ୍ଷକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମୟରେ ଶାରିରୀକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ନେଇ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ନେଇ ଖବର ପ୍ରକାଶ ହେବା ପରେ ନୟାଗଡ ଜିଲ୍ଲାପାଳ ଡା. ପୋମା ଟୁଡୁ ସମ୍ପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବନ କରିଥିବା ଜଣାପଡିଛି। ସୂଚନା ମୁତାବକ, ନୂଆଗାଁ ବ୍ଲକ ଗୁମୀ ଗ୍ରାମପଂଚାୟତ ଅଧିନସ୍ଥ ଡିମିରିପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଶତାଧିକ ଅନୁସୂଚିତ ଜାତି ଓ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ବରେ ଥିବା ହିନ୍ଦୀ ଶିକ୍ଷକ ରବି ନାରାୟଣ ଷଡ଼ଙ୍ଗୀ ବିଦ୍ୟାଳୟରେ ମଦ୍ୟପାନ କରି ଛାତ୍ରଛାତ୍ରୀମାନଙ୍କୁ ଅମାନୁଷିକ ଅତ୍ୟାଚାର କରିବା ସହ ଖରାପ ଭାଷାରେ ଗାଳି…

Read More

PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧନିୟମ ୧୯୯୪ (PCPNDT) ଉପରେ ପରାମର୍ଶ ସମିତିର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ(ଟ୍ରେନିଂ ୟୁନିଟ୍) ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜିଲ୍ଲାରେ ଚାଲୁଥିବା ସମୁଦାୟ ୧୦ଗୋଟି ଅଲଟ୍ରାସାଉଣ୍ଡ କ୍ଲିନିକ୍‌ର ସ୍ଥିତି ଏବଂ କାର୍ଯ୍ୟକାରିତା ଉପରେ ଆଲୋଚନା ଏବଂ ସମୀକ୍ଷା କରାଯାଇଥିଲା । ବାରମ୍ବାର ତାଗିଦ୍ ସତ୍ତ୍ଵେ ଚାନ୍ଦପୁର ସ୍ଥିତ ବସନ୍ତ ମଂଜରୀ ସାଧାରଣ ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡ୍ କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଜିଲ୍ଲାପାଳ ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ ଓ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଲଟ୍ରା ସାଉଣ୍ଡ କେନ୍ଦ୍ର ଓ ଦୁର୍ଗା ଅଲଟ୍ରା ସାଉଣ୍ଡ୍ କେନ୍ଦ୍ର, କନ୍ଧ ନୟାଗଡ଼ର ନବୀକରଣକୁ ବୈଠକରେ…

Read More

ପୂଜ୍ୟ ପୂଜା କମିଟି ତରଫରୁ ଦାସିଆ ଅଜାଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ତରଫରୁ ଓଡ଼ିଶା ରାଜ୍ଯରେ ପାଠାଗାର ଆନ୍ଦୋଳନର ମୁଖ୍ଯ ବିନ୍ଧାଣୀ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରପରିଷଦର ଅଧ୍ଯକ୍ଷା ନିରୁପମା ଖଟେଇ ଓ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଯୋଗଦେଇ ସ୍ବର୍ଗତ ଦାଶରଥି ପଟ୍ଟନାୟକ ଙ୍କ ସ୍ମ୍ରୁତି ଚାରଣ କରିଥିଲେ। ପୂଜ୍ୟପୂଜା କମିଟି ର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଦାସିଆ ଅଜା ହେଉଛନ୍ତି ଦଶ ପଇସାର ରାଜା ବୋଲି କହିଥିଲାବେଳେ ପୂଜ୍ୟପୂଜା କମିଟିର ସଂପାଦକ…

Read More

ନୟାଗଡ଼ ପୋଲିସକୁ ବଡ଼ ସଫଳତା, ୫୧ଟି ମୋଟର ସାଇକେଲ ଜବତ, ୫ ଗିରଫ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଟାଉନ ଥାନା ପାଲଟିଛି ମୋଟର ସାଇକେଲ ସୋରୁମ। ବିଭିନ୍ନ କମ୍ପାନୀର ଏତେ ପରିମାଣରେ ମୋଟର ସାଇକେଲ ଦେଖି ଆପଣ ଭାବୁଥିବେ ଥାନା ପରିସରରେ ଚାଲିଛି ମୋଟର ସାଇକେଲ ମେଳା। କିନ୍ତୁ ନାଇଁ ଆଜ୍ଞା ଏ ହେଉଛି ସବୁ ଲୁଟେରାଙ୍କ ଦ୍ୱାରା ଚୋରି ହୋଇଥିବା ମୋଟର ସାଇକେଲ। ରାଜ୍ୟର ବିଭିନ୍ନ ସ୍ଥାନରୁ ନିର୍ଜନ ସ୍ଥାନରୁ ଲୋକଙ୍କୁ ଟାର୍ଗେଟ କରି ବହୁ ନାମୀଦାମୀ ଗାଡ଼ିଗୁଡିକୁ ଚୋରି କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ନିୟୋଜିତ କରୁଥିଲେ ଏହି କୁଖ୍ୟାତ ଡ଼କାୟତ ଗ୍ୟାଙ୍ଗ। ପୋଲିସ ତରଫରୁ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ଶେଷରେ ଧରାପଡିଥିଲେ ଏହି ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ ଲୁଟେରା ଯଥା କଟକ ଜିଲ୍ଲା ନିଆଳି ଥାନା, ମଝିଆଖଣ୍ଡର ବୁଲୁ ଓରଫ ଅନିଲ ସାହୁ(୩୬), ପୁରୀ ଜିଲ୍ଲା କୃଷ୍ଣପ୍ରସାଦ…

Read More