ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାକୁ ବାରମ୍ବାର ଉପେକ୍ଷା କରି ଚାଲିଛି ରେଳ ବିଭାଗ । ବାରମ୍ବାର ଦାବି ସତ୍ୱେ ଜିଲ୍ଲାକୁ ଟ୍ରେନ ସଂଖ୍ୟା ବୃଦ୍ଧି କରୁ ନଥିବା ବେଳେ ଚାଲୁଥିବା ଟ୍ରେନର ବଗି ସଂଖ୍ୟା କାଟି ଲୋକାମନଙ୍କୁ ଅଯଥା ହଇରାଣ କରାଯାଉଛି । ନୂଆଗାଁ ରୋଡ଼ରୁ ପୁରୀ ଯାଉଥିବା ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ମାତ୍ର ୪ଟି ବଗିରେ ଚାଲିଛି ଏହି ଟ୍ରେନ । ଏ ନେଇ ନୟାଗଡ଼ ନାଗରିକ ମଞ୍ଚ ଘୋର ଉଦବେଗ ପ୍ରକାଶ କରିଛି । ନୟାଗଡ଼ ଜିଲ୍ଲାର ୧୨ଲକ୍ଷ ଲୋକଙ୍କୁ ଏହା ଉପହାସ ସଦୃଶ ହୋଇଥିବା ବେଳେ ଯାତ୍ରୀମାନେ ଛିଡ଼ା ହୋଇ ନାନା ଅସୁବିଧା ମଧ୍ୟରେ ପୁରୀ ଯାଆସ କରୁଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ନୟାଗଡ଼ ଜିଳ୍ଲାରୁ ଏହି ଗୋଟିଏ ମାତ୍ର ଟ୍ରେନ ସକାଳ ୬ଟା ୩୦ରେ ନୂଆଗାଁରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିଥାଏ । ଏହି ଟ୍ରେନ ଉପରେ ଜିଲ୍ଲାର ନୂଆଗାଁ ସମେତ ଦଶପଲ୍ଲା, ଗଣିଆ, ମଧ୍ୟଖଣ୍ଡ, ନୟାଗଡ, ଓଡ଼ଗାଁ, ଶରଣକୁଳ, ଖଣ୍ଡପଡ଼ା ଆଦି ସ୍ଥାନରୁ ଦୈନିକ ଶହଶହ ଲୋକ ପୁରୀ ଯିବା ପାଇଁ ନିର୍ଭର କରିଥାନ୍ତି । ଅତ୍ୟଧିକ ଭିଡ଼ ଏବଂ ସମୟ ସାପେକ୍ଷରୁ ବର୍ତ୍ତିବା ପାଇଁ ଲୋକମାନେ ବସରେ ନଯାଇ ଟ୍ରେନରେ ପୁରୀ ଯିବା ପାଇଁ ଅଧିକ ପସନ୍ଦ କରୁଥିବା ବେଳେ ଏଥିରେ କମ ସଂଖ୍ୟକ ବଗି ଯୋଗୁଁ ସ୍ଥାନର ଅଭାବ ତଥା ଅତ୍ୟଧିକ ଭିଡ଼ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେବା ସହ ପୁରୀ ପର୍ଯ୍ୟନ୍ତ ଛିଡ଼ା ହୋଇ ଯିବାକୁ ବାଧ୍ୟ ହେଉଛନ୍ତି । ଏପରିକି ନୟାଗଡ଼ରୁ ଯାତ୍ରୀମାନଙ୍କୁ ସିଟ ମିଳୁ ନଥିବା ବେଳେ ନୟାଗଡ଼ ଷ୍ଟେସନ ପରେ ପଡ଼ୁଥିବା ବୋଲଗଡ଼ ରୋଡ଼, ବୋଲଗଡ଼ ଟାଉନ୍, ରାସୁନାଖଳା, ବେଗୁନିଆ, ଖୋର୍ଦ୍ଧା ରୋଡ଼ ଆଦି ଷ୍ଟେସନରୁ ଶହଶହ ଯାତ୍ରୀ ପୁରୀ ଯିବା ପାଇଁ ଏହି ଟ୍ରେନରେ ଚଢ଼ିଥାନ୍ତି । ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ଟ୍ରେନରେ ୮ଟି ବଗି ଖଞ୍ଜା ଯାଇଥିବା ବେଳେ ଏବେ ସେଥିରୁ ୪ଟି କାଢ଼ି ଦିଆଯାଇଛି । ଅନ୍ୟପକ୍ଷରେ ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ହବିଷ୍ୟାଳି ଏବଂ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବା ବେଳେ ତୁରନ୍ତ ରେଳ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
Related posts
-
ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚୋରା ବାଲି ହାଇୱା ଧରପଗଡ଼ ପ୍ରସଙ୍ଗ
ନୟାଗଡ଼(ନୟାଗଡ଼ ଦର୍ପଣ): ଖଣ୍ଡପଡା ଭାପୁର ଗଣିଆ ତହସିଲ ଅନ୍ତର୍ଗତ ମହାନଦୀର ସମସ୍ତ ସରକାରୀ ବାଲିଘାଟରୁ ନିଲାମଧାରୀମାନେ ତହସିଲଦାର, ପୋଲିସ ଏବଂ ଖଣି... -
ପ୍ରଧାନ ମନ୍ତ୍ରୀଙ୍କ ସ୍ଵଚ୍ଛ ଅଭିଯାନ ଆହ୍ୱାନରେ ଅନୁପ୍ରାଣିତ ନୟାଗଡ଼ର ସିଭିଲ ସୋସାଇଟି
ନୟାଗଡ଼,(ନୟାଗଡ଼ ଦର୍ପଣ): ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ନୟାଗଡ଼ର ସିଭିଲ ସୋସାଇଟି ପକ୍ଷରୁ ୧୪ଜାନୁଆରୀ ଠାରୁ ୨୨ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ନୟାଗଡ଼ ସ୍ଥିତ ସମସ୍ତ... -
ଦୈନିକ ଖବର କାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ଶାଖାର ବନ୍ଧୁ ମିଳନ କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବ୍ଳକ୍ ଇଟାମାଟି ସ୍ଥିତ ଜୟଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ଦୈନିକ ଖବରକାଗଜ ‘ଦର୍ଶନ’ର ୨୨ବର୍ଷ ପୂର୍ତ୍ତି...