ଜନଶିକ୍ଷଣ ସଂସ୍ଥାନ ଶାଖା ଦ୍ବାରା ପରିଚାଳିତ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ବଣ୍ଟନ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜନଶିକ୍ଷଣ ସଂସ୍ଥାନ ଶାଖା ଦ୍ବାରା
ପରିଚାଳିତ ବିଭିନ୍ନ ବର୍ଗର ପରୀକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ବଣ୍ଟନ
କାର୍ଯ୍ୟକ୍ରମ ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ପୌର ପରିଷଦର ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିବା ବେଳେ ସରକାରୀ ପଲକ୍ଲେକନିକର ଅଧ୍ୟକ୍ଷ ଇଂ ଆଦିତ୍ୟ ପ୍ରସାଦ ପାତ୍ର, ନୟାଗଡ଼ ଶିଳ୍ପ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷ ଇଂ ଯବାନ୍ ଦାସ, ସମ୍ମାନୀତ ଅତିଥ୍‌ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପ୍ରଶିକ୍ଷଣ କାର୍ଯ୍ୟରେ ସାମିଲ୍ ଥିବା ସଦାସର୍ବଦା କୌଣସି ପରିସ୍ଥିତି ହାର ମାନି ନଥାନ୍ତି ବୋଲି ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀ ଜେନା ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ । ଆଜିର ଯୁବ ପିଢି ପ୍ରଶିକ୍ଷଣ ନେଇ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏବଂ ଜୀବନ ଜୀବିକା କିପରି ଶୃଙ୍ଖଳିତ ହୋଇପରରିବ ସେ ନେଇ ଆୟୋଜିତ ସଭାରେ ଆଲୋଚନା କରାଯାଇଥିଲା । ପ୍ରଶିକ୍ଷଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ଜନଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ମୋହନ ମହାରଥାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥ୍‌ ଶ୍ରୀ ଜେନା ପ୍ରମାଣ ପତ୍ର ବଣ୍ଟନ କରିଥିଲେ ।

Related posts