ଦଶପଲ୍ଲା ପୁଲିସକୁ ସଫଳତା, ଗଞ୍ଜେଇ ଜବତ ଜଣେ ଗିରଫ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ଦଶପଲ୍ଲା ପୋଲିସ ୫୭ନମ୍ବର ଜାତୀୟ ରାଜପଥରେ ପେଟ୍ରୋଲିଂ କରୁଥିବା ବେଳେ ଏସ.ଆର ପେଟ୍ରୋଲ ଟାଙ୍କି ନିକଟରେ ଏକ କାରକୁ ସନ୍ଦେହ ହେବାରୁ ଅଟକାଇଥିଲେ ଏବଂ ସେଥିରୁ ୪୦କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଦଶପଲ୍ଲା ଥାନା କେସ ନଂ ୨୦୫ରେ ଏକ ମାମଲା ରୁଜୁ କରି ଓଡ଼ଗାଁ ଥାନା ଅନ୍ତର୍ଗତ ବନ୍ଧଭୁଇଁ ଗ୍ରାମର ସିତୁରାମ ସାହୁକୁ ଦଶପଲ୍ଲା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସିତୁଙ୍କ ଠାରୁ ଏକ ଓପୋ ମୋବାଇଲ, ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ କାର୍ଡକୁ ଜବତ କରାଯାଇଛି । ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ଆମେଜ କାରକୁ ପୁଲିସ ସିଜ କରିଥିବା ଦଶପଲ୍ଲା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି।

Related posts