ଛାତ୍ରଛାତ୍ରୀ ଅଭିଭାବକଙ୍କ ସ୍ବପ୍ନକୁ ସାକାର କରିବା ଆବଶ୍ୟକ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ଆଜି ନବଘନପୁର ପଂଚାୟତ ବାସି ବିପୁଳ ସ୍ୱାଗତ କରିଛନ୍ତି। ଢୋଲ ତାଳେ ତାଳେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ପାଛୋଟି ନେଇଛନ୍ତି। ନବଘନପୁର ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ କାର୍ୟ୍ୟର ସମୀକ୍ଷା କରିବା ପାଇଁ ଯାଇଥିବା ବେଳେ ଆଜି ବିଧାୟକଙ୍କ ପ୍ରତି ଲୋକଙ୍କ କିଭଳି ଜନସମର୍ଥନ ରହିଛି, ତାହା ବାରି ହୋଇ ଯାଇଛି। ବିଧାୟକଙ୍କ ସହ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ସୁବାଷ କହଁର, ଆଶିଷ ଅଗ୍ରୱାଲ, ବିଡିଓ ପଦ୍ମଚରଣ ସାହୁ, ବିଇଓ ଗୀତାଞ୍ଜଳି ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୫ଟି ରୂପାନ୍ତରିତ ବିଦ୍ୟାଳୟ ଯୋଜନାରେ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ କରୁଛନ୍ତି। ଛାତ୍ରଛାତ୍ରୀମାନେ ସେହି ଅନୁସାରେ ପାଠ ପଢ଼ିବା ସହ ଅଭିଭାବକଙ୍କ ସ୍ବପ୍ନକୁ ସାକାର କରିବା ଆବଶ୍ୟକ ବୋଲି ବିଧାୟକ କହିଛନ୍ତି। ଗ୍ରାମାଞ୍ଚଳ ବିକାଶ ପରେ ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶ ପାଇଁ ପଦକ୍ଷେପ ନେଇଥିଲେ। ଏବେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ୮ ହଜାର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍, ବିଜ୍ଞାନଗାର, ପାଠାଗାର ବ୍ୟବସ୍ଥା କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ବିଦ୍ୟାଳୟକୁ ହୃଦୟ ଭିତରୁ ଭଲ ପାଇବା ଆବଶ୍ୟକ ବୋଲି କହିଛନ୍ତି। ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହ ବୌଦ୍ଧିକ ଶିକ୍ଷା ଦେବକୁ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉଦ୍ୟମ କରିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ। ଏଥି ସହିତ ବିଧାୟକ ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିବା ଜଣାଯାଇଛି।

Related posts