ନାକ୍ ପାଇଁ ପ୍ରସ୍ତୁତି ଓ ଉନ୍ନୟନ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ସ୍ୱଂୟ ଶାସିତ ମହାବିଦ୍ୟାଳୟ ଗସ୍ତରେ ଯାଇ ମହାବିଦ୍ୟାଳୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଆଗକୁ ହୀରକ ଜୟନ୍ତୀ ଉଦଯାପନି କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ମହାବିଦ୍ୟାଳୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୂରାତନ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗ ଉପରେ ଗୁରୁତ୍ୱ ଦିଆଯିବା ଏବଂ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉଦଯାପନ ପାଇଁ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ହୀରକ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ ଆଲୋଚନା କରିବା ପାଇଁ ପରାମର୍ଶ ଦେଇଥିଲେ । ନାକ ଟିମ୍ ଭିଜିଟ୍ ପାଇଁ ସମସ୍ତ ପ୍ରସ୍ତତି ଶେଷ କରିବା ପାଇଁ ଆଲୋଚନା କରାଯାଇଥିଲା । ବିଧାୟକଙ୍କ ସହ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ୍, ସରୋଜ ରଣସିଂ, ବିଡିଓ ପଦ୍ମଚରଣ ସାହୁ ପ୍ରମୂଖ ଗସ୍ତ କରି ଆଲୋଚନାରେ ସାମିଲ ହୋଇଥିଲେ । ହୀରକ ଜୟନ୍ତୀ ଆବାହକ ବିଶ୍ୱନାଥ ମହାପାତ୍ର, ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିଲେ ।

Related posts