ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟସ୍ଥ ଲେଖନପୁର ଠାରେ ଗଢିଉଠିଥିବା ବୃଦ୍ଧାଶ୍ରମ (ସମର୍ପଣ)ରେ ୨୮ଲକ୍ଷ ଟଙ୍କାର ଦେଣନେଣ, ବ୍ୟାଙ୍କରୁ ଟଙ୍କା ଉଠାଣ, ପରିଚାଳନା କମିଟିର କୌଣସି ପ୍ରସ୍ତାବ, ଅନୁମତି, ନିଷ୍ପତ୍ତି ନଥାଇ ଆର୍ଥିକ ଅନିୟମିତତା କାରଣରୁ ସମର୍ପଣ କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ ଚଳିତ ବର୍ଷ ଗତ ଏପ୍ରିଲ ମାସ ୧୧ତାରିଖରେ ସମ୍ପାଦକ ଅରୁଣ କୁମାର ମହାନ୍ତି ଏବଂ କୋଷାଧ୍ୟକ୍ଷ ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆରକ୍ଷୀ ଅଧ୍ୟକ୍ଷକଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିଲେ । ପୋଲିସ ପକ୍ଷରୁ ତଦନ୍ତରେ ଗୁରୁତର ଅବହେଳା ଯୋଗୁଁ ଅଭିଯେଗାକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର ଏସ୍.ଡି.ଜେ.ଏମ୍ ନୟାଗଡ଼ ଟାଉନ୍ଥାନା ଆଇଆଇସିଙ୍କୁ ଏହାର ତଦନ୍ତ କରି ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ୪ମାସ ପରେ କେସ୍ ନଂ ୧୨୫/୨୦୨୨ ଏବଂ ଭାରତୀୟ ପିଙ୍ଗଲ୍ କୋର୍ଡର ୪୦୬/୩୪ ଦଫା ଅନୁଯାୟୀ ମୋକଦ୍ଦମା ରୁଜୁ ହୋଇଛି । ଏହି ମୋକଦ୍ଦମାକୁ ଆଇନ୍ଜୀବୀ ରଣଜିତ୍ ଦାଶ ପରିଚାଳନା କରୁଛନ୍ତି ।
Related posts
-
ଫାଇଲେରିଆ ନିରାକରଣ ନିମନ୍ତେ ଗଣଔଷଧ ସେବନ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ସଭାପତିତ୍ୱରେ ଜିଲ୍ଲାର ଦଶପଲ୍ଲା, ନୂଆଗାଁ ଓ ଗଣିଆ... -
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ
ବିଲଡିଂ ଆପ ବ୍ୟବହାର, ଜାତୀୟ ଉପଲବ୍ଧି ପରୀକ୍ଷଣ ପାଇଁ ପ୍ରସ୍ତୁତି, ପାଠ ଯୋଜନା, ଟ୍ରାକର, ବିଦ୍ୟାଳୟ ନିରାପତ୍ତା ଉପରେ ଗୁରୁତ୍ୱ ରଣପୁର,(ନୟାଗଡ଼...