ନୟାଗଡ଼,(ନୟାଗଡ଼ ଦର୍ପଣ): ଭାପୁର ବ୍ଲକ ଅନ୍ତର୍ଗତ ଭାପୁର ଗ୍ରା.ପ.ର ପୂର୍ବତନ ଗ୍ରାମ ରୋଜଗାର ସେବକ (GRS) ଜିତେନ୍ଦ୍ର ଚୌଧୁରୀ, ଯିଏ ବର୍ତ୍ତମାନ ଭାପୁର ବ୍ଲକର ପଦ୍ମାବତୀ ଗ୍ରା.ପ.ରେ ଚୁକ୍ତିଭିତ୍ତିକ ଗ୍ରାମ ରୋଜଗାର ସେବକ ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ବିପକ୍ଷରେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗୁରୁତର ଅର୍ଥ ଅନିୟମିତତା ଅଭିଯୋଗର ଏକ ଶୁଣାଣି କରି ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ GRS ଚୌଧୁରୀଙ୍କୁ ତାଙ୍କ କାର୍ଯ୍ୟରୁ ଗତ ଅଗଷ୍ଟ ୧୦ ତାରିଖରୁ ବହିଷ୍କୃତ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ଚୌଧୁରୀଙ୍କ ଉପରେ ନରେଗା ପ୍ରକଳ୍ପରେ ଟ.୨୩,୭୪,୪୧୭(ତେଇଶି ଲକ୍ଷ ଚଉସ୍ତରୀ ହଜାର ଚାରିଶହ ସତର) ଟଙ୍କାର ଅର୍ଥ ତୋଷାରପାତ ଅଭିଯୋଗ ଥିଲା । ଏହି ବହିସ୍କାର ଆଦେଶ ଅତି ସ୍ପଷ୍ଟ ଭାବରେ ସୂଚାଏ ଯେ, ଜିଲ୍ଲାରେ ସରକାରଙ୍କ 5T କାର୍ଯ୍ୟକ୍ରମର ମୂଲ୍ୟବହନ କରି ପ୍ରତ୍ୟେକ କାର୍ଯ୍ୟରେ ସ୍ବଚ୍ଛତା ପ୍ରଦର୍ଶନ କରାଯାଉଅଛି ।
Related posts
-
ଭାପୁରରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସରସ୍ବତୀ ଶିଶୁ ମନ୍ଦିର, ଭାପୁର... -
ଭକ୍ତି ସଙ୍ଗୀତ ପ୍ରତିଯୋଗିତା,୧୦ରେ ଭାପୁର ବ୍ଲକ ଅଡିସନ
ଭାପୁର, (ନୟାଗଡ଼ ଦର୍ପଣ): ସଙ୍ଗୀତଧାରା, ନୟାଗଡ଼ ପକ୍ଷରୁ ଆୟୋଜିତ ସିଜିନ-୨ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଭାପୁର ବ୍ଲକ ଅଡିସନ ଆସନ୍ତା ୧୦... -
ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକ
Comments Off on ଫତେଗଡ଼ ରାମ ମନ୍ଦିର ଦର୍ଶନ କରି ଫେରିବା ବାଟରେ ପ୍ରେମିକ ଆଗରେ ପ୍ରେମିକାକୁ ଗଣଦୁଷ୍କର୍ମ, ୩ଯୁବକ ଅଟକଭାପୁର, (ନୟାଗଡ଼ ଦର୍ପଣ): ଭାପୁର ଫତେଗଡ ଥାନା ଅଞ୍ଚଳରେ ଲଜ୍ଜ୍ୟା ଜନକ ଘଟଣା । ଜଙ୍ଗଲ ଭିତରେ ପ୍ରେମିକକୁ ମାଡମାରି ପ୍ରେମିକାକୁ...