‘ସୀତା ଦେବେ ଆଜି ଅଗ୍ନି ପରୀକ୍ଷା’ ନାଟକ ମଞ୍ଚସ୍ଥ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି ତନ୍ତିସାହି
ଗଣେଷ ପୂଜା କମିଟି ପକ୍ଷରୁ ଧୁମଧାମରେ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ
ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ
କିଶୋର ଚନ୍ଦ୍ର ସାହୁ ଯୋଗଦେଇଥିଲେ । ଉତ୍ସବ ଆମ ଭିତରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥାଏ । ସେଥିପାଇଁ ଆମ ପରମ୍ପରାରେ ୧୨ମାସରେ ୧୩ପର୍ବ ଖଞ୍ଜାଯାଇଚି ସେଥିମଧ୍ୟରୁ ଗଣେଶ ପୂଜା ଅନ୍ୟତମ ବୋଲି ମୁଖ୍ୟ ଅତିଥି ଅଭିଭାଷଣ ରଖିଥିଲେ । ଏହି ଅବସରରେ ମଞ୍ଚସ୍ଥ ନାଟକ ‘ସୀତା ଦେବେ ଆଜି ଅଗ୍ନି ପରୀକ୍ଷା’ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଇଟାମାଟି ତନ୍ତୀସାହିର ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ଦ୍ବାରା ଆୟୋଜିତ ନାଟକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୁବାଷ ଚନ୍ଦ୍ର କଅଁର, ଆଶିଷ କୁମାର ଅଗ୍ରୱାଲ, ଅଶୋକ କୁମାର ନାୟକ, କ୍ଷୀରୋଦ ମହାପାତ୍ର, ଇଟାମାଟି ସରପଞ୍ଚ ସ୍ୱପ୍ନଏଶ୍ୱରୀ ସେଠୀ, ସମିତି ସଭ୍ୟା ଗୋଲାପ ରାଣୀ ସେଠି, ଯୋଗଦେଇ ସଂସ୍କୃତି ନଗରୀ ଇଟାମାଟିର ଭାଇଚାରା, ଐତିହ୍ୟକୁ ସୁଦୃଢ କରିବ ବୋଲି କହିଥିଲେ ।

Related posts