ଓମ୍‌ସା ରାଜ୍ୟ ଉପସଭାପତି ହେଲେ ନୟାଗଡ଼ର ଜଣାଶୁଣା ଡାକ୍ତର ଆଶିଷ ଦୀକ୍ଷିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ମେଡିକାଲ ସେବା ସଂଘ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି(ଓମ୍‌ସା)ର ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ଵରରେ ଥିବା ଓମସା ଭବନରେ ଅନୁଷ୍ଠିତ ହୋଇଯାଇଛି। ଓମ୍‌ସାର ରାଜ୍ୟ ଉପସଭାପତି (ସେଣ୍ଟ୍ରାଲ ଜୋନ୍) ପଦବିରେ ନୟାଗଡ଼ର ଜଣାଶୁଣା ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଦୀକ୍ଷିତ ଉପ ସଭାପତି ପଦରେ ନିର୍ଦ୍ଧ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏଥିରେ ରାଜ୍ୟ ସଭାପତି ଡାକ୍ତର ନାରାୟଣ ରାଉତ, ସାଧାରଣ ସମ୍ପାଦକ ଡାକ୍ତର ବିଶ୍ବଜିତ ସାମଲ, କୋଷାଧକ୍ଷ ଡାକ୍ତର କ୍ଷୀରୋଦ ଚନ୍ଦ୍ର ପାଲ, ଉପସଭାପତି ପଶ୍ଚିମାଞ୍ଚଳ ଡାକ୍ତର ସମୀର କୁମାର ପାତ୍ର, ଉପସଭାପତି ଦକ୍ଷିଣାଞ୍ଚଳ ଡାକ୍ତର ମହମ୍ମଦ ଅବଦୁଲ ମାଳିଦ, ଯୁଗ୍ମ ସମ୍ପାଦକ ଡାକ୍ତର ମାନସ ରଞ୍ଜନ ପାଣି, କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର କ୍ଷେତ୍ରମୋହନ କାଣ୍ଡ, ଡାକ୍ତର ସଂଜୀବ କୁମାର ପ୍ରଧାନ, ଡାକ୍ତର ସରୋଜ ରଞ୍ଜନ ନାୟକ ଓ ଓମସାର ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର ଶପଥ ନେଇଥିଲେ। ଏ ସମସ୍ତଙ୍କୁ ସାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମାହାପାତ୍ର ଶପଥପାଠ କରାଇଥିଲେ। ଏଥିରେ ଜନ ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ, ନିର୍ଦେଶକ ଲକ୍ଷ୍ମୀଧର ସାହୁ, ଅତିରିକ୍ତ ସଚିବ ସ୍ବାସ୍ଥ୍ୟ ଡାକ୍ତର ଉର୍ମିଳା ମିଶ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବରିଷ୍କ ଡାକ୍ତର ଯୋଗଦାନ କରିଥିଲେ । ବିଭିନ୍ନ ଜିଲ୍ଲାରୁ ବହୁସଂଖାରେ ଡାକ୍ତର ଏ ଉତ୍ସବରେ ଯୋଗଦାନ କରିଥିଲେ। ଏହି କମିଟି ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଏନେଇ ଡାକ୍ତର ଦୀକ୍ଷିତଙ୍କୁ ସହକର୍ମୀଙ୍କ ସମେତ ନୟାଗଡ଼ର ବିଭିନ୍ନ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Related posts