ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଲେ ଦଶପଲ୍ଲା ବିଧାୟକ ରମେଶ

ନିର୍ବାଚନ ମଣ୍ଡଳୀ ବାସୀଙ୍କ ଆଶ୍ରୀବାଦ କାମନା କଲେ ରମେଶ ନୂଆଗାଁ, (ନୟାଗଡ଼ ଦର୍ପଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଧାନ ସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି।ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆସ୍ଥା ପ୍ରକଟ କରିବା ସହ ପୁନଃ ଟିକେଟ ପ୍ରଦାନ କରିଛନ୍ତି।ଏଥି ପାଇଁ ଦଶପଲ୍ଲା ବିଧାୟକ ରମେଶ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ,୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ, କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ,ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ବରିଷ୍ଠ ପର୍ଯ୍ୟବେକ୍ଷକ ଦେବୀ ମିଶ୍ର ଏବଂ ନୟାଗଡ଼ ବିଧାୟକ ଡ ଅରୁଣ କୁମାର ସାହୁ ଙ୍କୁ କୃତଜ୍ଞତା…

Read More

ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ନୟାଗଡ଼ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଥିଲେ। ନିର୍ବାଚନ ଆଚରଣ ଵିଧି ଲାଗୁ ହେବାପରେ କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ…

Read More

ଦଶପଲ୍ଲାରୁ କଟକ ପର୍ଯ୍ୟନ୍ତ ରେଳ ଚଳାଚଳ ପାଇଁ ଦାବି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଦଶପଲ୍ଲାଠାରେ ନବନିର୍ମିତ ରେଳ ଷ୍ଟେସନ ଗତ ଜାନୁଆରୀ ୬ ତାରିଖରେ ରେଳମନ୍ତ୍ରୀଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଉଦଘାଟିତ ହେବା ପରେ ନୟାଗଡ଼ ଟାଉନରୁ ଭୁବନେଶ୍ୱର ଯାଉଥିବା ସେବା ଏକ୍ସପ୍ରେସ ସେହି ଦିନଠାରୁ ଦଶପଲ୍ଲାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ନିୟମିତ ଚଳାଚଳ କରୁଛି । ସେହିପରି ନୟାଗଡ଼ରୁ ପୁରୀ ଯାଉଥିବା ପାସେଞ୍ଜର ଟ୍ରେନଟି ମଧ୍ୟ ଦଶପଲ୍ଲାରୁ ପୁରୀକୁ ନିୟମିତ ଚଳାଚଳ କରୁଛି । ରେଳସେବା ଜିଲ୍ଲାର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ପରଠାରୁ ଏହି ରୁଟରେ ଯାତ୍ରୀଙ୍କ ସଂଖ୍ୟା ନିୟମିତ ବୃଦ୍ଧି ପାଇବାରେ ଲାଗିଛି । ଦଶପଲ୍ଲା ନିକଟବର୍ତ୍ତି ଗଣିଆ,ଛାମୁଣ୍ଡିଆ, ବଡ଼ସିଲିଙ୍ଗା,ବାଣିଗୋଚ୍ଛା, ଟାକେରା,କଳସଖମଣ ଏପରିକି ବୌଦ୍ଧ,ଚାରିଛକ,ମାଧପୁର ଆଦି ଅଞ୍ଚଳରୁ ଲୋକମାନେ ପ୍ରାତ୍ୟହ ଭୁବନେଶ୍ୱର ଏବଂ ପୁରୀ ଯା’ଆସ କରୁଛନ୍ତି । ତେବେ ଓଡ଼ିଶାର ବ୍ୟବସାୟିକ ପ୍ରାଣକେନ୍ଦ୍ର ଭାବେ ପରିଚିତ କଟକକୁ ଲୋକମାନେ ପ୍ରତ୍ୟହ…

Read More

ନୟାଗଡ଼ ଜିଲ୍ଲାରେ ଅତିରିକ୍ତ ନିର୍ବାଚନ ଅଧିକାରୀଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ଅତିରିକ୍ତ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ସମୀକ୍ଷା କରିଥିଲେ । ପ୍ରଥମେ ଶ୍ରୀଯୁକ୍ତ କର ନୟାଗଡ଼ ଜିଲ୍ଲାରେ ବୁଥ୍ ପୋଷ୍ଟାଲ ବ୍ୟାଲେଟ୍, ଯାନ, ଟ୍ରେନିଂ ପ୍ରୋଗ୍ରାମ, ଏମ.ସି.ଏମ.ସି., ଏମ.ସି.ସି., ପୋଲିସ ମାଜିଷ୍ଟ୍ରେଟ୍ ସମନ୍ଵୟ ଉପରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ଵଧା ଦେବସିଂ ନିର୍ବାଚନ ସମ୍ବନ୍ଧୀୟ ସନ୍ଦେହ ଗୁଡ଼ିକ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ଦିଲିପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ରିଟର୍ନିଙ୍ଗ ଅଧିକାରୀ ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ତଥା ରିଟର୍ନିଙ୍ଗ ଅଧିକାରୀ କର୍ଣ୍ଣଦେବ ସମାଦାର, ଅତିରିକ୍ତ…

Read More

ଓଡ଼ଗାଁକୁ ୩୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟିଦେଲେ ବିଧାୟକ ଡ଼ଃ. ଅରୁଣ

ଓଡଗାଁ, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ଗାଁରେ ବିକାଶର ମହାପର୍ବ ଚାଲିଛି। ରାସ୍ତାଘାଟ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ,ଶିକ୍ଷା କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି। ଏହି କ୍ରମରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଓଡ଼ଗାଁ ଗସ୍ତ କରି ୧୦ କୋଟି ବ୍ୟୟ ଅଟକଳରେ କେନାଲ ଛକ ଠାରୁ ବୁଢାବୁଢ଼ୀଆଣି ଡ୍ୟାମ ଦୀର୍ଘ ୧୧ କିମି ରାସ୍ତା, ୯ କୋଟି ୧୬ ଲକ୍ଷ ବ୍ୟୟ ଅଟକଳରେ ଓଡ଼ଗାଁ ଏନଏସିରେ ନୂତନ ବସଷ୍ଟାଣ୍ଡ ଓ ୮ କୋଟି ୨୦ ଲକ୍ଷ ବ୍ୟୟରେ ମଶାବାରୀ କୁସୁମୀ ନଦୀ ଉପରେ ନୂତନ ସେତୁ,କୁରାଳ ଠାରେ ୩୦ ଲକ୍ଷ ବ୍ୟୟ ଅଟକଳରେ ପଞ୍ଚାୟତସ୍ତରୀୟ ମିଶନ ଭବନ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଠିକ ସେହିପରି କେନାଲ ଛକ ଘସାଦେଇପୁର ଠାରେ ନୂତନ ଲକ୍ଷ୍ମୀ ବସଷ୍ଟପ, ରଙ୍ଗଣୀପାଟଣା ଓ ଦଣ୍ଡୋର…

Read More

ଦଶପଲ୍ଲା ବିଧାୟକଙ୍କ ନେତୃତ୍ୱରେ ନୂଆଗାଁରେ ମହିଳା ମହାସମାବେଶ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକରେ ହୋଇଥିବା ଐତିହାସିକ ମହିଳା ସମାବେଶ ଦଶପଲ୍ଲା ବିଧାୟକଙ୍କ ଲୋକ ପ୍ରିୟତାକୁ ପ୍ରମାଣିତ କରିଛି। ନୂଆଗାଁ ବ୍ଲକ ସଦର ମହକୁମାରେ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହେବା ସହ ମିଶନ ଶକ୍ତି ଗୃହ ଓ ୫ଟି ପ୍ରକଳ୍ପ ଶୁଭ ଉଦଘାଟନ ହୋଇଯାଇଛି। ନୂଆଗାଁ ବ୍ଲକ ବିଜୁ ଜନତା ଦଳ ତରଫରୁ ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ୫ହଜାରରୁ ଉର୍ଦ୍ଧ୍ବ ମହିଳା କର୍ମୀଙ୍କ ଉପସ୍ଥିତିରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଏକ ବିରାଟ ପଟୁଆରରେ ବଜାର ପରିକ୍ରମା କରି ବ୍ଲକ ନିକଟରେ ଥିବା ମିଶନ ଶକ୍ତି ଗୃହ ନିକଟରେ ପହଞ୍ଚି ବ୍ଲକ ମିଶନ ଶକ୍ତି ଗୃହକୁ ବିଧାୟକ ଶ୍ରୀ ବେହେରା…

Read More

“କେତେ କାନ୍ଦିବୁରେ ଗୌର ଦାସ” ସାମାଜିକ ନାଟକ ଉଦଘାଟନ କଲେ ଦଶପଲ୍ଲା ବିଧାୟକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ କନ୍ଧଖାଲମଡା ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବି ମା ବାଗଦେବୀ ଙ୍କ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ସକାଳ ୧୧ଘଟିକା ସମୟରେ ବାଲିତୋଟା ରେ ମା ବାଗଦେବୀ ଠାକୁରାଣୀ ଙ୍କ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ସେଠାରୁ ମୁଣ୍ଡରେ କଳସ,ନାମ ସଂକୀର୍ତ୍ତନ, ଢୋଲ ବାଜା, ବାଣ,ଧଳା କଳା ଘୋଡା ଚଢି ସୁସଜ୍ଜିତ ପଟୁଆରେ ବାହାରି ପୋଡାଗଡ ଠାରେ ପହଞ୍ଚି ମା ବାଗଦେବୀ ଠାକୁରାଣୀ ଙ୍କୁ ସ୍ଥାପନ କରାଯାଇଥିଲା।ଦିର୍ଘ ଦୁଇଦିନ ଧରି ହୋମ , ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖାଲମଡା ଗ୍ରାମର ମା ତାରିଣୀ ନାଟ୍ୟ ସାଂସଦ ର ଯୁବ କଳାକାର ମାନଙ୍କ ଦ୍ଵାରା “କେତେ କାନ୍ଦିବୁରେ ଗୌରଦାସ” ଏକ ପାରିବାରିକ ନାଟକ ମଞ୍ଚସ୍ଥ…

Read More

ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସବୁ ବିଭାଗ କିପରି ପ୍ରସ୍ତୁତ ରହିବେ ତାହା ଉପରେ ମତ…

Read More

ରାଜ୍ୟସ୍ତରୀୟ ନାଟ୍ୟମେଳା ପ୍ରସ୍ତୁତି ବୈଠକ, ନାଟ୍ୟସୂଚୀ ପ୍ରକାଶିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥି ନିମନ୍ତେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାଟ୍ୟନୁଷ୍ଠାନମାନ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଏହି ଅବସରରେ ସୂଚନା…

Read More

ପ୍ରେମ ପାଇଁ ସ୍ୱାମୀକୁ ମାରି ଘର ଭିତରେ ମାଟିତଳେ ପୋତିଦେଲା ସ୍ତ୍ରୀ

ଶାଶୁ, ସ୍ତ୍ରୀ ଓ ପ୍ରେମିକ ଗିରଫ ପରେ ଗାଁ ଶତାଧିକ ଲୋକ, ପୋଲିସ ମୁତୟନ ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ୧୪ ବର୍ଷଘର ସଂସାର କରି ସାରିବା ପରେ ସ୍ୱାମୀ ସ୍ତ୍ରୀର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ଜୀବନରେ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ । ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପୁଲିସ ଗାଁରେ ପହଂଚି ସ୍ତ୍ରୀ ଓ ଶାଶୁକୁ ଉଠାଇ ଆଣିଥିବାବେଳେ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୁଲିସ ଜାଲରେ ଧରାପଡିଛି। ସୂଚନା ଅନୁସାରେ, ଓଡ଼ଗାଁ ଥାନା ରୋହିବାଙ୍କ ଗ୍ରାମର ଗୋଲକ ନାୟକ ପୁଅ ପ୍ରକାଶ ନାୟକ(୩୭) ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେ…

Read More