ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ବ୍ଲକ ଅନ୍ତର୍ଗତ ଜାକେଡ଼ା ଗ୍ରାମ ପଞ୍ଚାୟତ କନ୍ଧଖାଲମଡା ଗ୍ରାମରେ ଥିବା ଅଧିଷ୍ଠାତ୍ରୀ ଦେବି ମା ବାଗଦେବୀ ଙ୍କ ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ସକାଳ ୧୧ଘଟିକା ସମୟରେ ବାଲିତୋଟା ରେ ମା ବାଗଦେବୀ ଠାକୁରାଣୀ ଙ୍କ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ସେଠାରୁ ମୁଣ୍ଡରେ କଳସ,ନାମ ସଂକୀର୍ତ୍ତନ, ଢୋଲ ବାଜା, ବାଣ,ଧଳା କଳା ଘୋଡା ଚଢି ସୁସଜ୍ଜିତ ପଟୁଆରେ ବାହାରି ପୋଡାଗଡ ଠାରେ ପହଞ୍ଚି ମା ବାଗଦେବୀ ଠାକୁରାଣୀ ଙ୍କୁ ସ୍ଥାପନ କରାଯାଇଥିଲା।ଦିର୍ଘ ଦୁଇଦିନ ଧରି ହୋମ , ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଖାଲମଡା ଗ୍ରାମର ମା ତାରିଣୀ ନାଟ୍ୟ ସାଂସଦ ର ଯୁବ କଳାକାର ମାନଙ୍କ ଦ୍ଵାରା “କେତେ କାନ୍ଦିବୁରେ ଗୌରଦାସ” ଏକ ପାରିବାରିକ ନାଟକ ମଞ୍ଚସ୍ଥ…
Read MoreCategory: ନୂଆଗାଁ ବ୍ଲକ
ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ ଓ ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ଗ୍ରୀଷ୍ମ ପ୍ରବାହ ମୁକାବିଲା ଓ ପ୍ରସ୍ତୁତି ନିମନ୍ତେ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ଅବସ୍ଥିତ ଡି.ପି.ଆର.ସି. ସଭାଗୃହରେ ଆୟୋଜନ କରାଯାଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳ ସଭାପତିତ୍ୱ କରିଥିଲେ । ସମ୍ବଳ ବ୍ୟକ୍ତିତ୍ଵ ଭାବରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତପତି ରାଜ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ନୌସଦ୍ ଅଲ୍ଲୀ ଖାଁ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ କୁମାର ରଥ ଯୋଗ ଦେଇଥିଲେ । ସମସ୍ତ ଜିଲ୍ଲାସ୍ତରୀୟ ପଦାଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଯୋଗ ଦେଇ ସେମାନଙ୍କର ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କାର୍ଯ୍ୟ ଖସଡ଼ା ଉପସ୍ଥାପନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ସବୁ ବିଭାଗ କିପରି ପ୍ରସ୍ତୁତ ରହିବେ ତାହା ଉପରେ ମତ…
Read Moreରାଜ୍ୟସ୍ତରୀୟ ନାଟ୍ୟମେଳା ପ୍ରସ୍ତୁତି ବୈଠକ, ନାଟ୍ୟସୂଚୀ ପ୍ରକାଶିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧ ରୁ ୭ ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏଥି ନିମନ୍ତେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ମହର୍ଷି ବିଦ୍ୟାମନ୍ଦିର ଖେଳପଡ଼ିଆ ଠାରେ ଅନୁଷ୍ଠିତ ହୋଇଥିଲା। ନାଟ୍ୟଧାରା ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ସମ୍ପାଦକ ଲକ୍ଷ୍ମୀଧର ମହାପାତ୍ର ଏବଂ ନାଟ୍ୟ ନିର୍ଦ୍ଦେଶକ ଡ. ବିଜୟ କୁମାର ଚୌଧୁରୀ ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତି ସମ୍ପର୍କରେ ଆଲୋଚନା କରିଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ନାଟ୍ୟନୁଷ୍ଠାନମାନ ସେମାନଙ୍କ ନାଟକ ପରିବେଷଣ କରିବେ ବୋଲି ଏହି ଅବସରରେ ସୂଚନା…
Read Moreପ୍ରେମ ପାଇଁ ସ୍ୱାମୀକୁ ମାରି ଘର ଭିତରେ ମାଟିତଳେ ପୋତିଦେଲା ସ୍ତ୍ରୀ
ଶାଶୁ, ସ୍ତ୍ରୀ ଓ ପ୍ରେମିକ ଗିରଫ ପରେ ଗାଁ ଶତାଧିକ ଲୋକ, ପୋଲିସ ମୁତୟନ ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ୧୪ ବର୍ଷଘର ସଂସାର କରି ସାରିବା ପରେ ସ୍ୱାମୀ ସ୍ତ୍ରୀର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ଜୀବନରେ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ । ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଆଜି ପୁଲିସ ଗାଁରେ ପହଂଚି ସ୍ତ୍ରୀ ଓ ଶାଶୁକୁ ଉଠାଇ ଆଣିଥିବାବେଳେ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୁଲିସ ଜାଲରେ ଧରାପଡିଛି। ସୂଚନା ଅନୁସାରେ, ଓଡ଼ଗାଁ ଥାନା ରୋହିବାଙ୍କ ଗ୍ରାମର ଗୋଲକ ନାୟକ ପୁଅ ପ୍ରକାଶ ନାୟକ(୩୭) ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ସେ…
Read Moreଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ର ଶୁଭାରମ୍ଭ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ଫାଇଲେରିଆ ବା ବାତଜ୍ଵର ନିରାକରଣ ନିମନ୍ତେ ‘ଏକକାଳୀନ ସାମୁହିକ ଔଷଧ ସେବନ’ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ତାରକ ପ୍ରଶନ୍ନ ତ୍ରିପାଠୀଙ୍କ ସଭାପତିତ୍ୟରେ ରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ଦଶପଲ୍ଲା ବ୍ଲକ ଚେୟାରମ୍ୟାନ ସୁନନ୍ଦା ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦଶପଲ୍ଲା ବିଡ଼ିଓ, ଏବିଡିଓ, ଏବିଓ, ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଓ ରୋଟାରୀ କ୍ଲବର ଉପ ପ୍ରାନ୍ତପାଳ ରୋଟାରିଆନ ଧିରେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ । ଫାଇଲେରିଆ ଓ ଏହାର ନିରାକରଣ କୁ ନେଇ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ‘ଡି.ଇ.ସି’ ବଟିକା ସହ ‘ଆଲ୍ବେଣ୍ଡାଜୋଲ’ ବଟିକା ଅତିଥି…
Read Moreନ୍ୟାୟ ପାଇଲା ପରୀ
ନୟାଗଡ଼, (ନୟାଗଡ଼ ଦର୍ପଣ): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଆସିଛି ରାୟ। ନୟାଗଡ଼ର ଏହି ଚର୍ଚ୍ଚିତ ହତ୍ୟା ଘଟଣାର ଶୁଣାଣୀ କରି ଦୋଷୀ ସରୋଜ ସେଠୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ୨୦୨୦ ମସିହା ଜୁଲାଇ ୧୪ ତାରିଖରେ ନୟାଗଡ଼ ନିକଟସ୍ଥ ଯଦୁପୁର ଗାଁରେ ପରୀକୁ ହତ୍ୟା କରାଯାଇଥିଲା ।ଏସ୍.ଆଇ.ଟି ଧରିଥିବା ନାବାଳକକୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ ରାଉରକେଲା ବାଳ ସ୍ୱଧାର ଗୃହରୁ ଅଭିଯୁକ୍ତକୁ ନୟାଗଡ଼ ଚିଲଡ୍ରେନ୍ କୋର୍ଟକୁ ଅଣାଯାଇଥିଲା । ଗତ ଜାନୁଆରୀ ୩୦ ତାରିଖରେ ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ କରିଥିଲେ କୋର୍ଟ । ପରୀ ହତ୍ୟାକାଣ୍ଡ ଘଟଣାରେ ଗଠିତ ଏସଆଇଟି ଗତ ୨୦ ଡିସେମ୍ବର ୨୦୨୦ରେ ଅଭିଯୁକ୍ତକୁ ଗିରଫ କରିଥିଲା । ରାଜ୍ୟ ସରକାର…
Read Moreଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା – ୨୦୨୪
ନୂଆଗାଁ, (ନୟାଗଡ଼ ଦର୍ପଣ): ନୂଆଗାଁ ମହୋତ୍ସଵ ପଡିଆରେ ଉଦଘାଟିତ ହେଲା ପଞ୍ଚୁପାଣ୍ଡଵ ମହୋତ୍ସବ ଓ ପଲିଶ୍ରୀ ମେଳା। ନୂଆଗାଁ ମହୋତ୍ସବ କମିଟି ସଭାପତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତତେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ପ୍ରାରମ୍ଭରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ନୂଆଗାଁ ପଞ୍ଚୁପାଣ୍ଡଵ ମନ୍ଦିର ସମ୍ମୁଖରୁ ପୂଜାର୍ଚନା କରାଯାଇ ମଶାଲ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଯାତ୍ରାରେ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକତ୍ରିତ ଭାବରେ ନୂଆଗାଁ ବିରୁପାଖେଶ୍ୱର ମନ୍ଦିର ନୂଆଗାଁ ଯାଇଥିଲେ ଏବଂ ସେଠାରୁ ମୃଦଙ୍ଗ, ଢୋଲ ଘୋଡା ନାଚ ଓ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଏକ ବିରାଟ ପାଟୁଆର ବାହାରିଥିଲା। ନୂଆଗାଁ ଗ୍ରାମ ଭ୍ରମଣ କଲାପରେ ମହୋତ୍ସବ ପଡିଆରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଅପରାହ୍ନରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
Read Moreମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ନୟାଗଡ ଜିଲ୍ଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନ୍ତର୍ଗତ ରାଜ୍ୟ ସ୍ତରୀୟ ପୁରସ୍କାର ବିତରଣ ଉତ୍ସବ ଆସନ୍ତା ଜାନୁଆରୀ ମାସ ୩୧ ତାରିଖ ଦିନ ଦିବା ୨:୩୦ ଘଟିକା ଠାରୁ ସନ୍ଧ୍ୟା ୭:୩୦ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିଅମ ଠାରେ ମହାସମାରୋହ ରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏଥି ନିମନ୍ତେ ନୟାଗଡ ଜିଲ୍ଲାରୁ ବିଭିନ୍ନ ପର୍ଯ୍ୟାୟରେ ମେଧାବୀ ଛାତ୍ର ଛାତ୍ରୀ,ବିଦ୍ୟାଳୟ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ବିଭିନ୍ନ ବିଷୟରେ କୃତି ଶିକ୍ଷକ ଶିକ୍ଷୟତ୍ରୀ ଓ ବ୍ଲକ ଉକ୍ତ ରାଜ୍ୟ ସ୍ତରୀୟ ଉତ୍ସବରେ ପୁରସ୍କୃତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି I ଛାତ୍ର ଏକାଡେମୀ ପୁରସ୍କାର ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ ୬ ଜଣ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଛାତ୍ର ମେରିଟ ବୃତ୍ତି ପର୍ଯ୍ୟାୟରେ ଜିଲ୍ଲାରୁ ମୋଟ ୬୯ ଜଣ ଛାତ୍ର ଛାତ୍ରୀ ପୁରସ୍କାର…
Read Moreଭଏସ୍ ଅଫ୍ ନୟାଗଡ଼ର ବିଜେତା ହେଲେ ଦେବୀପ୍ରସାଦ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡର ଯୁବ କଣ୍ଠଶିଳ୍ପୀମାନଙ୍କୁ ନେଇ ନୟାଗଡ଼ କ୍ଳବ ତରଫରୁ ଆୟୋଜିତ ଭଏସ୍ ଅଫ୍ ନୟାଗଡ଼ ଚତୁର୍ଥ ସିଜିନ୍ ର ଗ୍ରାଣ୍ଡ ଫାଇନାଲ୍ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଗତ ଏକମାସ ଧରି ନୟାଗଡ଼ର ବିଭିନ୍ନ ବ୍ଲକ ମଧ୍ୟରେ ସଂଗୀତ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ଆଠ ଜଣ ପ୍ରତିଯୋଗୀଙ୍କୁ ଅନ୍ତିମ ପର୍ଯ୍ୟାୟକୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡର ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗଦେଇ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ଦିଗରେ ନୟାଗଡ଼ କ୍ଳବର ଏହି ଅଭିନବ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ପୋୖରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଉପସ୍ଥିତ ଥିବା ବେଳ ନୟାଗଡ଼ କ୍ଳବ୍ ସଭାପତି ରବୀନ୍ଦ୍ର କୁମାର ସାହୁ, ସଂପାଦକ ମହିର ରଂଜନ ନାୟକ ଓ…
Read Moreନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ମାର୍ଚ୍ଚ ୧ରୁ ୦୭ଯାଏଁ ରାଜ୍ୟସ୍ତରୀୟ ନାଟ୍ୟମେଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ପଞ୍ଜିକୃତ ନାଟ୍ୟସଂସ୍ଥା’ ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ୧ ମାର୍ଚ୍ଚ ୨୦୨୪ ଠାରୁ ୦୭ ମାର୍ଚ୍ଚ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ରାଜ୍ୟ ସ୍ତରୀୟ ନାଟ୍ୟମେଳା’ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି । ବିଗତ ତିନି ବର୍ଷ ନାଟକୋତ୍ସବର ଅଭୂତପୂର୍ବ ସଫଳତା ତଥା ଦର୍ଶକୀୟ ଆଦୃତିକୁ ଆଧାର କରି ଚଳିତ ବର୍ଷ ନାଟ୍ୟମେଳା ଆୟୋଜନ ନିମନ୍ତେ ପ୍ରସ୍ତାବ ରଖାଯାଇଛି । ଏ ବର୍ଷ ଭୁବନେଶ୍ବର, ବାରିପଦା,ସମ୍ବଲପୁର, କଟକ ଏବଂ ଅନୁଗୁଳୁ ପ୍ରଭୃତି ସ୍ଥାନର ଧୁରୀଣ ନାଟ୍ୟାନୁଷ୍ଠାନ ମାନଙ୍କ ସହିତ ନାଟକ ମଞ୍ଚସ୍ଥ ନିମନ୍ତେ ଯୋଗାଯୋଗ କରାଯାଇଅଛି । ପ୍ରତ୍ୟହ ସନ୍ଧ୍ୟା ୭ ଘ. ୩୦ ମିନିଟ ସମୟରେ ଆରମ୍ଭ ହେବାକୁ ଥିବା ନାଟକ ଗୁଡିକ…
Read More