ନୂଆଗାଁ ବ୍ଲକରେ ବସୁଧା, ଭୂଗୋଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବସୁଧା, ଭୂଗୋଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ବିଆରସିସି ଜ୍ୟୋତ୍ସ୍ନାରାଣୀ ସେଠୀ, ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା କୁମାରୀ ଦାଶ ପ୍ରମୁଖ ଯୋଗ ଦେଇ ଏହି ତାଲିମ ଶିବିର ର ମହତ୍ତ୍ଵ ଉପରେ ବର୍ଣ୍ଣନା କରିଥଲେ।ଗୁଣାତ୍ମକ ଶିକ୍ଷାର ଲକ୍ଷ୍ୟ ହାସଲ ପାଇଁ ଉନ୍ନତ ମାନର ଶିକ୍ଷାଦାନ ଅପରିହାର୍ଯ୍ୟ ତେଣୁ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଭୂଗୋଳ ବିଷୟ କୁ ଅଧିକ ଗୁରୁତ୍ୱାରୋପ କରାଯାଇଛି।ଜଗତୀକରଣ ପରେ ପରେ ସମଗ୍ର ବିଶ୍ଵରେ ଗୋଟିଏ ଦେଶ ଅନ୍ୟ ଏକ ଦେଶ ଉପରେ ନିର୍ଭର ଶୀଳ ହୋଇପଡିଛି।ତେଣୁ ଭୂଗୋଳ ଶିକ୍ଷଣ ଦ୍ଵାରା ସମଗ୍ର ବିଶ୍ଵ ସମ୍ଵନ୍ଧରେ ଧାରଣା ଦେବାକୁ ଗୁରୁତ୍ଵ ଦିଆଯାଇଛି।ଶିକ୍ଷଣ ଶୈଳୀ ଓ ଶିକ୍ଷଣ ବିଧିରେ ଯଥୋଚିତ ପରିବର୍ତ୍ତନ ପାଇଁ ଶିକ୍ଷକ ପ୍ରଶିକ୍ଷଣ ଓ ପ୍ରଶିକ୍ଷଣ ସାମଗ୍ରୀ ଆଦି ର ମହତ୍ତ୍ଵ ପୂର୍ଣ୍ଣ ଭୂମିକା ଉପରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ୧୩ ଟି କ୍ଲଷ୍ଟର ରୁ ଏକ ଶହ ରୁ ଉର୍ଦ୍ଧ୍ବ ଶିକ୍ଷକ , ଶିକ୍ଷୟତ୍ରୀ ଦୁଇ ଦିନ ଧରି ତାଲିମ ଗ୍ରହଣ କରିଥିଲେ। ଆର୍ ପି ବିଭୂତି ଭୂଷଣ ମିଶ୍ର,କୈଳାଶ ଚନ୍ଦ୍ର ନାଏକ,ଶ୍ରୀନିବାସ ରଥ,ରାକେଶ କୁମାର ଘଡେ଼ଇ,ଜଗବନ୍ଧୁ ମିଶ୍ର,ସରୋଜ କୁମାର ସାହୁ, ପ୍ରସନ୍ନ କୁମାର ବେହେରା,ବାସୁଦେବ ମହାପାତ୍ର,ପ୍ରବୀର କୁମାର ଦାଶ,ସ୍ୱରୂପ କୁମାର ସାହୁ,ଦେବରାଜ ସାହୁ, ରଜତ କୁମାର ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

Related posts