ନୂଆଗାଁ ବ୍ଲକ୍ ବିଜୁ ଛାତ୍ର ଜନତା ଦଳରର ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ

ନୂଆଗାଁ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ନୂଆଗାଁ ବିଜୁ ଛାତ୍ର ଜନତା ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କିଭଳି ଗ୍ରାମାଞ୍ଚଳରେ ଲୋକମାନଙ୍କ ପାଖରେ ପହଞ୍ଚିବା ସହ ବିଜୁ ଜନତା ଦଳ ସପକ୍ଷରେ କିଭଳି ବହୁମାତ୍ରାରେ ଜନମତ ଆସିବ ସେ ଉପରେ ଛାତ୍ରମାନଙ୍କୁ ପରାମର୍ଶ ଦିଆଯାଇଥିଲା। ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ବ୍ଲକ ବିଜେଡ଼ି ସଭାପତି ସନାତନ ସାମଲ, ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ରାଜ୍ୟ ସାଧାରଣ ସମ୍ପାଦକ ଉପ ସଭାପତି ଭାଇସ୍ ଚିନ୍ମୟୀ କୁମାର ପ୍ରଧାନ, ବ୍ଲକ ଯୁବ ବିଜେଡି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ଯୁବ ଉପ ସଭାପତି ସଞ୍ଜୀବ କୁମାର ଡାକୁଆ, ଦଶପଲ୍ଲା ବିଜେଡି ଛାତ୍ର ସଭାପତି ସୁଶାନ୍ତ ପରିଡା, ସୁଶାନ୍ତ କୁମାର ପଢ଼ିଆରୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟେକ କର୍ମୀ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ସଶକ୍ତ ଓ ଆଧୁନିକ ଓଡ଼ିଶା ଗଠନ କରିବା ଦିଗରେ ସଦା ସର୍ବଦା କାର୍ଯ୍ଯ କରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ । ୨୨ଟି ପଞ୍ଚାୟତର ଦୁଇଶହ ରୁ ଉର୍ଦ୍ଧ୍ବ ବିଜୁ ଛାତ୍ର ଯୋଗ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ, ଜନକଲ୍ୟାଣକାରୀ ଯୋଜନା ଏବଂ ବିଧାୟକଙ୍କ ଦ୍ଵାରା ଯେଉଁଭଳି ବିକାଶ କାର୍ଯ୍ୟ ଚାଲିଛି ସେଥିରେ ଅନୁପ୍ରାଣୀତ ହୋଇ ବହୁ ଛାତ୍ର ବିଜୁ ଜନତା ଦଳରେ ଯୋଗଦେଇଥିଲେ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉତ୍ତରୀୟ ଦେଇ ଦଳରେ ଯୋଗଦେଇଥିବା ଛାତ୍ରମାନଙ୍କୁ ସ୍ଵାଗତ କରି ଦଳକୁ ପାଛୋଟି ଆଣିଥିଲେ।

Related posts