ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ

ନୟାଗଡ଼,(ନୟାଗଡ଼ ଦର୍ପଣ): ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରାଷ୍ଟ୍ରୀୟ ନବବର୍ଷ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ମା’ ସାରଦାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଆଚାର୍ଯ୍ୟା ପ୍ରମୋଦିନୀ ମିଶ୍ର ରାଷ୍ଟ୍ରୀୟ ନବବର୍ଷର ମହତ୍ୱ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ।
1.ବ୍ରହ୍ମାଙ୍କ ଦ୍ୱାରା କାଳଗଣନା ଓ ଯୁଗାବ୍ଦ ଆରମ୍ଭ
2. ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟାଭିଷେକ
3. ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ
4. ଶକାବ୍ଦ ଓ ଶାଳିବାହାନଙ୍କର ଗଣନା ଆରମ୍ଭ
5. ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜର ପ୍ରତିଷ୍ଠା
6. ଦୁର୍ଗାଦେବୀଙ୍କର ନବଦିନାତ୍ମକ ପୂଜା ଆରମ୍ଭ
7. ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଂସ୍ଥାପକ ଡଃ କେଶବ ବଳିରାମ ହେଡଗେୱରଙ୍କ ଜନ୍ମଦିନ
8. ସନ୍ଥ ଝୁଲେଲାଲଙ୍କ ଜନ୍ମ


ବିଦ୍ୟାଳୟର ଶିଶୁ ଭାଇଭଉଣୀମାନେ ଶ୍ରୀରାମ, ଯୁଧିଷ୍ଠିର, ଲକ୍ଷ୍ମୀବାଇ, ଭାରତମାତା, ଡଃ କେଶବ ବଳିରାମ ହେଡଗେୱର, ସନ୍ଥ ଝୁଲେଲାଲ୍ , ଦୟାନନ୍ଦ ସରସ୍ୱତୀ, ଦୂର୍ଗା ଆଦି ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ନଗର ପରିକ୍ରମା କରିଥିଲେ। ଉକ୍ତ ଶୋଭାଯାତ୍ରାରେ ଘୋଷ୍ ବାଦ୍ୟର ତାଳେ ତାଳେ ନାରାୟଣୀ ମନ୍ଦିର ଠାରୁ ଦେବୋତ୍ତର କଲୋନୀ ପର୍ଯ୍ୟନ୍ତ ପ୍ରକମ୍ପିତ ହୋଇଥିଲା। ଅଭିଭାବକମାନେ ମଧ୍ୟ ମୁଖ୍ୟଦ୍ୱାରାରେ ପୂର୍ଣ୍ଣ କଳସ ଥୋଇ ରାଷ୍ଟ୍ରୀୟ ନବବର୍ଷ ପାଳନ କରିଥିଲେ। ପ୍ରଭାତ ଫେରି ପରେ ଦହିପଣା ବ୍ୟବସ୍ଥା କରାଯାଇଥିଲା। ବିଦ୍ୟାଳୟର ସମ୍ପାଦକ ଶ୍ରୀ ଭାସ୍କର ଚନ୍ଦ୍ର ସାହୁ ଓ ପ୍ରଧାନ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୁରୁଜୀ ଗୁରୁମାନଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା। ଏହି ଉତ୍ସବରେ ପ୍ରାୟ ୭୦୦ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।

Related posts