⭕ନିର୍ବାଚନ ପାଇଁ ଟଙ୍କା ଚାଲାଣ ସନ୍ଦେହ: ପୁଣି ଫେରିଲା କଳା କାଚ ଯାଞ୍ଚ, ନିୟମ ନ ମାନିଲେ ୫ ହଜାର ଜୋରିମାନା।
⭕ଆନ୍ଧ୍ର-ଓଡିଶା ଗୋଟିଏ ଦିନରେ ଭୋଟ୍, ପ୍ରଶାସନ ପାଇଁ ଚିନ୍ତା କୋଟିଆ।
⭕ଏ ବର୍ଷ ଏପ୍ରିଲ ୧୩ରେ ପଣା ସଂକ୍ରାନ୍ତି, ମୁକ୍ତିମଣ୍ଡପ ପଣ୍ଡିତସଭାର ଭୁଲ୍ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ।
⭕ଗ୍ରୀଷ୍ମ ପ୍ରବାହ ମଧ୍ୟରେ ନିର୍ବାଚନ ପରିଚାଳନାକୁ ଗୁରୁତ୍ୱ, ପ୍ରସ୍ତୁତ ରହିବାକୁ CEOଙ୍କ ନିର୍ଦ୍ଦେଶ।
⭕ଆଜି ବିଶ୍ଵ ହୋମିଓପାଥି ଦିବସ, ଚାହିଦା ଅଛି, ଭିତ୍ତିଭୂମି ନାହିଁ।
⭕ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା (୬ଟା ରୁ ରାତି ୧୦) ବନ୍ଦ ରହିବ ସାଧାରଣ ଦର୍ଶନ।
⭕ପାରାଦୀପ:୧୮ ଲକ୍ଷରେ ବିକ୍ରି ହେଲା ୧୭ଟି ତେଲିଆ ବୋରେଇ ମାଛ।
⭕ବିଜେପି ଟିକେଟରେ ରାଉରକେଲାରୁ ପ୍ରାର୍ଥୀ ହେବେ ଦିଲ୍ଲୀପ ରାୟ: ଜୁଏଲ ଓରାମ।
⭕ଭୁବନେଶ୍ୱର:ସବୁଦଳ ପାଇଁ ଅଙ୍କ ଜଟିଳ,ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୧୮ରେ ବିଜ୍ଞପ୍ତି।
⭕ଦଳ ଛାଡିବା ପରେ ବିଜେପି ଉପରେ ବର୍ଷିଛନ୍ତି ଲେଖାଶ୍ରୀ: କହିଲେ, ରାଜ୍ୟ ବିଜେପି ଦଳ ହୋଇନାହିଁ, ଜାଗିରିଦାରୀ ଚାଲିଛି।
⭕ଗୋପାଳପୁର:ଉତ୍ତରପ୍ରଦେଶ ବେପାରୀଙ୍କ କବଜାରେ ଗଞ୍ଜାମର କିଆଫୁଲ।
⭕ଗୁରୁବାର ପାଳନ ହେବ ଇଦ୍, ଚାନ୍ଦ କମିଟି ଅଞ୍ଜୁମନ୍ ଇସ୍ଲାମିଆ ଓଡ଼ିଶା ପକ୍ଷରୁ ସୂଚନା।
⭕ଆଭ୍ୟନ୍ତରୀଣ ଓ ଉପକୂଳକୁ ଘଡ଼ଘଡ଼ି ଓ ବର୍ଷା ନେଇ ଆଲର୍ଟ, ୧୩ରୁ ପୁଣି ତାତିବ ଓଡ଼ିଶା !
⭕ରାଜଧାନୀରେ ପୁଣି ମାତିଲେ ଲୁଟେରା, ୩ଟି ଫ୍ଲାଟରେ ବୁଲାଇଲେ କଳାକନା।
⭕ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ ପ୍ରସଙ୍ଗ, ହାଇକୋର୍ଟରେ ଜନସ୍ବାର୍ଥ ମାମଲାର ଶୁଣାଣି।
⭕ସମ୍ବଲପୁର ହନୁମାନ ଜୟନ୍ତୀରେ ବାହାରିବନି ଶୋଭାଯାତ୍ରା, ଜିଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ୱୟ ବୈଠକରେ ନିଷ୍ପତି, ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯିବ।
⭕ଭୁବନେଶ୍ୱର:ନୋମିନେସନ୍କୁ ଆଉ ୮ ଦିନ ରହିଲା, ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି ଦଳ।
⭕ଏପ୍ରିଲ ୧୭ରେ ରାମଲାଲାଙ୍କ ହେବ ସୂର୍ଯ୍ୟଅଭିଷେକ। ମୂର୍ତ୍ତିର ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ।
⭕ନେଭୀରେ ଯୋଗଦେବାର ସୁବର୍ଣ୍ଣ ସୁଯୋଗ; ଦଶମ ପିଲା କରିପାରିବେ ଆବେଦନ; ଦରମା ୯୦ ହଜାର: joinindiannavy.gov.in
⭕ଭାରତର ଗାଁ ବି ଆମ କରାଚୀଠୁ ଉନ୍ନତ.. ଭାରତର ପ୍ରଶଂସାରେ ଶତମୁଖ ପାକିସ୍ତାନୀ ଯୁବକ।
⭕ଏନଆଇଏ ଅଧିକାରୀଙ୍କୁ ସମନ ପ୍ରସଙ୍ଗ – ଏତଲା ରଦ୍ଦ କରିବାକୁ କଲିକତା ହାଇକୋର୍ଟରେ ଏନଆଇଏ।
⭕ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ – ଦୌଡ଼ରେ ୧୨୧୦ ପ୍ରାର୍ଥୀ।
⭕ନିର୍ବାଚନ ୨୦୨୪ – ପଶ୍ଚିମବଙ୍ଗରେ ମୁତୟନ ହେବେ ୧୦୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସାମରିକ ବାହିନୀ।
⭕IPL:ନୀତୀଶଙ୍କ ୬୪; ପଞ୍ଜାବକୁ ୨ ରନରେ ହରାଇଲା ସନରାଇଜର୍ସ।
ଧାଡ଼ିକିଆ ଖବର, ତାରିଖ- ୧୦.୦୪.୨୪ (ବୁଧବାର)
