ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କଲେଜ ରୋଡସ୍ଥିତ ୟୁନିଟେକ ମହାବିଦ୍ୟାଳୟ ପରିସରରେ କୋଭିଡ୍ ନିୟମ ପାଳନ କରି ୟୁନିଟେକ ମହାବିଦ୍ୟାଳୟର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି ଓ ରୋଟାରୀ କ୍ଳବ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ମହାସମାରୋହରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି ରକ୍ତ ଦାନ ଶିବିରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁସଂଖ୍ଯା ରେ ଯୋଗଦେଇ ରକ୍ତ ଦାନ କରିଥିଲେ। “ରକ୍ତ ଦାନ ଜୀବନ ଦାନ,ରକ୍ତ ଦାନ ମହା ପୂଣ୍ୟ ” ଏହି ଉକ୍ତିକୁ ଅନୁଭବ କରି ମହାବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲାବେଳେ ୨୦ ଜଣ ଛାତ୍ରଛାତ୍ରୀ ସ୍ବୟଂସେବକ ଭାବେ ସହଯୋଗ କରିଥିଲେ।ରକ୍ତ ଦାତା ମାନଙ୍କୁ ଜଳଖିଆ,ଥଣ୍ଡାପାନୀୟ ଦେବା ସହିତ ସାର୍ଟିଫିକେଟ ଓ ସ୍ବାମୀ ବିବେକାନନ୍ଦଙ୍କ ରଚିତ ସତସାହିତ୍ଯ ପୁସ୍ତକ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କରାଯାଇଥିଲା।ଏହି…
Read MoreCategory: ଓଡ଼ଗାଁ ବ୍ଲକ
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ “ଶିବାଜୀ ପଟ୍ଟନାୟକ ଏକ୍ସପ୍ରେସ” ନାମରେ ନାମିତ କରାଯାଉ
ଖୋର୍ଦ୍ଧା – ବଲାଙ୍ଗୀର ରେଳପଥକୁ“ଶିବାଜୀ ପଟ୍ଟନାୟକ ଏକ୍ସପ୍ରେସ” ନାମରେ ନାମିତ ହେଉ –ଏ ହେଉଛି ମାଟିର ସ୍ବର ସଂଗଠନର ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲାର ସାମାଜିକ ସଂଗଠନ “ମାଟିର ସ୍ବର” ତରଫରୁ ମାଟିର ମଣିଷ ସର୍ବହରା ଖଟିଖିଆ ମୂଲିଆ ଚାଷୀ ଶ୍ରମିକ ସାଥୀ ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି କବିତା ପାଠୋତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ଯ ଅତିଥି ଭାବେ ସାମ୍ଯବାଦୀ ନେତା ତଥା ନାଟ୍ୟକାର ବିଶ୍ବନାଥ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେ ବରିଷ୍ଠ ଓକିଲ ସାମ୍ଯବାଦୀ ନେତା ଶରତ ଚନ୍ଦ୍ର ବେହେରା ମହୋଦୟ ଯୋଗଦାନ କରି ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ଶିବାଜୀ ପଟ୍ଟନାୟକଙ୍କ ଜଣେ ବ୍ୟକ୍ତି ନଥିଲେ…
Read Moreଶିବାଜୀ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବାମପନ୍ଥୀ ନେତା, ଭାଗଚାଷୀ ଆନ୍ଦୋଳନର ପ୍ରମୁଖ ସୂତ୍ରଧର, ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପର ପ୍ରମୁଖ ବିନ୍ଧାଣି ଶିବାଜୀ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ମଙ୍ଗଳବାର ଅପରାହ୍ନରେ କେସିକ୍ଲବର କମୁନିଟି ହଲରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ର ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ କମ୍ରେଡ ବିଶ୍ୱନାଥ ମହାପାତ୍ର, ଡ଼. ବିଜୟ ଚୌଧୁରୀ, ବର୍ଷିଆନ ସାମ୍ବାଦିକ ଏସ. ଏ. ମନାନ, ଆଇନଜୀବୀ ରଣଜିତ ଦାଶ, ଅମୀୟ ପଟ୍ଟନାୟକ, ଶିକ୍ଷାବିତ ଏମ. ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, କବି ଗୋପୀନାଥ ସେଠୀ, କାଉନସିଲର କିଷାନ ଦାସ, ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରଦୀପ ସାହୁ, ଶିବରାମ ମହାପାତ୍ର ପ୍ରମୁଖ ଶିବାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ…
Read Moreନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ
ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଦୁର୍ଯୋଧନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଜିଲ୍ଲା ସଂଘକୁ ସୁସଙ୍ଗଠିତ କରିବା ଉଦ୍ଦେଶ୍ୟରେ ସଭ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସହିତ ଅନୁବନ୍ଧିତ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫ଜଣ ଲେଖାଏଁ ପ୍ରତିନିଧିଙ୍କ ଏକ ବୈଠକ ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସମ୍ମିଳନୀ କକ୍ଷରେ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି । ସଙ୍ଘକୁ ବରିଷ୍ଠମାନେ କାର୍ଯ୍ୟକ୍ଷମ ଏବଂ ସୁସଙ୍ଗଠିତ…
Read Moreସ୍ୱାସ୍ଥ୍ୟ ସଚେତନତା ସହିତ ରକ୍ତ ବର୍ଗୀକରଣ ଓ ହେମୋଗ୍ଲୋବିନ ପରୀକ୍ଷା
ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ସୋଲପଟା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ହରେକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ କିଶୋର ବାଳକ ବାଳିକାମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ହର ପ୍ରସାଦ ମହାପାତ୍ର, ଅଜୟ କୁମାର ପଟ୍ଟନାୟକ, ଦୁର୍ଯ୍ୟୋଧନ ସାହୁ, ସଚିବ ଅନାଦି ଚରଣ ମହାନ୍ତି, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ ଓ ଉଦୟ ନାଥ ନାୟକ ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ କିପରି ନିଜ ଶରୀର ର ଯତ୍ନ ନେଇ ପାରିବେ, ସେ ବିଷୟରେ ମତାମତ ରଖିଥିଲେ। ଏଥି ସହିତ ୪୩ଜଣ ଛାତ୍ର ଛାତ୍ରୀଙ୍କ ରକ୍ତ ବର୍ଗୀକରଣ ଓ ହେମୋଗ୍ଲୋବିନ ପରୀକ୍ଷା ଟେକ୍ନିସିଆନ ଯଜ୍ଞଦତ୍ତ ମହାପାତ୍ର, ସ୍ନେହାଶିଷ ଦାସ ଓ ତାପସ ମାଝୀଙ୍କ ଦ୍ୱାରା ସମ୍ପାଦନ ହୋଇଥିଲା…
Read Moreବଳରାମ ଯୋଜନା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ରଚାଷୀମାନଙ୍କ ମିଳିତ ଚାଷ ନିମନ୍ତେ ଉଦ୍ଦିଷ୍ଟ ବଳରାମ ଯୋଜନାର କାର୍ଯ୍ୟକାରିତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ କର୍ମଶାଳାରେ ବଳରାମ ଯୋଜନାରେ ସର୍ବନିମ୍ନ ୪ଜଣରୁ ସର୍ବାଧିକ ୧୦ଜଣ ଭୂମିହୀନ ଭାଗଚାଷୀ ମିଳିତ ଭାବେ ବ୍ୟାଙ୍କରୁ ୫୦ହଜାର ଟଙ୍କା ଠାରୁ ୧ଲକ୍ଷ ୬୦ହଜାର ଟଙ୍କା ପର୍ଯ୍ୟନ୍ତ (ଚାଷଜମି ଅନୁପାତରେ)ବର୍ଷିକିୟା ଫସଲ ପାଇଁ କୃଷିଋଣ ନେଇ ଏହାକୁ ପରିଷୋଧ କରିବେ । ଏହି ଋଣ ଠିକ୍ ସମୟରେ ପରିଷୋଧ କଲେ ୫୦,୦୦୦ଟଙ୍କା ଠାରୁ ଅଧିକ ଋଣ ଉପରେ ୩ ପ୍ରତିଶତ ହାରରେ ସୁଧ ଲାଗିବ ଏବଂ ୫୦୦୦୦ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ କୌଣସି ସୁଧ ପଡ଼ିବ ନାହିଁ।…
Read Moreବେଟି ବଚାଓ, ବେଟି ପଢ଼ାଓ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): “ବେଟି ବଚାଓ, ବେଟି ପଢ଼ାଓ” (ଶିଶୁ ପାଇଁ ଦିନଟିଏ) କାର୍ଯ୍ୟକ୍ରମ ଯୋଜନାର ତ୍ରୈମାସିକ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡା. ଟୁଡ଼ୁ ଉପସ୍ଥିତ ସମସ୍ତ ପଦାଧିକାରୀଙ୍କୁ ସ୍ଵାଗତ ଜଣାଇବା ସଙ୍ଗେ ସଙ୍ଗେ ବୈଠକର ସୂଚୀ ଅନୁଯାୟୀ ଆଲୋଚ୍ୟ ବିଷୟ ଉପସ୍ଥାପନ କରିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବାଲ୍ୟ ବିବାହ ବନ୍ଦ ଓ ତାହାର ସଫଳ ରୂପାୟନ ନିମନ୍ତେ ସଂପୃକ୍ତ ସମସ୍ତ ବିଭାଗର ମିଳିତ ସହଯୋଗରେ ଏକ ଯୋଜନା ପ୍ରସ୍ତୁତି ନିମନ୍ତେ ନିଷ୍ପତି ହୋଇଥିଲା । ବିଦ୍ୟାଳୟସ୍ତରରେ ପାଠ ଛାଡୁଥିବା କିଶୋରୀମାନଙ୍କ (୧୦ ରୁ ୧୮ବର୍ଷ) ଉପରେ ସ୍ଵତନ୍ତ୍ର ନଜର ରଖିବା ପାଇଁ ଅଂଚଳର ଅଙ୍ଗନବାଡ଼ି କର୍ମୀମାନଙ୍କୁ ସଜାଗ ରହିବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ବ…
Read Moreଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଡିଆରଡିଏ ପରିସରରେ ଥିବା ସୃଜନ ସଭାଗୃହରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ, ରଣପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଲେଖ ଚନ୍ଦ୍ର ପହି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ମକରନ୍ଦ ବେଉରା, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସତ୍ୟନାରାୟଣ…
Read Moreଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଗୌଡ଼ପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ମସିହା ମାଟ୍ରିକ ଵ୍ୟାଚ ଛାତ୍ରଛାତ୍ରୀଙ୍କ ଏକ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୪ବର୍ଷ ପରେ ଏହି ବନ୍ଧୁ ମିଳନ ପର୍ବଟି ଓଡ଼ଗାଁ ପିମିଟ କଲେଜ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି। ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଅଶୋକ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଦୀର୍ଘ ୩୪ବର୍ଷ ପରେ ୮୮ମସିହା ବ୍ୟାଚର ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରିୟ ବନ୍ଧୁଙ୍କୁ ପାଖରେ ପାଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଛୋଟ ଛୋଟ ଛୁଆମାନଙ୍କୁ ନେଇ ଏକ ଡ୍ରଇଂ ପ୍ରତିଯୋଗିତା କରାଯାଇଥିବା ବେଳେ ବନ୍ଧୁମାନଙ୍କ ମଧ୍ୟରେ ଅନ୍ୟ ଏକ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂଜ୍ୟ ଗୁରୁଜୀ…
Read Moreଆସନ୍ତା ୧୪ରେ ନୟାଗଡ଼ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧ୍ୟାକରଣଙ୍କ ପକ୍ଷରୁ ଏକ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୪.୦୫.୨୦୨୨ରିଖ (ଶନିବାର ଦିନ) ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି । ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ମାମଲା ଯଥା ଫୌଜଦାରୀ ମାମଲା, ଚେକ୍ ବାଉନ୍ମ ମାମଲା, ବ୍ୟାଙ୍କ ଋଣ, ଗାଡ଼ିମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ଓ ନିଯୁକ୍ତି, ବିଦ୍ୟୁତ୍ ଓ ଜଳ, ବୈବାହିକ(ଛାଡ଼ପତ୍ର ବ୍ୟତୀତ), ଜମି ଅଧଗ୍ରହଣ, ଭରଣ ପୋଷଣ ଜନିତ ମାମଲା ଏବଂ ଜମିଜମା ତଦ୍ଜନିତ ମାମଲା ଗୁଡ଼ିକର ଆପୋଷ ସହମତିରେ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ ହୋଇପାରିବ । ଏଥିପାଇଁ ଜନସାଧାରଣଙ୍କୁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼ିବ ନାହିଁ ବୋଲି ପ୍ରାଧିକରଣଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
Read More