ନୟାଗଡ଼,(ନୟାଗଡ଼ ଦର୍ପଣ): ବିଶିଷ୍ଟ ବାମପନ୍ଥୀ ନେତା, ଭାଗଚାଷୀ ଆନ୍ଦୋଳନର ପ୍ରମୁଖ ସୂତ୍ରଧର, ଖୋର୍ଦ୍ଧା–ବଲାଙ୍ଗୀର ରେଳ ପ୍ରକଳ୍ପର ପ୍ରମୁଖ ବିନ୍ଧାଣି ଶିବାଜୀ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ମଙ୍ଗଳବାର ଅପରାହ୍ନରେ କେସିକ୍ଲବର କମୁନିଟି ହଲରେ ବରିଷ୍ଠ ସାମ୍ବାଦିକ ପ୍ରଦୀପ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ନୟାଗଡ଼ର ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ କମ୍ରେଡ ବିଶ୍ୱନାଥ ମହାପାତ୍ର, ଡ଼. ବିଜୟ ଚୌଧୁରୀ, ବର୍ଷିଆନ ସାମ୍ବାଦିକ ଏସ. ଏ. ମନାନ, ଆଇନଜୀବୀ ରଣଜିତ ଦାଶ, ଅମୀୟ ପଟ୍ଟନାୟକ, ଶିକ୍ଷାବିତ ଏମ. ଆଉରଙ୍ଗଜେବ, ନିରଞ୍ଜନ ମିଶ୍ର, କବି ଗୋପୀନାଥ ସେଠୀ, କାଉନସିଲର କିଷାନ ଦାସ, ସନ୍ତୋଷ ପ୍ରଧାନ, ସମାଜସେବୀ ପ୍ରଦୀପ ସାହୁ, ଶିବରାମ ମହାପାତ୍ର ପ୍ରମୁଖ ଶିବାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଶିବାଜୀ ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
