ଦଶପଲ୍ଲା ପ୍ରେସ କ୍ଲବର ୧୧ତମ ବାର୍ଷିକ ଉତ୍ସବ ସହ ନବନିର୍ମିତ ‘ସାମ୍ବାଦିକ ଭବନ’ ଉଦଘାଟିତ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ପ୍ରେସ କ୍ଲବର ନବନିର୍ମିତ ‘ସାମ୍ବାଦିକ ଭବନ’ର ଉଦଘାଟନ ତଥା ପ୍ରେସ କ୍ଲବର ୧୧ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ.ଦେବାଶିଷ ପଟ୍ଟନାୟକ, ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର, ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ, ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ଦଶପଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଂଯୋଜନା କରିଥିବା ବେଳେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବହୁ ସଂଖ୍ୟାରେ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ। ବାର୍ଷିକ ଉତ୍ସବରେ ଅତିଥିଙ୍କ ଦ୍ୱାରା ପ୍ରେସ କ୍ଲବର ପ୍ରମେୟ ସାମ୍ବାଦିକ ଗଙ୍ଗାଧର ରଣା, News18ର ଜିଲ୍ଲା ସାମ୍ବାଦିକ ନବକିଶୋର ମିଶ୍ର, ଅର୍ଗସ ଟିଭିର କ୍ୟାମେରାମ୍ୟାନ ବିଶ୍ଵନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related posts