ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ “ଶିବାଜୀ ପଟ୍ଟନାୟକ ଏକ୍ସପ୍ରେସ” ନାମରେ ନାମିତ କରାଯାଉ

ଖୋର୍ଦ୍ଧା – ବଲାଙ୍ଗୀର ରେଳପଥକୁ
“ଶିବାଜୀ ପଟ୍ଟନାୟକ ଏକ୍ସପ୍ରେସ” ନାମରେ ନାମିତ ହେଉ –
ଏ ହେଉଛି ମାଟିର ସ୍ବର ସଂଗଠନର ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଦଶପଲ୍ଲାର ସାମାଜିକ ସଂଗଠନ “ମାଟିର ସ୍ବର” ତରଫରୁ ମାଟିର ମଣିଷ ସର୍ବହରା ଖଟିଖିଆ ମୂଲିଆ ଚାଷୀ ଶ୍ରମିକ ସାଥୀ ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ ସଭା ଓ ଶ୍ରଦ୍ଧାଞ୍ଜଳି କବିତା ପାଠୋତ୍ସବ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ଯ ଅତିଥି ଭାବେ ସାମ୍ଯବାଦୀ ନେତା ତଥା ନାଟ୍ୟକାର ବିଶ୍ବନାଥ ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେ ବରିଷ୍ଠ ଓକିଲ ସାମ୍ଯବାଦୀ ନେତା ଶରତ ଚନ୍ଦ୍ର ବେହେରା ମହୋଦୟ ଯୋଗଦାନ କରି ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ଶିବାଜୀ ପଟ୍ଟନାୟକଙ୍କ ଜଣେ ବ୍ୟକ୍ତି ନଥିଲେ ପରନ୍ତୁ ଏକ ପ୍ରଗତିବାଦୀ ସମାଜ ଥିଲେ । ତାଙ୍କର ବାଲ୍ଯକାଳରୁ ଅନ୍ତିମ ପର୍ଯ୍ୟନ୍ତ ସାଧାରଣ ଜନତା ପାଇଁ ଲଢେଇ କରିଛନ୍ତି। ଆଦିବାସୀ ଗାଁ ଠାରୁ ଦିଲ୍ଲୀ ସଂସଦ ଭବନ ପର୍ଯ୍ୟନ୍ତ ସବୁଠି ଓଡ଼ିଆ ଜାତିର ଓଡିଶା ବିକାଶ ପାଇଁ ତିଳ ତିଳ କରି ଜୀବନ ଦେଇଛନ୍ତି।

ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପାଇଁ ତାଙ୍କ ଅବଦାନ ଅତୁଳନୀୟ। ସେ ଜଣେ ସାଧାରଣ ନେତା ଏକ ବହୁଚର୍ଚ୍ଚିତ ଦୁର୍ନୀତି ମୁକ୍ତ ସ୍ବଛ ସର୍ବବିଦିତ ଜନବାଦୀ ସାମ୍ଯବାଦୀ ନେତା ଥିଲେ। ତାଙ୍କର ଆଦର୍ଶ ରେ ସମସ୍ତ ଯୁବକ ଯୁବତୀ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ।

ସାମ୍ବାଦିକ, ସାମାଜିକ କର୍ମୀ ସୁଦର୍ଶନ ଛୋଟରାୟ ଏବଂ ପ୍ରଫେସର କୁଳମଣି ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବାଜୀ ବାବୁଙ୍କ ଜୀବନ ଆଦର୍ଶ ଉପରେ ମତ ରଖି କହିଥିଲେ ଯେ ସେ ଜଣେ ସଚ୍ଚା ରାଜନୈତିକ ନେତାଥିଲେ। ଡଃ ଲକ୍ଷ୍ମୀପ୍ରିୟା ଦେଇ ଏବଂ ବରିଷ୍ଠ ବିପ୍ଳବୀ କବି ଶ୍ରୀଯୁକ୍ତ ପ୍ରଫୁଲ କୁମାର ମାଝୀ ଯୋଗଦାନ ସମସ୍ତଙ୍କୁ ଉସ୍ଚାହିତ କରିଥିଲା।

ମାଟିର ସ୍ବର ସଂଗଠନର ସଦସ୍ୟ ସଦସ୍ୟା ଯଥାକ୍ରମେ ଶ୍ରୀକାନ୍ତ ପଣ୍ଡା, ଶାନ୍ତନୁ ବିଶୋଇ, ରୋହିତ ଜେନା, ଅଧ୍ୟାପିକା ବନ୍ଦନା ମିଶ୍ର, ସସ୍ମିତା ଦାଶ, ପ୍ରିୟଦର୍ଶିନୀ ମିଶ୍ର, ଅଞ୍ଜଳୀପ୍ରଭା ପଟ୍ଟନାୟକ, ବନ୍ଦନା ପାତ୍ର, ଅନନ୍ୟା ଦାସ, କୁମାରୀ ଇସାନା, ସଦାଶିବ ପାଢୀ, ମଧୁସୂଦନ ଏବଂ ପୂର୍ଣ୍ଣ ଚନ୍ଦ୍ର କର ଇତ୍ୟାଦି ସାହିତ୍ୟିକ କବି, କବୟିତ୍ରୀ ନିଜ ନିଜର ଶ୍ରଦ୍ଧାଞ୍ଜଳି କବିତା ଆବୃତ୍ତି କରିଥିଲେ। ଅବସର ପ୍ରାପ୍ତ ଶିକ୍ଷକ ପ୍ରଗତିବାଦୀ କବି, ପ୍ରାକ୍ତନ ଶିକ୍ଷକ ନେତା, କୃଷକ ନେତା ଏବଂ ଶିବାଜୀବାବୁଙ୍କ ଅତି ପ୍ରିୟ ସାଥୀ ଅଶି ବର୍ଷର ବିପ୍ଳବୀ କବି ଲେଖକ ସମାଜସେବୀ ଶୋଭାଚନ୍ଦ୍ର ଷଡଙ୍ଗୀ, ଗଞ୍ଜାମ ଙ୍କ ସ୍ୱରଚିତ କବିତା ଶୀର୍ଷକ “ଆନ୍ଦୋଳନ କେବେ ମରି ନାହିଁ –
ଆନ୍ଦୋଳନ କେବେ ସରିନାହିଁ ” ଜନ ଜାଗରଣ ଆଧାରିତ କବିତା ଦିବଙ୍ଗତ ଶିଵାଜୀ ପଟ୍ଟନାୟକଙ୍କ ସ୍ମୃତିରେ ଉପସ୍ଥାପନ କରିଥିଲେ।

ଶ୍ରଦ୍ଧାଞ୍ଜଳି କବିତା ପାଠୋତ୍ସବ କୁ କଣ୍ଠଶିଳ୍ପୀ, ବେତାର କେନ୍ଦ୍ର ଉଦ୍ ଘୋଷିକା, ଲେଖିକା ଓ ସଂଯୋଜିକା ଶ୍ରୀମତୀ ବନ୍ଦନା ମିଶ୍ର ମହୋଦୟା ଅତି ଉଚ୍ଚକୋଟିର ଭାବେ ସଂଯୋଜନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ “ମାଟିର ସ୍ବର” ସଂଗଠନର ସଂଯୋଜକ ତଥା ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ସଂଚାଳନା କରିଥିବା ବେଳେ କବି, ଲେଖକ ତଥା ସାମାଜିକ କର୍ମୀ ଶ୍ରୀଯୁକ୍ତ ଶାନ୍ତନୁ ବିଶୋଇ ସମୀକ୍ଷା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts