ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ କଲେଜ ରୋଡସ୍ଥିତ ୟୁନିଟେକ ମହାବିଦ୍ୟାଳୟ ପରିସରରେ କୋଭିଡ୍ ନିୟମ ପାଳନ କରି ୟୁନିଟେକ ମହାବିଦ୍ୟାଳୟର ଚେୟାରମ୍ୟାନ ପ୍ରଦୀପ କୁମାର ପ୍ରୁଷ୍ଟି ଓ ରୋଟାରୀ କ୍ଳବ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ମହାସମାରୋହରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏହି ରକ୍ତ ଦାନ ଶିବିରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବହୁସଂଖ୍ଯା ରେ ଯୋଗଦେଇ ରକ୍ତ ଦାନ କରିଥିଲେ। “ରକ୍ତ ଦାନ ଜୀବନ ଦାନ,ରକ୍ତ ଦାନ ମହା ପୂଣ୍ୟ ” ଏହି ଉକ୍ତିକୁ ଅନୁଭବ କରି ମହାବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ରକ୍ତ ଦାନ କରିଥିଲାବେଳେ ୨୦ ଜଣ ଛାତ୍ରଛାତ୍ରୀ ସ୍ବୟଂସେବକ ଭାବେ ସହଯୋଗ କରିଥିଲେ।ରକ୍ତ ଦାତା ମାନଙ୍କୁ ଜଳଖିଆ,ଥଣ୍ଡାପାନୀୟ ଦେବା ସହିତ ସାର୍ଟିଫିକେଟ ଓ ସ୍ବାମୀ ବିବେକାନନ୍ଦଙ୍କ ରଚିତ ସତସାହିତ୍ଯ ପୁସ୍ତକ ଖଣ୍ଡିଏ ଖଣ୍ଡିଏ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ରୋଟାରୀଆନ୍ ସୁବୋଧ କୁମାର ପଟ୍ଟନାୟକ, ପ୍ରସନ୍ନ କୁମାର ବସନ୍ତିଆ,ଆରିଫି ଖାଁ, ବାସୁଦେବ ସାହୁ,ଶ୍ରୀଧର ସାହୁ, ୟୁନିଟେକ ମହାବିଦ୍ୟାଳୟର ଡାଇରେକ୍ଟର ପ୍ରବୀର କୁମାର ପ୍ରୁଷ୍ଟି,ସମାଜସେବୀ ଦାମୋଦର ସାହୁ ଯୋଗଦେଇ ଥିଲା ବେଳେ ମହାବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ। ନୟାଗଡ଼ ବ୍ଳଡ୍ ବ୍ଯାଙ୍କର ଡାକ୍ତର, ଟେକନିସିଆନ ଓ କର୍ମଚାରୀ ମାନେ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ।
ୟୁନିଟେକ ମହାବିଦ୍ୟାଳୟ ଓ ରୋଟାରୀ କ୍ଲବ ନୟାଗଡ଼ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର
