ନୟାଗଡ,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରସ୍ଥିତ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ରଠାରେ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ଦୁର୍ଯୋଧନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଜିଲ୍ଲା ସଂଘକୁ ସୁସଙ୍ଗଠିତ କରିବା ଉଦ୍ଦେଶ୍ୟରେ ସଭ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ସହିତ ଅନୁବନ୍ଧିତ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ୨୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୫ଜଣ ଲେଖାଏଁ ପ୍ରତିନିଧିଙ୍କ ଏକ ବୈଠକ ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ସମ୍ମିଳନୀ କକ୍ଷରେ ଆସନ୍ତା ଜୁଲାଇ ମାସରେ ଅନୁଷ୍ଠିତ ହେବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର କରାଯାଇଛି । ସଙ୍ଘକୁ ବରିଷ୍ଠମାନେ କାର୍ଯ୍ୟକ୍ଷମ ଏବଂ ସୁସଙ୍ଗଠିତ କରାଯିବା ନିମନ୍ତେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରାଗଲା। ଏହି ବୈଠକରେ ବରିଷ୍ଠ ନାଗରିକ ବିଶ୍ବନାଥ ନାୟକ, ଅମୁଲ୍ୟ ମହାନ୍ତି, ଅଖିଳ ଚନ୍ଦ୍ର ମହାରଣା, ପ୍ରଭାକର ଶିରୋମଣି, ଏମ. ଆଉରଙ୍ଗଜେବ, ନିରଞ୍ଜନ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ନୟାଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ
