ସ୍ୱାସ୍ଥ୍ୟ ସଚେତନତା ସହିତ ରକ୍ତ ବର୍ଗୀକରଣ ଓ ହେମୋଗ୍ଲୋବିନ ପରୀକ୍ଷା

ନୟାଗଡ଼,(ନୟାଗଡ଼ ଦର୍ପଣ): ଭାରତ ବିକାଶ ପରିଷଦ ନୟାଗଡ ଶାଖା ତରଫରୁ ସୋଲପଟା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ହରେକୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ କିଶୋର ବାଳକ ବାଳିକାମାନଙ୍କ ନିମନ୍ତେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ହର ପ୍ରସାଦ ମହାପାତ୍ର, ଅଜୟ କୁମାର ପଟ୍ଟନାୟକ, ଦୁର୍ଯ୍ୟୋଧନ ସାହୁ, ସଚିବ ଅନାଦି ଚରଣ ମହାନ୍ତି, ପ୍ରଦୀପ କୁମାର ସାହୁ, ପ୍ରଫୁଲ୍ଲ କୁମାର ନାୟକ ଓ ଉଦୟ ନାଥ ନାୟକ ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ କିପରି ନିଜ ଶରୀର ର ଯତ୍ନ ନେଇ ପାରିବେ, ସେ ବିଷୟରେ ମତାମତ ରଖିଥିଲେ। ଏଥି ସହିତ ୪୩ଜଣ ଛାତ୍ର ଛାତ୍ରୀଙ୍କ ରକ୍ତ ବର୍ଗୀକରଣ ଓ ହେମୋଗ୍ଲୋବିନ ପରୀକ୍ଷା ଟେକ୍ନିସିଆନ ଯଜ୍ଞଦତ୍ତ ମହାପାତ୍ର, ସ୍ନେହାଶିଷ ଦାସ ଓ ତାପସ ମାଝୀଙ୍କ ଦ୍ୱାରା ସମ୍ପାଦନ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ଓ ଶୃଙ୍ଖଳା ର ସହିତ କରିବା ନିମନ୍ତେ ପ୍ରଧାନ ଶିକ୍ଷକ ଡ଼. ଗିରିଜା ଶଙ୍କର ମହାପାତ୍ର, ଶିକ୍ଷକ ସନ୍ତୋଷ କୁମାର ନନ୍ଦ ଓ ଶିକ୍ଷିକା ପ୍ରତିମା କୁମାରୀ ମହାପାତ୍ର ପ୍ରଭୃତି ସହଯୋଗ କରିଥିଲେ ।

Related posts