ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ଗୌଡ଼ପୁଟ ଝାଙ୍ଗିରାମ ଉଚ୍ଚ ବିଦ୍ୟାଳୟର ୧୯୮୮ମସିହା ମାଟ୍ରିକ ଵ୍ୟାଚ ଛାତ୍ରଛାତ୍ରୀଙ୍କ ଏକ “ବନ୍ଧୁ ମିଳନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୪ବର୍ଷ ପରେ ଏହି ବନ୍ଧୁ ମିଳନ ପର୍ବଟି ଓଡ଼ଗାଁ ପିମିଟ କଲେଜ ପରିସରରେ ଧୁମଧାମରେ ପାଳିତ ହୋଇଯାଇଛି। ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଅଶୋକ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଦୀର୍ଘ ୩୪ବର୍ଷ ପରେ ୮୮ମସିହା ବ୍ୟାଚର ଛାତ୍ରଛାତ୍ରୀମାନେ ନିଜ ନିଜର ପ୍ରିୟ ବନ୍ଧୁଙ୍କୁ ପାଖରେ ପାଇ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ। ଛୋଟ ଛୋଟ ଛୁଆମାନଙ୍କୁ ନେଇ ଏକ ଡ୍ରଇଂ ପ୍ରତିଯୋଗିତା କରାଯାଇଥିବା ବେଳେ ବନ୍ଧୁମାନଙ୍କ ମଧ୍ୟରେ ଅନ୍ୟ ଏକ ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୂଜ୍ୟ ଗୁରୁଜୀ ଗୁରୁମାଙ୍କୁ ନେଇ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ପୂଜ୍ୟ ଗୁରୁଜୀ ଗୁରୁମାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେମାନେ ମଧ୍ୟ ୩୪ବର୍ଷ ପରେ ପୁରାତନ ଛାତ୍ରଛାତ୍ରୀଙ୍କୁ ପାଖରେ ପାଇ ଖୁସି ଅନୁଭଵ କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି ସଭାକୁ ଅଶୋକ କୁମାର ପଣ୍ଡା ପରିଚାଳନା କରିଥିଲେ। ପରିଶେଷରେ ଆୟୋଜିତ ଭୋଜିରେ ସମସ୍ତ ବନ୍ଧୁ ସାମିଲ ହୋଇଥିଲେ। କାଳୁ ଚରଣ ବାରିକ ସମସ୍ତ ସାଙ୍ଗମାନଙ୍କୁ ଯୋଗାଯୋଗ କରି ଏହି କାର୍ଯ୍ୟକ୍ରମରେ ସାମିଲ କରିବାର ମୁଖ୍ୟ ଭୂମିକା ନିଭାଇଥିଲେ। ଏଭଳି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବନ୍ଧୁ ମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ ଏବଂ ଏଥିରେ ସମସ୍ତ ବନ୍ଧୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Related posts