ଓଡଗାଁ ବ୍ଲକ ଶିକ୍ଷକ ସଙ୍ଘର ପ୍ରତିବାଦ ସଭା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ (NPS)ର ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଇଯାଇଛି। ନଭେମ୍ବର ୨୭ଆନ୍ଦୋଳନ ସମୟରେ ସରକାରଙ୍କ ତରଫରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘକୁ ୩ଦଫା ଦାବୀ ପୂରଣ ନେଇ ଲିଖିତ ପ୍ରତିଶୃତି ମିଳିଥିଲା। ଅଦ୍ୟାବଧି ୨ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ଯଦି ସରକାର ବିଧାନ ସଭା ଅଧିବେଶନ ପୂର୍ବରୁ ଦାବୀ ପୂରଣ ନ କରନ୍ତି, ତେବେ ପୁଣିଥରେ ମିଳିତ ପ୍ରାଥମିକ ମହାସଂଘ ନେତୃତ୍ୱରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତି ନିଆଗଲା। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁକାନ୍ତ କୁମାର ସାହୁ, ନୀଳମାଧଵ ମହାରଣା, ଚିତ୍ତ ରଞ୍ଜନ ମିଶ୍ର, ମୋହନ ସାହୁ, ନାରାୟଣ ଡାକୁଆ, ମହନ୍ତ କୁମାର ସେଠୀ,…

Read More

ନୟାଗଡ଼ ପାଇଁ ଗୌରବ ଆଣିଲେ ସ୍ବୟଂପ୍ରଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ଇକୋନୋମିକ୍ସରେ ଗୋଲଡ଼ ମେଡାଲ ପାଇ ଜିଲ୍ଲା ପାଇଁ ଗୌରବ ଆଣିଲେ ନୟାଗଡର ଝିଅ ସ୍ବୟଂପ୍ରଭା । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଗ୍ରାମର ଝିଅ ସ୍ୱୟଂପ୍ରଭା ବେହେରା ଜିଲ୍ଲା ସମଗ୍ର ପାଇଁ ଆଣିଛନ୍ତି ଗୌରବ । ଶ୍ରୀଯୁକ୍ତ ସତ୍ୟବାଦୀ ବେହେରା ଓ ଶ୍ରୀମତି ଜୟନ୍ତୀ ବେହେରାଙ୍କ ଝିଅ ହେଉଛନ୍ତି ସ୍ୱୟଂପ୍ରଭା ବେହେରା । ଭୁବନେଶ୍ବର ରମାଦେବୀ ମହିଳା ମହାବିଦ୍ୟାଳୟର ଇକୋନୋମିକ୍ସ ବିଭାଗରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଉଦାହରଣ ପାଲଟିଛନ୍ତି ସ୍ୱୟଂପ୍ରଭା ବେହେରା | ସ୍ୱୟଂପ୍ରଭା ପିଲାଟି ଦିନରୁ ଅତି ସରଳ ଏବଂ ମେଧାଵୀ ଛାତ୍ରୀ ଥିଲେ । ରମାଦେବୀ ମହିଳା ମହାବିଦ୍ୟାଳୟର ୨ ୟ ସମାବର୍ତ୍ତନ ଉତ୍ସବରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଗୋଲଡ଼ ମେଡାଲ ଓ ବୃତ୍ତି ପାଇଛନ୍ତି…

Read More

ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ବ୍ଲକ କଂଗ୍ରେସ ପକ୍ଷରୁ ସ୍ଥାନୀୟ ମାର୍ଥାପଦର ସ୍ଥିତ ଶିମିଳି ଠାକୁରାଣୀ ମନ୍ଦିର ଠାରେ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୩୯ଗୋଟି ପଞ୍ଚାୟତରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ରଣପୁରରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା l ଜିଲ୍ଲା ସଭାପତି ଶ୍ରୀ ଦାଶ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀ ମାନଙ୍କ ସମସ୍ତ ପ୍ରସ୍ତାବକୁ ଖୁବଶୀଘ୍ର…

Read More

ଦକ୍ଷିଣକାଳୀ ପଡ଼ିଆରେ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା

ପୁସ୍ତକ ମେଳାକୁ ଆକର୍ଷଣୀୟ କରିବା ପାଇଁ ପ୍ରୟାସ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ଓ ପୁସ୍ତକ ମହୋତ୍ସବ କମିଟି ଦ୍ୱାରା ଆୟୋଜିତ ହେବାକୁ ଯାଉଛି ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା । ଏଥିପାଇଁ ଶନିବାର ସଂନ୍ଧ୍ୟାରେ ନୟାଗଡ଼ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଫେବୃୟାରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବେଳେ ଅନିବାର୍ଯ୍ୟ କାରଣ ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ପଠାଣି ସାମନ୍ତ ଅଡିଟୋରିୟମ ପଡ଼ିଆ ବଦଳରେ ପୁସ୍ତକ ମହୋତ୍ସବ ପୂର୍ବ ନିଷ୍ପତ୍ତି ମୁତାବକ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ସଂଖ୍ୟାଧିକ ପୁସ୍ତକ ବିକ୍ରେତା ଓ କ୍ୟାରିୟର କାଉନସେଲିଂ ସଂସ୍ଥା ଏହି କାର୍ଯ୍ୟକ୍ରମରେ ଯୋଗ…

Read More

ନୟାଗଡ ଅବକାରୀ ବିଭାଗକୁ ସଫଳତା

ନୟାଗଡ଼,(ନୟାଗଡ଼ ଦର୍ପଣ): ଦାମୀ କାର ଓ ଜିପରେ ଗଞ୍ଜେଇ ଫୁଲବାଣୀରୁ ଭାୟା ନୟାଗଡ଼ ଦେଇ ଭୁବନେଶ୍ୱରକୁ ଚୋରା ଚାଲାଣ ବେଳେ ନୟାଗଡ଼ରେ ଜବତ। ଗଞ୍ଜେଇ ବୋଝେଇ କାର ଓ ଜିପ ସହ ୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ଗଞ୍ଜେଇ ପ୍ୟାକେଟର ଓଜନ ୨୨କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଫୁଲବାଣୀରୁ ଗଞ୍ଜେଇ ଭୁବନେଶ୍ୱରକୁ ଦିନ ବେଳେ ଚୋରା ଚାଲାଣ ହେଉଥିବା ସୁରାକ ପାଇଁ ଅବକାରୀ ବିଭାଗ ପକ୍ଷରୁ ନୟାଗଡ଼ ସହରରେ ଚଢ଼ାଉ କରାଯାଇଥିଲା। ନୟାଗଡ଼ ସହର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗର କର୍ମଚାରୀଙ୍କ ହାତରେ ଧରାପଡିଲା ଗଞ୍ଜେଇ ବୋଝେଇ କାର ଏବଂ ଜିପ, ଏହା ଭିତରେ ଥିଲା ୨୨କେଜି…

Read More

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଉଦଯାପିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଉଦଯାପିତ ହୋଇଯାଇଛି। ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବେ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ପଟ୍ଟନାୟକ ନୟାଗଡ଼ ଜିଲ୍ଲାପାଳଙ୍କ ସଭାପତିତ୍ବରେ ପାଣି ପଞ୍ଚାୟତର ଆଲୋଚନା ଚକ୍ରକୁ ସଫଳାନ୍ଵିତ କରିଥିଲେ। ଫେବୃଆରୀ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସରକାର ଘୋଷଣା କରିଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଏହି ଯୋଜନାକୁ ଗଣତାନ୍ତ୍ରିକ ପଦ୍ଧତିରେ ସଫଳ ଓ ଦୀର୍ଘାୟୁ କରିବାକୁ କିପରି ମିଳିମିଶି ପାଣିର ସଦ୍ ବିନିଯୋଗ କରିବା ଏବଂ ପାଣିକୁ କିପରି ସଞ୍ଚୟ କରିବା, ଏହାକୁ କୃଷି କ୍ଷେତ୍ରରେ…

Read More

ଆଦାନୀ ଗ୍ରୁପକୁ ଏସବିଆଇ, ଏଲଆଇସି ୮୦ହଜାର କୋଟି ଋଣ ଜାଲିଆତି ତଦନ୍ତ ଦାବୀରେ କଂଗ୍ରେସର ବିକ୍ଷୋଭ

ନୟାଗଡ଼,(ନୟାଗଡ଼ ଦର୍ପଣ): ଦେଶର କୋଟିକୋଟି ସାଧାରଣ ଜନତା ଙ୍କ କଷ୍ଟ ଅର୍ଜିତ ଜମାରାଶିରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରିୟ ବନ୍ଧୁ ଗୌତମ ଅଦାନୀଙ୍କ ଆଦାନୀ ଗ୍ରୁପକୁ ଏସବିଆଇ ଏଲଆଇସି ର ମୁଖ୍ୟମାନେ ମାତ୍ରାଧିକ ଅନୁକମ୍ପା ଦେଖାଇ ପ୍ରାୟ ୮୦ହଜାର କୋଟି ଟଙ୍କା ଋଣ ଦେବା ପ୍ରସଙ୍ଗରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ପିସିସି ସମ୍ପାଦକ ହୁସେନ ଖାଁ ଏବଂ ଦଳୀୟ ନେତୃବୃନ୍ଦ ଏହି ଋଣ ଘୋଟଲାର ଯୁଗ୍ମ ସଂସଦୀୟ କମିଟି ଯାଞ୍ଚ ଏବଂ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦବୀରେ ନୟାଗଡ଼ ଏସବିଆଇ ମୁଖ୍ୟ ଶାଖାଠାରେ ଧାରଣା ଦେଇ ମୋଦି ଆଦାନୀ ବିରୋଧୀ ନାରାବାଜି କରିଥିଲେ। ବିଶ୍ୱ ର ତିନି ନମ୍ବର ବିତ୍ତାଶାଳୀ ବୋଲାଉ ଥିବା ଦେଶଦ୍ରୋହୀ ଗୌତମ ଆଦାନୀ ହିଣ୍ଡେନ୍ସବର୍ଗ ରିପୋର୍ଟ ପ୍ରସାରଣ ପରେ ଗତ ସାତ ଦିନ…

Read More

ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ

‘ବହି ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ସୃଷ୍ଟି ପାଇଁ ସଚେତନତା ଆବଶ୍ୟକ’ ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ପୁସ୍ତକ ମହୋସବକୁ ରୂପାନ୍ତରିତ କରାଯାଇ ଚଳିତ ବର୍ଷ ନୟାଗଡ଼ ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ଆୟୋଜନ କରାଯାଇଛି । ପୁସ୍ତକ ମହୋତ୍ସବ ଓ କ୍ୟାରିୟର ମେଳା ସଂଯୋଜକ ସଂଜୟ କୁମାର ସ୍ୱାଇଁଙ୍କ ଆବହକତ୍ୱରେ ନୟାଗଡ଼ ବ୍ଲକ ସଭାଗୃହରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନୟାଗଡ଼ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଛନ୍ତି । କବି ଓ ଅନୁବାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିବା ବେଳେ ସାମ୍ବାଦିକ ଅନୀଲ କୁମାର ପଣ୍ଡା ସାହିତ୍ୟ ସଭା ପାଇଁ…

Read More

ବଢୁଛି ରେଳ ଅନୁଦାନ, ତ୍ବରାନ୍ବିତ ହେଉନି କାର୍ଯ୍ୟ

ଦଶପଲ୍ଲା,(ନୟାଗଡ଼ ଦର୍ପଣ); ପୂର୍ବତଟ ରେଳପଥ ଅଧୀନେର ଚାଲିଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା–ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିବାେର ଲାଗିଛି। ଏହି ନିର୍ମାଣ କାର୍ଯ୍ୟକୁ ଦଶପଲ୍ଲା ପର୍ଯ୍ୟନ୍ତ ଆସନ୍ତା ମାର୍ଚ୍ଚ ମଧ୍ୟରେ ଶେଷ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ଏହି ପ୍ରକଳ୍ପ ପ୍ରତି ଅଧିକ ଗୁରୁତ୍ବ ଦେଉଛନ୍ତି। ଏହାରି ମଧ୍ୟରେ ହାତରେ ଆଉମାତ୍ର ୧ମାସର ବ୍ୟବଧାନ। ଖୋର୍ଦ୍ଧା ରୋଡ଼ ଠାରୁ ନୂଆଗାଁ ପ୍ରର୍ଯ୍ୟନ୍ତ ରେଳ ଚଳାଚଳ ସ୍ବଭାବିକ ହୋଇଛି। ନୂଆଗାଁ ଠାରୁ ଦଶପଲ୍ଲା ମଧ୍ୟରେ ୧୫.୪୪୫କିମି ରେଳ ଲାଇନକୁ ଶେଷ କରିବା ପାଇଁ ରେଳ ମନ୍ତ୍ରଣାଳୟ ଯେଉଁ ଲକ୍ଷ୍ୟ ରଖିଛି ତାହା ସଠିକ୍ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ ହେବାନେଇ ଏବେ ଅନେକ ଆଶଙ୍କା ପ୍ରକାଶ ପାଇଛି। କାରଣ ଏହାରି ମାଟି…

Read More

ଓଡଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବନ୍ଧୁମିଳନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ବୁଢାବୁଢୀଆଣି ମନ୍ଦିର ପରିସରରେ ଓଡଗାଁ ବ୍ଲକ କଂଗ୍ରେସ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୩୫ ଗୋଟି ପଞ୍ଚାୟତରୁ ଦଳୀୟ କର୍ମୀ ଯୋଗ ଦେଇ ବୁଥ ସ୍ତରରୁ ଦଳର ନୂତନ ସଂଗଠନ ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେବା ସହ ତୁରନ୍ତ ଓଡଗାଁରେ ଦଳୀୟ କାର୍ଯ୍ୟାଳୟ ଖୋଲାଯିବା ଏବଂ ଗାଁଗାଁ ରେ କଂଗ୍ରେସ ଦଳ ହାତ ଚିହ୍ନ କାନ୍ଥବାଡ଼ ୱାଲିଙ୍ଗ କରାଇବା ଏବଂ ପ୍ରତ୍ୟେକ ପଞ୍ଚାୟତରେ ଦଳୀୟ କର୍ମୀ ସମ୍ମିଳନୀ କରାଯାଇ ବୁଥ କମିଟି ଗଠନ ଉପରେ ପ୍ରସ୍ତାବ ଆସିଥିଲା l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଯୋଗଦେଇ ଦଳର ନୂତନ ସଂଗଠନ ଆରମ୍ଭ ପାଇଁ କର୍ମୀ ମାନଙ୍କ ସମସ୍ତ ପ୍ରସ୍ତାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯାଇ ଦଳକୁ କ୍ରିୟାଶୀଳ…

Read More