ନୟାଗଡ଼,(ନୟାଗଡ଼ ଦର୍ପଣ): ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୁର କରିବା ପାଇଁ ରୋଟାରୀ କ୍ଲବ ନୟାଗଡ଼ ଏବଂ ୟୁନିଟେକ କଲେଜ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆଜି ଏକ ରକ୍ତଦାନ ଶିବିର ସ୍ଥାନୀୟ ୟୁନିଟେକ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ୟୁନିଟେକ ଗୃପର ଚେୟାରମ୍ୟାନ ପ୍ରଦୀପ ପୃଷ୍ଟି ଉଦଘାଟନ କରିଥିଲେ । ରୋଟାରୀ କ୍ଲବର ସଭାପତି ପ୍ରବୀର କୁମାର ପୃଷ୍ଟିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ରୋଟାରୀ କ୍ଲବର ସଂପାଦକ ବାସୁଦେବ ସାହୁ, ସଭ୍ୟ ଆରିଫ ଖାନ, ବ୍ରଜେନ୍ଦ୍ର ପଟ୍ଟନାୟକ, ମିହିର ନା଼ୟକ, ସନ୍ତୋଷ ନାୟକ, ଦିଲ୍ଲିପ ମିଶ୍ର ସମାଜସେବୀ ଦାମୋଦର ସାହୁ ଏବଂ ୟୁନିଟେକ କଲେଜର ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ। ନୟାଗଡ଼ ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ସହାୟତାରେ ଏହି ଶିବିରରୁ ୩୭ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଭଣ୍ଡାରର ରକ୍ତ ଅଭାବକୁ ଦୁର କରିବା ପାଇଁ ଆଗାମୀ ଦିନରେ ଏପରି ଶିବିରର ଆୟୋଜନ ଜାରି ରହିବ ବୋଲି ସଭାପତି ପ୍ରବୀର କୁମାର ପୃଷ୍ଟି ସୁଚନା ଦେଇଛନ୍ତି
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...