ନୟାଗଡ଼ ସହର ଟ୍ରାଫିକ ବ୍ୟବସ୍ଥା ରୂପାନ୍ତରିକରଣ ପାଇଁ ଶିଳାନ୍ୟାସ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ମୁଖ୍ୟ ଟ୍ରାଫିକ ଛକ ଟ୍ରାଫିକ ବ୍ୟବସ୍ଥା ରୂପାନ୍ତରିକରଣ ପାଇଁ ଆଜି ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ପୈାର ପରିଷଦ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡଠାରେ ଆୟୋଜିତ ସଭାରେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୈାର ପରିଷଦ ଅଧ୍ୟକ୍ଷ ନିରୂପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁଙ୍କ ତାଙ୍କ ବକ୍ତବ୍ୟରେ, ନୟାଗଡ଼ ପଶ୍ଚିମ ଓଡ଼ିଶାର ମୁଖଦ୍ୱାର ବୋଲି କହିଛନ୍ତି । ଟ୍ରାଫିକ ସମସ୍ୟା ସମସ୍ତଙ୍କୁ ଅତିଷ୍ଠ କରିଥିଲା । ସବୁବେଳେ ସମସ୍ତେ ସମସ୍ୟା ଭୋଗିଛନ୍ତି । ଟ୍ରାଫିକ ବ୍ୟବସ୍ଥା ପରିବର୍ତ୍ତନ ପରେ ସମସ୍ୟା ସମାଧାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ସହିତ ଖୁବଶୀଘ୍ର ବାଇପାସ ନିର୍ମାଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । ଜମି ଅଧିଗ୍ରହଣ ପରେ ଗଛକଟା ଶେଷ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ନୟାଗଡ଼ର ଇତିହାସକୁ ମନେ ପକାଇଥିଲେ । ନୟାଗଡ଼ ସହରରେ ଥିବା ଉଠାଣି ଗୁଡ଼ିକ ସମ୍ପର୍କରେ ସୂଚନା ଦେଇ, ରିସ୍କା ଚଳାଉଥିବା ଲୋକର କଷ୍ଟକୁ ଅବତାରଣ କରିଥିଲେ । ସାଇକେଲରେ ଯାଉଥିବା ଲୋକ ପେଡାଲ ମାରି ଚଲାଇବା ସମ୍ଭବ ନଥିଲା । ଜାତୀୟ ରାଜପଥ ବିଭାଗ ଦ୍ୱାରା କଳାମୁଗୁନି ପଥର ଫଟାଇ ଡ୍ରେନ ନିର୍ମାଣ କରାଯିବାର ଅଭିଜ୍ଞତାକୁ ଡ. ସାହୁ ବର୍ଣ୍ଣନା କରିଥିଲେ । ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥିବା ବିଭାଗୀୟ ଅଧିକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ନୟାଗଡ଼ ଏନଏସି ପୈାର ପରିଷଦ ମାନ୍ୟତା ପାଇବା, ବିଭିନ୍ନ ଗଳିକନ୍ଦିରେ ପୂର୍ତ୍ତ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ କରାଯାଇଥିବା ବିଷୟକୁ ଅବତାରଣ କରିଥିଲେ । ବଳକା ରହିଥିବା ଅନେକ କଲୋନୀ ରାସ୍ତାକୁ ପୂର୍ତ୍ତ ବିଭାଗରେ ସାମିଲ କରାଯାଇ ନୂଆ ରାସ୍ତା ନିର୍ମାଣ କରାଯିବାକୁ ଯୋଜନା ଚାଲିଥିବା ବିଧାୟକ କହିଥିଲେ । ନୟାଗଡ଼ ସହକୁ ସରସ, ସୁନ୍ଦର ଓ ସୈାନ୍ଦର୍ଯ୍ୟମୟ କରିବା ପାଇଁ ଦାବି କରାଯାଇଥିଲା । ଜାତୀୟ ରାଜପଥ ବିଭାଗ ଦ୍ୱାରା ନୂତନ ଟ୍ରାଫିକ ବ୍ୟବସ୍ଥା ପାଇଁ ଅନୁମୋଦନ କରାଯାଇଛି । ଦ୍ରୁତ ଗତିରେ ସହର ବଢ଼ି ଚାଲିଛି । ନୟାଗଡ଼ ସହର ଇଟାମାଟି, ମାଛିପଡ଼ା, ବୋଦାପଡ଼ା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାନନା ରହିଛି । ଯାହାକୁ ଦୃଷ୍ଟିରେ ରଖି ନୂତନ ଟ୍ରାଫିକ ବ୍ୟବସ୍ଥା ସମସ୍ୟା ଦୂରିଭୂତ କରିବାରେ ସହାୟକ ହେବ । ୪ଟି ବିଭାଗ ଦ୍ୱାରା ନୂତନ ଟ୍ରାଫିକ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି । ବିଦ୍ୟୁତ୍ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ବନବିଭାଗ, ଜାତୀୟ ରାଜପଥ ବିଭାଗ, ପୈାର ପରିଷଦ ସହଭାଗିତାରେ ଏହି କାର୍ଯ୍ୟ କରାଯିବ । ନୟାଗଡ଼ ଜନସାଧାରଣଙ୍କ ସ୍ନେହ, ସଦ୍ଦିଚ୍ଛା ପାଇଁ ଏହା ସମ୍ଭବ ହେଉଛି ବୋଲି ବିଧାୟକ କହିଛନ୍ତି । ନୟାଗଡ଼ ସହରକୁ ଆହୁରି ସୁନ୍ଦର କରିବା, ନୟାଗଡ଼କୁ ଆହୁରି ଆଗକୁ ନେବାକୁ ପଡ଼ିବ । ନୟାଗଡ଼ ସହରର ଜିଲ୍ଲାର ମୁଖଶାଳା । ଏହାକୁ ଯେତିକି ସଜାଇବା ନୟାଗଡ଼ ମାନବୃଦ୍ଧି ହେବ ବୋଲି କହିଛନ୍ତି । ନୟାଗଡ଼ ପୈାର ପରିଷଦ ଅଧିନରେ ଖତ ପ୍ରସ୍ତୁତି କେନ୍ଦ୍ର, ସ୍ମାର୍ଟ ମଶାଣି, ନୂଆ ବସଷ୍ଟାଣ୍ଡ, ନୟାଗଡ଼ କଲେଜ, ବଲାଙ୍ଗୀ ପାର୍କର ବିକାଶ ଜନସାଧାରଣ ଉପଭୋଗ କରିବା ଆବଶ୍ୟକ ବୋଲି କହିଥିଲେ । ନୟାଗଡ଼ ଉନ୍ନତୀ ପାଇଁ ଅହରହ ଉଦ୍ୟମ ଜାରି ବୋଲି ବିଧାୟକ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ରାଜପଥ ବିଭାଗ ନିର୍ବାହୀ ଯନ୍ତ୍ରୀ ସମ୍ବିତ ମହାନ୍ତି, ପୂର୍ତ୍ତ ବିଭାଗ କର୍ମଚାରୀ ଓ ପୈାର ପରିଷଦ କର୍ମଚାରୀ ସାମିଲ ହୋଇଥିଲେ ।

Related posts