ନୟାଗଡ଼,(ନୟାଗଡ଼ ଦର୍ପଣ): ରାଜ୍ୟ ଓଡିଶା ଅମଲା ସଂଘ ମିଳିତ ଅମଲା ମଂଚର ନିଷ୍ପତ୍ତି କ୍ରମେ ନୟାଗଡ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଓଝା, ଆବାହକ ଶ୍ରୀଧର କୁମାର ସାହୁ ଓ ସଂପାଦକ ପଦୀପ୍ତ କୁମାର ନନ୍ଦଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅମଲା ମାନଙ୍କୁ ନେଇ ଦିବା ୧୦ ଘଟିକା ସମୟରେ ଜିଲ୍ଲାପାଳ ନୟାଗଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଅଛି । ଉକ୍ତ ଦାବିପତ୍ରରେ ଦୀର୍ଘ ଦିନ ହେବ ଜିଲ୍ଲାସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି, ବାରମ୍ବାର ଦାବି ପତ୍ର ଦାଖଲ କରାଯାଉଥିଲେ ମଧ୍ୟ ସରକାର କୌଣସି କର୍ଣ୍ଣପାତ କରୁ ନଥିବାରୁ ଅମଲାମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି । ସୂଚନାଯୋଗ୍ୟ, ବିଗତ ଦିନରେ ରାଜ୍ୟ…
Read MoreCategory: ଓଡ଼ଗାଁ ବ୍ଲକ
ନୟାଗଡ଼ରେ କଂଗ୍ରେସର ଜୟଭାରତ ସତ୍ୟାଗ୍ରହ ଏବଂ କ୍ୟାଣ୍ଡେଲ ଶୋଭାଯାତ୍ରା
ନୟାଗଡ଼,(ନୟାଗଡ଼ ଦର୍ପଣ): ଜନବିରୋଧୀ ମୋଦି ସରକାରଙ୍କ କବଳରୁ ଗଣତନ୍ତ୍ର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ସମ୍ବିଧାନର ସୁରକ୍ଷା ତଥା ଦେଶ ବଞ୍ଚାଓ ସହ ବେଦାନ୍ତ ଜମି ଦୁର୍ନୀତି ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ କଟୁ ଭତ୍ସନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଅପାରଗ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିରୁଦ୍ଧରେ ଦଳୀୟ କର୍ମୀ ନାରାବାଜି କରିବା ପରେ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରି ସହର ମୁଖ୍ୟରାସ୍ତା ପରିକ୍ରମା କରି ମହିଳା କଲେଜ ଛକ ଠାରୁ ପୁଣି ଟ୍ରାଫିକ ଛକ ପର୍ଯ୍ୟନ୍ତ ଆସିଥିଲା। ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବି ରଣଜିତ ଦାଶ, ବ୍ଲକ କଂଗ୍ରେସ ସଭାପତି ଫକୀର…
Read Moreଶରଣକୁଳର ଏକ ନିର୍ଦ୍ଦିଷ୍ଟ କୋଚିଂ ସେଣ୍ଟରରେ ନପଢ଼ିବାରୁ ଛାତ୍ରଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଯୁକ୍ତ ଦୁଇ କଲେଜ ବିରୁଦ୍ଧରେ ୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ୨୦୨୨-୨୪ ବ୍ୟାଚ ଆଡମିଶନ କରିଥିବା ବିଜ୍ଞାନ ଛାତ୍ରଛାତ୍ରୀ ମାନେ କଲେଜ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଲ୍ୟାବ ଆସିଷ୍ଟାଣ୍ଟ ମାନଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଶରଣକୁଳରେ ଥିବା ରାମକୃଷ୍ଣ କୋଚିଂ ସେଣ୍ଟରକୁ ଉକ୍ତ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରିବାକୁ ବାଧ୍ୟ କରୁଛନ୍ତି। କିନ୍ତୁ ଏହି ପିଲାମାନେ ଏହି କୋଚିଂ ସେଣ୍ଟରକୁ ଯିବାକୁ ଅନିଚ୍ଛା ପ୍ରକାଶ କରିଥିବାରୁ ସେମାନଙ୍କୁ ଯାବତୀୟ ମାନସିକ ଓ ଶାରିରୀକ ଯନ୍ତ୍ରଣା,ଖରାପ ଭାଷା ପ୍ରୟୋଗ କରିବା, ମାଡ଼ ମାରିବା ଓ ବାର୍ଷିକ ପରୀକ୍ଷା ଦିଆଇ ନଦେବା ଭଳି ଧମକ ଦେବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । ପୁନଶ୍ଚ ଏହି ଛାତ୍ରଛାତ୍ରୀ ମାନେ ଉକ୍ତ କୋଚିଂ ସେଣ୍ଟରରେ…
Read Moreକାଜୁ କର୍ପୋରେସନ ଓ ମାଫିଆମାନଙ୍କ ମଧୁଚନ୍ଦ୍ରିକାକୁ ନେଇ ଅଭିଯୋଗ ଆଣିଲେ ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର
ନୟାଗଡ଼,(ନୟାଗଡ଼ ଦର୍ପଣ): କାଜୁ ଉନ୍ନୟନ ନିଗମ ମାଫିଆ, ଗୁଣ୍ଡାମାନଙ୍କୁ ହାତବାରିଶି କରି ଓଡ଼ିଶାର ବଣ ଭୂଇଁରେ ଯୁଗ ଯୁଗରୁ ରହି ଆସୁଥିବା ଆଦିବାସୀମାନଙ୍କୁ ପ୍ରତାରିତ କରି ଆସୁଛି। ଏବଂ ପୁରୁଷ ପୁରୁଷ ଧରି ଆଦିବାସୀ ମାନେ ଦଖଲ କରି ଫନ୍ଦା ଫସଲ କରି ଆସୁଥିବା ପାହାଡ଼ି ପଦରରୁ ସେମାନଙ୍କୁ ଉତଖାତ କରି କାଜୁ ବଗିଚା ଆଳରେ ମାଫିଆମାନଙ୍କୁ ତାହାର ଭୋଗ ଅଧିକାର ସମର୍ପଣ କରିଛନ୍ତି ବୋଲି ସିପିଆଇଏମ ନେତା ବିଶ୍ଵନାଥ ମହାପାତ୍ର ଅଭିଯୋଗ କରିଛନ୍ତି। ଆଦିବାସୀମାନଙ୍କ ହାତରୁ ଏହି ପଦା ଛଡାଇ ନେଲା ବେଳେ କାଜୁ ବଗିଚାର ଫଳଭୋଗୀ ଅଧିକାର ଆଦିବାସୀମାନଙ୍କ ହାତରେ ରହିବ ବୋଲି ରଙ୍ଗୀନ ପ୍ରତିଶ୍ରୁତି ଦେଇ ଏମାନଙ୍କ ଦ୍ୱାରା ପାଣିଦିଆ, ବାଡ଼ବନ୍ଦି ଓ ଜଗାରଖା କରାଇ ବର୍ତ୍ତମାନ ଫଳନ୍ତି ଗଛକୁ ଚୋରାବେପାରୀ ଗୁଣ୍ଡା ମାଫିଆମାନଙ୍କୁ ଚୋରା ଲୁଚାରେ ହସ୍ତାନ୍ତର କରାଯାଉଛି। ଏବଂ ଜୋରଯାର…
Read Moreଜରାଜୀର୍ଣ୍ଣ ଅବସ୍ଥାରେ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଗବାନଙ୍କ ଭରଷାରେ ଛାତ୍ରଛାତ୍ରୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହର ନିକଟରେ ଥିବା ସିନ୍ଦୁରିଆ ଗ୍ରାମ ପଞ୍ଚାୟତରେ ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ହେଉଛି ସିନ୍ଦୁରିଆ ଉଚ୍ଚ ବିଦ୍ୟାଳୟ। ୧୯୩୦ମସିହାରେ ପ୍ରତିଷ୍ଠିତ ବିଦ୍ୟାଳୟଟି ପ୍ରାଥମିକରୁ ଉନ୍ନୀତହୋଇ ଉଚ୍ଚ ବିଦ୍ୟାଳୟରେ ପରିବର୍ତ୍ତିତ ହୋଇଥିଲେ ମଧ୍ୟ ବିଦ୍ୟାଳୟର ଭିତ୍ତିଭୂମିର କୌଣସି ପରିବର୍ତ୍ତନ ହୋଇନାହିଁ। ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଶିକ୍ଷାଦାନ ଚାଲିଥିବା ବେଳେ ସୁରକ୍ଷିତ ଶ୍ରେଣୀଗୃହ ମାତ୍ର ପାଞ୍ଚଟି ଅଛି। ଗୋଟିଏ ଶ୍ରେଣୀ ସ୍କୁଲ ବାରଣ୍ଡାରେ ଚାଲୁଥିବା ବେଳେ ଆଉ ଗୋଟିଏ ଶ୍ରେଣୀରେ ସ୍ଥାନର ଅଭାବ ସତ୍ୱେ ଦୁଇଟି ଶ୍ରେଣୀର ପିଲା ଏକାଠି ବସୁଛନ୍ତି। ଆଉ ତିନୋଟି ଶ୍ରେଣୀର ପିଲା ବିପଦ ଶଂକୁଳ ଅବସ୍ଥାରେ ଥିବା ଭଙ୍ଗା ଘରେ ପାଠ ପଢୁଛନ୍ତି। କେତେବେଳେ ସେ ଘର ଭୁଶୁଡି ପଡ଼ିବ ତାହା କହିହେବନି। ସ୍କୁଲ ପରିସରରେ ଅତି ବିପଦପୂର୍ଣ୍ଣ ଭାବରେ ଛଅଟି ଗୃହ ଅଛି। ପ୍ରତିଦିନ କିଛି…
Read Moreଦୁଇ ଲୁଟେରା ଗିରଫ, ମୋବାଇଲ ସହ ବାଇକ ଜବତ
ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଦଶପଲ୍ଲା ଥାନା ପୋଲିସ ଦୁଇ ମୋବାଇଲ ଲୁଟେରାଙ୍କୁ ଗିରଫ କରିଛି । ଏକୁଟିଆ ଝିଅ ପିଲା ଦେଖି ସେମାନଙ୍କଠାରୁ କଳା ପଲ୍ସରରେ ଆସି ମୋବାଇଲ ଲୁଟ କରୁଥିଲେ ଏହି ଦୁଇ ଲୁଟେରା। ସୂଚନା ଅନୁଯାୟୀ ଦଶପଲ୍ଲା ଥାନା ମହାନ୍ତିସାହିର ମହାବୀର ପ୍ରସାଦ ରାଉଳ ଓରଫ ଗୁଗୁଲ ଓ ଦଶପଲ୍ଲା ଥାନା ଉତ୍ତରକବାଟ ସାହିର ସନ୍ତୋଷ କୁମାର ବେହେରା ଦୁହେଁ ମିଶି ମୋବାଇଲ ଲୁଟ କରୁଥିଲେ । ଆଜି ଦଶପଲ୍ଲା ପୁଲିସ ପଞ୍ଝାରେ ଦୁଇ ଲୁଟେରା ପଡିଯାଇଥିଲେ । ସେମାନଙ୍କ ଠାରୁ ବାଇକ ସହ ମୋବାଇଲ ଜବତ କରାଯାଇଛି। ଦଶପଲ୍ଲା ପୋଲିସ ୧୦୮/୨୦୨୩ ରେ ଏକ ମାମଲା ରୁଜ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Read Moreଆସନ୍ତାମାସ ୨୧ତାରିଖରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଜୟନ୍ତୀ ସମାରୋହ
ନୟାଗଡ଼,(ନୟାଗଡ଼ ଦର୍ପଣ): କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିଶ୍ବର ମହାଦେବଙ୍କ ପୀଠରେ ଆସନ୍ତାମାସ ୨୧ ତାରିଖରେ ଭଞ୍ଜ ଜୟନ୍ତୀ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ, ନାଟ୍ୟକାର ବିଶ୍ବନାଥ ମହାପାତ୍ର, ପ୍ରଫେସର ଡ଼ଃ. ପ୍ରେମାନନ୍ଦ ମହାପାତ୍ର, ସଂସ୍କୃତି ପ୍ରେମୀ ପ୍ରେମାନନ୍ଦ ପାଟ୍ଟଶାଣୀ, ସମାଜସେବୀ ତ୍ରିନାଥ ସାହୁ, ସୁରେନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ଯୋଗଦେଇ ଭଞ୍ଜ ଜୟନ୍ତୀ କିପରି ବର୍ଣ୍ଣାଢ଼୍ୟ ପରିବେଶରେ ପାଳନ କରାଯିବ ତାହା ଉପରେ ଆଲୋଚନା କରାଯାଇ ସୁଦକ୍ଷ ଭଞ୍ଜ ସାହିତ୍ୟ ପ୍ରବକ୍ତା ମାନଙ୍କୁ ଉତ୍ସବକୁ ନିମନ୍ତ୍ରଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହିତ ଲବ୍ଧ ପ୍ରତିଷ୍ଠ କଳାକାରଙ୍କ ଦ୍ବାରା ଭଞ୍ଜ ସଙ୍ଗୀତ ପରିବେଷଣ ଓ ବିଭିନ୍ନ…
Read Moreନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୩୯ତମ ଜନ୍ମ ଜୟନ୍ତୀ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ମୈତ୍ରୀ ଯୁବ ସଂସଦ ମିଳିତ ଆନୁକୁଲ୍ୟରେ ନୟାଗଡ଼ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସଭାରେ ସମାଜସେବୀ ଲକ୍ଷ୍ମୀଧର ମହାପାତ୍ର ପୌରହିତ୍ୟ କରିଥିବା ବେଳେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଅଧ୍ୟାପକ ଅଶୋକ ନାୟକ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଅଧ୍ୟାପକ ଡ.ଗୋବିନ୍ଦ ଚନ୍ଦ୍ର ଦାଶ ମୁଖ୍ୟବକ୍ତାଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ପଟ୍ଟନାୟକ, ପରମ୍ପରା ସମ୍ପାଦକ ତଥା ସାହିତ୍ୟିକ ନିର୍ମଳ ଶୂରଦେଓ, ସଦାନନ୍ଦ ସାହିତ୍ୟ ପରିଷଦ ସମ୍ପାଦକ ପ୍ରଶାନ୍ତ ଦାଶ, କବି ଅଶୋକ ମଲ୍ଲ ଏବଂ ଯୁବ ମୈତ୍ରୀ ସଂସଦ ସଂପାଦକ…
Read Moreସାଗର ପୋଖରୀ କୂଳରେ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳାକୁ ଉଦଘାଟନ କଲେ ବିଧାୟକ ଡ଼ଃ. ଅରୁଣ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପୌରାଞ୍ଚଳ ପକ୍ଷରୁ ନିର୍ମିତ ଯୋଗ କେନ୍ଦ୍ର ଓ ଖୋଲା ବ୍ୟାୟାମଶାଳା ଆଜି ଉଦଘାଟିତ ହୋଇଛି । ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସାଗର ପୁଷ୍କରିଣୀ କୂଳରେ ନିର୍ମିତ ଉକ୍ତ ଯୋଗକେନ୍ଦ୍ର ଓ ବ୍ୟାୟାମଶାଳାକୁ ଉଦଘାଟନ କରିଛନ୍ତି। ଆଜି ସକାଳ ୮ଘଟିକା ସମୟରେ ଲୋକାର୍ପିତ ହୋଇଛି ଏହି ଦୁଇଗୋଟି ପ୍ରକଳ୍ପ । ଏହି ଅବସରରେ ଏକ ଯୋଗ ଶିକ୍ଷା ତାଲିମ ଶିବିର-ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନାଗରିକ, ଶିକ୍ଷାବିତ, ଆଇନଜୀବୀ, ସମାଜସେବୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ । ସୂଚନାଯୋଗ୍ୟ ଏଠାରେ ୨୪ଲକ୍ଷ ଟଙ୍କା ବ୍ୟୟରେ ଯୋଗ କେନ୍ଦ୍ର ନିର୍ମାଣ କରାଯାଇଥିବା ବେଳେ ୧୪ ଳଲକ୍ଷ ଟଙ୍କା ବ୍ୟୟରେ ବ୍ୟାୟାମଶାଳା ନିର୍ମାଣ କରାଯାଇଛି। ଏହି ଦୁଇଗୋଟି ପ୍ରକଳ୍ପ ଦ୍ବାରା ନୟାଗଡ଼ ପୁରୁଣା ସହରର ଅଧିବାସୀମାନେ ଅଧିକ…
Read Moreକାଜୁପଦା ପାଇଁ ତୀବ୍ରତର ହେଉଛି ଆଦିବାସୀ ମେଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ବାଣ୍ଠପୁର ଗ୍ରାମପଂଚାୟତରେ ଅବସ୍ଥିତ ଶାଳିଆଝରୀ ଗ୍ରାମର ଆଦିବାସୀ ପ୍ରଜାମାନେ ଭୋଗଦଖଲ କରିଆସୁଥିବା କାଜୁପଦାକୁ ପ୍ରଜାମାନଙ୍କ ଅଗୋଚରରେ କାଜୁ କର୍ପୋରେସନ୍ ବାହାର ଜିଲ୍ଲାର ନିଲାମଦାରଙ୍କୁ ପ୍ରବେଶ କରାଇ ଯେଭଳି ଜଟିଳ ପରିସ୍ଥିତି ସୃଷ୍ଟି କରାଉଛନ୍ତି। ତାହା ଅତ୍ୟନ୍ତ ଉଦ୍ବେଗଜନକ କଥା ଏବଂ ଆଦିବାସୀ ପ୍ରଜାଙ୍କୁ ସେମାନଙ୍କର ଅଧିକାରରୁ ବଂଚିତ କଲେ ତାହାର ପ୍ରତିବାଦ ତୀବ୍ରତର ହେବ ବୋଲି ଓଡ଼ିଶା କୃଷକ ସଭାର ନେତା ବିଶ୍ଵନାଥ ମହାପାତ୍ର, ଗୋଲକ ବିହାରି ମୁଦୁଲି ଓ ପବିତ୍ର ଇନ୍ଦ୍ରଜିତ୍ ଚେତାବନୀ ଦେଇଛନ୍ତି । ଉକ୍ତ ଗ୍ରାମଟି ବୁଢ଼ାବୁଢ଼ିଆଣୀର ବିସ୍ଥାପିତ ଥଇଥାନ ଗ୍ରାମ ଏବଂ ଷାଠିଏ ବର୍ଷ ହେଲା ଏହି ଗରିବ ଆଦିବାସୀମାନେ ଆଖପାଖରେ ଫସଲଫନ୍ଦା କରି ଚଳିଆସୁଛନ୍ତି । କାଜୁ କର୍ପୋରେସନ ଏଠାରେ କାଜୁଚାରା ରୋପଣ କଲାପରେ ଏହି ପ୍ରଜାମାନେ ଫଳଭୋଗୀ ହେବେ ବୋଲି ଆଶ୍ୱାସନା ଦେଇ…
Read More