ଡାକରା ଆସିଛି ନବୀନ ନିବାସୁ, ଗାଁ ଗାଁ’କୁ ଯାଇ ସଙ୍ଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ

ଦଶପଲ୍ଲା,(ନୟାଗଡ଼ ଦର୍ପଣ): ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହେଉଛି ନବୀନ ନିବାସ। ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଏବେଠୁ ଆରମ୍ଭ କରିଦେଲେଣି ରାଜନୈତିକ କସରତ୍। ସେହିଭଳି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳି ହେଉଛି ଏକ ପ୍ରମୁଖ ଓ ବୃହତ୍ତ ନିର୍ବାଚନ ମଣ୍ଡଳି। ଏହି ନିର୍ବାଚନ ମଣ୍ଡଳୀରେ ପ୍ରତି ନିର୍ବାଚନରେ ଏଠାରେ ଏକ ନୂତନ ଚେହେରା ଦେଖିବାକୁ ମିଳିଥାଏ କିନ୍ତୁ ଏଥର ଦଶପଲ୍ଲା ରାଜନୀତିରେ ଏକ ବ୍ୟତିକ୍ରମ ଘଟିବ। କାରଣ ଦଶପଲ୍ଲାର ଯୁବ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଡାକରା ଆସିଥିଲା। ଆଉ କୁହାଯାଇଛି ଯେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତରେ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ମଝବୁତ କର ୨୦୨୪ ପାଇଁ। ବିଧାୟକ ଶ୍ରୀ ବେହେରାଙ୍କ ଅକ୍ଲାନ୍ତ ପରିଶ୍ରମରେ ଦଶପଲ୍ଲା ଅଂଚଳରେ ବହୁ ଉନ୍ନତି ମୁଳକ କାର୍ଯ୍ୟ ହୋଇଥିବା ବେଳେ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକରେ ତାଙ୍କର ବେଶ୍ ସୁନାମ ରହିଛି । ବିଗତ ୫ବର୍ଷରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ନିଜର ଭାବି ନିଶ୍ଵାର୍ଥପର ଭାବେ ରାତିଦିନ ଏକ କରି ସେମାନଙ୍କ ନିକଟରେ ଛିଡା ହୋଇଛନ୍ତି । ଯାଦ୍ଵାର ଶ୍ରୀ ବେହେରା ନିର୍ବାଚନ ମଣ୍ଡଳୀର ସମସ୍ତଙ୍କ ଆଶା, ବିଶ୍ଵାସ ଓ ଭରସା ପାଲଟିଛନ୍ତି । ଯାହାର ଫଳ ସ୍ଵରୁପ ପୂନର୍ବାର ଜନସାଧାରଣଙ୍କ ସେବା କରିବାକୁ ବିଜେଡିର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ତାଙ୍କୁ ପୁଣିଥରେ ସୁଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଜଣାପଡିଛି । ଯାହାକୁ ନେଇ ଦଶପଲ୍ଲା ନିର୍ବାଚନୀ ମଣ୍ଡଳୀର ସମସ୍ତ ବିଜେଡି ସମର୍ଥକ କର୍ମୀ, ଶୁଭେଚ୍ଛୁ ବେଶ ଉତ୍ସାହିତ ହୋଇପଡିଥିବା ଦେଖିବାକୁ ମିଳିଛି ଏବଂ ବିଧାୟକ ଶ୍ରୀ ବେହେରା ତାଙ୍କ ଦୈନଦିନ କାର୍ଯ୍ୟକ୍ରମକୁ ବଢ଼ାଇ ଦେଇଛନ୍ତି।

Related posts