ନୂଆଗାଁ,(ନୟାଗଡ଼ ଦର୍ପଣ): ମହୀପୁର ବନାଞ୍ଚଳ ଅଧିନସ୍ଥ ଗlତେରୀ ପଞ୍ଚାୟତ ଅନ୍ତଗର୍ତ ଲିଙ୍ଗୀରିବାରୀ ଗ୍ରାମର ନିକଟରୁ ଚିତ୍ରା ହରିଣର ମୃତ ଶରୀର ଉଦ୍ଧାର. ମିଳିଥିବା ସୂଚନା ଅନୁସାରେ ଲିଙ୍ଗୀରବାରୀ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା କାଜୁବଗିଚା କାଜୁ ଖାଇବାକୁ ଆସିଥିବା ବେଳେ କିଛି କୁକୁର ହରିଣଟିକୁ ଆକ୍ରମଣ କରି ପଛପଟୁ ଖଣ୍ଡିଆ ଖାବର କରିଦେଇଥିଲେ.l ହରିଣଟିର ଜୀବନ ଚାଲି ଯାଇଥିଲା. ଖବର ପାଇଁ ବନବିଭାଗ ସକାଳ ମହୀପୁର ବନପାଳ ସୂର୍ଯ୍ୟକାନ୍ତ ମହାରଣା 7ଘଟିକା ସମୟରେ ଘଟଣା ସ୍ଥଳରେ ପହଂଚି ହରିଣର ମୃତାଶରୀର ଉଦ୍ଧାର କରି ମହୀପୁର ବନ କାର୍ଯ୍ୟାଳୟକୁ ଆଣିଥିଲେ. ମୃତ ହରିଣ ଲମ୍ବ 6ଫୁଟ ହୋଇଥିବା ବେଳେ ବୟସ ୨ ରୁ ୩ ବର୍ଷ ହେବବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି. ହରିଣ ଟିର ସବ ବ୍ୟବଛେଦ କରାଯାଇ ସଂପଡା ମେଗାନର୍ସରୀ ମଧ୍ୟରେ ପୋତି ଦିଆ ଯାଇଛି. ଘଟଣା ସ୍ଥଳରେ ମହୀପୁର ବନାଞ୍ଚଳ ଅଧିକାରୀ ଅମ୍ରିତ କୁମାର ସାହୁ, ନୂଆଗାଁ ପ୍ରାଣିଚିକିତ୍ସା ଅଧିକାରୀ ଡ଼. ସୁଭାଶିଷ ମହାପାତ୍ର ବନପାଲ ବିଘ୍ନେଶ ବେହେରା, ବନରକ୍ଷୀ ଶ୍ରଦ୍ଧାଞ୍ଜଳି ସାହୁ ଉପସ୍ଥିତ ଥିଲେ.l
କୁକୁର ଆକ୍ରମଣରେ ଚିତ୍ରା ହରିଣର ମୃତ୍ୟୁ
