ନୟାଗଡ଼,(ନୟାଗଡ଼ ଦର୍ପଣ): ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ନୟାଗଡ ଛକରେ ରକ୍ତପତାକା ଉତ୍ତୋଳନ କରଛନ୍ତି ଶ୍ରମିକମାନଙ୍କ ଗହଣରେ ସି. ଆଇ. ଟି. ୟୁ. ନେତା ବିଶ୍ୱନାଥ ମହାପାତ୍ର, ଏସ. ଏ. କରିମ, ପବିତ୍ର ଇନ୍ଦ୍ରଜିତ ପ୍ରମୁଖ। ଠିକ ସେହିପରି ସରଣକୁଳଠାରେ ଓ ଗୋଡିପଡାଠାରେ ଶ୍ରମିକ -କୃଷକ ନେତା ଗୋଲକ ବିହାରୀ ମୁଦୁଲି, ଅଧିକାରୀ ବେହେରା, ଲଷ୍ମୀଧର ପ୍ରଧାନ, ବିଭୁତି ପଟନାୟକ, ନିରଞ୍ଜନ ସାହୁ, ନାରୀ ନେତ୍ରୀ ଜ୍ୟୋତିପ୍ରଭା ଜେନା, ନିର୍ମାଣ ଶ୍ରମିକ ନେତା କପିଳ ସାହୁ ପ୍ରମୁଖ ଲାଲ ଝଣ୍ଡା ଉତ୍ତୋଳନ କରି ଶ୍ରମିକ ଆନ୍ଦୋଳନର ସହୀଦମାନଙ୍କ ପ୍ରତି ଶ୍ରଦ୍ଧାଶୁମନ ଅର୍ପଣ କରିଥିଲେ। ମୁଖ୍ୟ ଆଲୋଚକ ଭାବେ ଶ୍ରମିକ ନେତା ବିଶ୍ୱନାଥ ମହାପାତ୍ର ଶ୍ରମ ଓ ଶ୍ରମିକର ଐତିହାସିକ ଗୁରୁତ୍ୱ, ୧୮୮୬ମସିହା ମଇ ପହିଲାରେ ଆମେରିକା ଚିକାଗୋ ସହରର ଶ୍ରମିକ ଆନ୍ଦୋଳନ ଓ ସାମ୍ପ୍ରତିକ ପୁଞ୍ଜିବାଦୀ ବ୍ୟବସ୍ଥାରେ ବୃହତ୍ତର ଶ୍ରମିକ ଏକତାର ଜରୁରୀ ଆବଶ୍ୟକତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ରଖିଥିଲେ।
ନୟାଗଡ଼ରେ ରକ୍ତପତାକା ଉତ୍ତୋଳନ କରି ଶ୍ରମିକ ଦିବସ ପାଳନ କଲା ସି.ଆଇ.ଟି.ୟୁ.
