ବିରୁଡ଼ା ପଞ୍ଚାୟତରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ବିରୁଡ଼ା ଗ୍ରାମ ପଞ୍ଚାୟତରେ ନୟାଗଡ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳିତ ହୋଇଅଛି । ପୂର୍ବତନ ସମିତିସଭ୍ୟ ଦୁର୍ଯ୍ୟୋଧନ ଜେନା ଅତିଥି ପରିଚୟ ଏବଂ ସଭାର ତାତ୍ପର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ବିଶେଷ କୁମାର ସାହୁ ଶ୍ରମିକ ସୁରକ୍ଷାର ଅଇନିଗତ ଦିଗ ଉପରେ ତର୍ଜମା କରିଥିଲେ । ପ୍ରାଧିକରଣ ସଭ୍ୟ ମହମ୍ମଦ ଉମର ମଲ୍ଲିକ ଗ୍ରାମ୍ୟ ଜୀବନରେ ଶାନ୍ତି ଏବଂ ସୁହାନୁଭିତ୍ତି ବୁଝାଇଥିଲେ । ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା ପ୍ରାଧିକରଣର ସୁବିଧା ବୁଝାଇଥିଲେ। ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା ଶ୍ରମିକମାନଙ୍କ ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । ଭାରତରେ ନୟାଗଡ ଜିଲ୍ଲା ବିରୁଡ଼ା ଏକମାତ୍ର ପଞ୍ଚାୟତ ଯେଉଁଠାରେ ସମସ୍ତ ପ୍ରତିନିଧି ମହିଳା ଅଟନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରତିନିଧିଙ୍କ ସହିତ ସ୍ଥାନୀୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ସରପଞ୍ଚ ବିଷ୍ଣୁପ୍ରିୟା ସ୍ବାଇଁ ଏବଂ ସମିତିସଭ୍ୟା ଶୁଭଲକ୍ଷ୍ମୀ ସାହୁ ନିଜ ନିଜର ମତ ପ୍ରଦାନ କରିଥିଲେ। ପରିଶେଷରେ ସରପଞ୍ଚ ଶ୍ରୀମତୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts