ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର କର୍ଣ୍ଣଧାର ତଥା ଦାଶରଥି ପଟ୍ଟନାୟକ ପାଠାଗାର ର ପ୍ରତିଷ୍ଠାତା ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କର ଏକ ପ୍ରତିମୂର୍ତ୍ତି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲା ସଂସ୍କୃତି ବିଭାଗ ଦ୍ବାରା ସ୍ଥାପିତ କରାଯାଇଛି । ରକ୍ଷଣାବେକ୍ଷଣା ଅଭାବରୁ କାଳକ୍ରମେ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ସମ୍ମାନ ବଦଳରେ ପ୍ରତିମୂର୍ତ୍ତିର ଏ ଅବସ୍ଥା ଏହି ମହାପୁରୁଷଙ୍କୁ ଅଧିକ ଅସମ୍ମାନ କରୁଥିବା ପରି ଜଣାପଡ଼ୁଛି । ଯେଉଁ ମହାପୁରୁଷଙ୍କ ଅବଦାନକୁ ଦେଶ ବିଦେଶର ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି ତାଙ୍କର ଗରିମା ବୃଦ୍ଧି ପାଇଁ ପ୍ରତିମୂର୍ତ୍ତି ର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ଶୋଭା ବର୍ଦ୍ଧନ କରିବା ପାଇଁ ଦାବି କରିଛି ପୂଜ୍ୟପୂଜା କମିଟି, ନୟାଗଡ଼। ଏ ସଂକ୍ରାନ୍ତରେ ଆଜି ପୂଜ୍ୟପୂଜା କମିଟି ର ସଂପାଦକ ଅରୁଣ ମହାନ୍ତି, ସହ ସଂପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ସଭ୍ୟ ଅବିନାଶ ସାହୁ, ବିମଳ ପଟ୍ଟନାୟକ, ବାସୁଦେବ ସାହୁ, ଅନିଲ ପଣ୍ଡା ପ୍ରମୁଖ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୋଇଙ୍କୁ ଭେଟି ଦାବିପତ୍ର ହସ୍ତାନ୍ତର କରିଛନ୍ତି। ସଂସ୍କୃତି ଅଧିକାରୀ ଦାବିପତ୍ର ରେ ଉଲ୍ଲେଖ ଦାବିକୁ ପୂରଣ କରିବା ପାଇଁ ଖୁବଶିଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଦାବିପତ୍ର
