ନୂଆଗାଁ,(ନୟାଗଡ଼ ଦର୍ପଣ) : ନୂଆଗାଁ ବ୍ଲକ ପରିସରରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବାପାଇଁ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । କିନ୍ତୁ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ବିରୋଧ କରାଯାଇ ବିଡ଼ିଓଙ୍କ ଲିଖିତ ଅଭିଯୋଗ କରାଯିବା ପରେ ପ୍ରଶିକ୍ଷଣ ସ୍ଥଗିତ ହୋଇଥିଲା । ଲିଖିତ ଅଭିଯୋଗ ଅନୁଯାୟୀ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟ କରିବା ପାଇଁ ନିଯୋଜିତ ହୋଇଛନ୍ତି । କିନ୍ତୁ ସରକାରଙ୍କ ଦ୍ଵାରା ପ୍ରଦତ ସର୍ଭେ ହାଣ୍ଡବୁକର ଚତୁର୍ଥ ପୃଷ୍ଠାରେ ଅଙ୍ଗନ୍ ୱାଡ଼ି କର୍ମୀ, କର ଅସୁଲକାରୀ ଓ ୱାର୍ଡ ଅଫିସର ମାନଙ୍କୁ ନିଯୁକ୍ତି କରିବାପାଇଁ ନିର୍ଦେଶ ଅଛି । ଶିକ୍ଷକ ମାନଙ୍କୁ ନିଯୁକ୍ତି କରିବାପାଇଁ କୌଣସି ନିର୍ଦ୍ଦେଶ ନାହିଁ । ଶିକ୍ଷକ ମାନେ ଜନଗଣନା, ନିର୍ବାଚନ ଓ ପ୍ରାକୃତିକ ବିପର୍ଯ୍ୟୟ କାର୍ଯ୍ୟ କରିବା ବ୍ୟତୀତ ଅନ୍ୟ କୌଣସି ଅଣସୌଖିକ କାର୍ଯ୍ୟରେ ନିଯୋଜିତ ହେବେ ନାହିଁ । ଏପରିସ୍ଥଳେ ଶିକ୍ଷକ ମାନଙ୍କୁ ସାମାଜିକ ଆର୍ଥିକ ପଛୁଆ ବର୍ଗ ଜାତି ସର୍ଭେ କାର୍ଯ୍ୟରେ ନିୟୋଜିତ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।
Related posts
-
ବରିଷ୍ଠ କଂଗ୍ରେସ ନେତା,ଦୃଢ ସଙ୍ଗଠକଙ୍କ ପରଲୋକ
ରଣପୁର,(ନୟାଗଡ଼ ଦର୍ପଣ): ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁର ଜୋନ୍ (୨୪ନଂ)ର ମୟୁରଝାଲିଆ ପଞ୍ଚାୟତର ତୃଣମୂଳ ସ୍ତରର ଜଣେ ଜଣାଶୁଣା ବିଶିଷ୍ଟ ପ୍ରଭାବଶାଳୀ... -
ବସ ଓ ବାଇକ ଧକ୍କା, ୨ ମୃତ
ରଣପୁର,(ନୟାଗଡ଼ ଦର୍ପଣ): ବସ ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ସଂଗ୍ରହରୁ ଜଣାପଡିଛି... -
ଖଣ୍ଡପଡ଼ାରେ ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା
ଖଣ୍ଡପଡ଼ା,(ନୟାଗଡ଼ ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତା ସାମନ୍ତ ଚନ୍ଦ୍ରଶେଖର ଶିକ୍ଷାକେନ୍ଦ୍ର ଖଣ୍ଡପଡ଼ା ଠାରେ...