ନୂଆଗାଁ,(ନୟାଗଡ଼ ଦର୍ପଣ): ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ଥିବା ସଦଭାବନା ଗୃହରେ ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଓ ଶିଶୁ ବିକାଶ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି ନିମନ୍ତେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡ଼ିଓ ସଚିଦା ନନ୍ଦ ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମୀନ ଦାସ, ୧୭ ନଂ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା ପ୍ରମୁଖ ଯୋଗଦେଇଥିଲେ। ନୂଆଗାଁ ବ୍ଲକ ସିଡ଼ିପିଓ ଶୁଭ୍ରକେଶୀ ମଲ୍ଲିକଙ୍କ ତତ୍ବାବଧାନରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କମିଟିର ମୂଳଲକ୍ଷ ସମାଜରେ ନିଷ୍ପେସିତ ହେଉଥିବା ଶିଶୁମାନଙ୍କୁ କିପରି ସୁରକ୍ଷା ଦିଆଯିବ ତାରି ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସୁରକ୍ଷା କମିଟି ଏଭଳି ଏକ କମିଟି ଯାହାକି ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ବରିଷ୍ଟ ନାଗରିକମାନଙ୍କୁ ନେଇ ଗଠିତ ହୋଇଥାଏ। ଏହି କମିଟିର ଅଧ୍ୟକ୍ଷ ଭାବରେ ବ୍ଲକ ଅଧ୍ୟକ୍ଷା ଏବଂ ସଭ୍ୟ ସଚିବ ଉପରେ ଭାବରେ ବିଡ଼ିଓ କାର୍ଯ୍ଯ କରିବେ ଏବଂ ସିଡିପିଓ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି ପ୍ରଶିକ୍ଷଣ ଶିବିରରେ ୨୨ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।
Related posts
-
ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, (ନୟାଗଡ଼ ଦର୍ପଣ): ଶିଶୁ ଦିବସ ଉପଲକ୍ଷେ ସ୍ୱାତୀଲଗ୍ନା ଇ ପତ୍ରିକା ଆନୁକୂଲ୍ୟରେ ୧୨. ୧୧.୨୦୨୪ରିଖ ସନ୍ଧ୍ୟା ୭ଟାରେ ଅନଲାଇନ ମାଧ୍ୟମରେ... -
ନୟାଗଡ଼ରେ ବିଶାଳ ଜନସମ୍ପର୍କ ପଦଯାତ୍ରା
ବିଜେଡି ଲୋକଙ୍କ ସ୍ୱର ହୋଇ କାମ କରିବ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ... -
ନୂଆଗାଁ ବ୍ଲକରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା
ନୂଆଗାଁ, (ନୟାଗଡ଼ ଦର୍ପଣ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦର ମହକୁମାରେ ବିଜେଡିର...