ବିଜେଡି କାର୍ଯ୍ୟାଳୟରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଶାଳ କର୍ମୀ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେଡି ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଇରାନୀ ରାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର କହଁର ପ୍ରମୁଖ ଉପସ୍ଥିତ ରହିଥିଲେ। ପୁରୀ ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ନୟାଗଡ଼ ବିଧାୟକ ପ୍ରାର୍ଥୀ ଡ. ସାହୁଙ୍କ ଜୀବନ ଉପରେ ବୃତଚିତ୍ର ପ୍ରଦର୍ଶନ ହୋଇଥିଲା। ନିର୍ବାଚନକୁ ଯୁଦ୍ଧ ଭାବି ଆମେ ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ଡ. ସାହୁ କହିଥିଲେ। ପ୍ରତିଟି ମୁହୂର୍ତ୍ତ ଆମ ପାଇଁ…

Read More

ଇଟାମାଟି, ଲେଙ୍କୁଡ଼ିପଡ଼ା ଓ ଡେଙ୍ଗେରାଗୋଡିର ବିରୋଧୀ ନେତା ଫୁଙ୍କିଲେ ଶଙ୍ଖ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ନୟାଗଡ଼ ବ୍ଲକ…

Read More

ନିର୍ବାଚନକୁ ନେଇ ନୟାଗଡ଼ରେ ଗଡ଼ିଲା ମୁଣ୍ଡ, ୨ନିଲମ୍ବିତ

ନୟାଗଡ଼(ନୟାଗଡ଼ ଦର୍ପଣ): ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ ଓଡଗାଁ ଦୂତୀକେଶ୍ୱର ମନ୍ଦିର ଠାରେ ଆଦର୍ଶ ଆଚରଣ ବିଧି ଉଲଙ୍ଘନ କରିଥିବାରୁ, ନିର୍ବାଚନ ଆଚରଣ ବିଧି କମିଟିର ତଦନ୍ତକୁ ଆଧାର କରି ନୂଆଗାଁ ବ୍ଲକ ଅନ୍ତର୍ଗତ ଗତିଶ୍ୱର ମହାବିଦ୍ୟାଳୟର ଖେଳ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ନୟାଗଡ଼ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସହକାରୀ ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପୁନଃ ଆଦେଶ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।

Read More

ପୁଣି ୩୫ନେତା ବିଜେଡିରେ ହେଲେ ସାମିଲ, ଦିନକୁ ଦିନ ଶକ୍ତିହୀନ ହେଉଛି ବିରୋଧି ଶିବିର

ଓଡଗାଁ, (ନୟାଗଡ଼ ଦର୍ପଣ): ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିରୋଧି ଶିବିର ଦିନକୁ ଦିନ ଦୁର୍ବଳ ହେଉଛି । ବିଜେପି ନେତା ଓ କର୍ମୀଙ୍କ ସୁଅ ବିଜେଡି ମୁହାଁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଚିନ୍ତାଧାରା ଏବଂ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଶାନ୍ତି, ମୈତ୍ରୀ ଓ ଉନ୍ନତୀର ନାରା ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ମଜୁବୁତ କରିଛି । ଗତ ଏକ ମାସ ମଧ୍ୟରେ ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ନିର୍ବାଚନ ମଣ୍ଡଳୀରେ ବିଜେଡି ଶକ୍ତି ବୃଦ୍ଧି ହୋଇ ଚାଲିଥିବା ବେଳେ ବିରୋଧି ସଂଗଠନ ଦୁର୍ବଳ ହେଉଛି । ଆଜି ଓଡ଼ଗାଁ ବ୍ଲକ ବିଜେଡି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରପିଠା ପଞ୍ଚାୟତର ୩୫ ଯୁବକ, ମହିଳା ଓ ବରିଷ୍ଠ ନେତା…

Read More

ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ଜିଲ୍ଲା ଅନୁସୂଚିତ ଜାତି ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ଙ୍କୁ ପିସିସି ସାଧାରଣ ସମ୍ପାଦକ ହୁସେନ ଖାଁ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ଏବଂ ବରିଷ୍ଠ ନେତା କମଳ ଚରଣ ସାହୁ ପ୍ରମୁଖ ବିଦ୍ଧିବଦ୍ଧ ଭାବେ କଂଗ୍ରେସ ଦଳରେ ମିଶ୍ରଣ କରାଇଛନ୍ତି। ତାଙ୍କ ସହ ଦଳିତ ବିଜେପି କାର୍ଯ୍ୟକର୍ତା ସୁମନ୍ତ ନାଏକ, ଆଶା ନାଏକ, ଟୀକାନ ଘଡେଇ, ପ୍ରଫୁଲ୍ଲ ଦାଶ, ଆଦିବାସୀ ନେତା ବୈଦ୍ୟନାଥ କଂହର ପ୍ରମୁଖ କଂଗ୍ରେସ ଦଳରେ ସାମିଲ ହୋଇଥିଲେ। ସୁଶାନ୍ତ କଂଗ୍ରେସ ଦଳରେ ମିଶିବା ପରେ ଦଶପଲ୍ଲା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି-ବିଜେଡି ମ୍ୟାଚ ଫିକ୍ସିଂ କରାଯାଇ ବିଜେଡି ପ୍ରାର୍ଥୀ ଙ୍କୁ ଜିତାଇବା ପାଇଁ ବିଜେପି ରାଜ୍ୟ ନେତୃତ୍ୱ ନିର୍ବାଚନ ମଣ୍ଡଳୀ ବୁର୍ବଳ…

Read More

ତାପମାତ୍ରା ବୃଦ୍ଧି ଯୋଗୁଁ ତିନିଦିନ ସ୍କୁଲ ବନ୍ଦ ରହିବ

ଭୁବନେଶ୍ୱର,(ନୟାଗଡ଼ ଦର୍ପଣ): ସଂପ୍ରତି ରାଜ୍ୟରେ ଗ୍ରୀଷ୍ମପ୍ରବାହ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ତିନିଦିନ ପାଇଁ ବନ୍ଦ କରିଛନ୍ତି । ଚଳିତ ଅପ୍ରେଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Read More

ରଘୁନାଥଙ୍କୁ ଦର୍ଶନ କଲେ କଂଗ୍ରେସ ପ୍ରାର୍ଥୀ ରଞ୍ଜିତ ଦାସ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜିଲ୍ଲା କଂଗ୍ରେସ ସଭାପତି ବରିଷ୍ଠ ଆଇନଜୀବୀ ରଣଜିତ ଦାଶଙ୍କୁ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ଏବଂ ଏନ୍ଏସିର ଦଳୀୟ କାର୍ଯ୍ୟକର୍ତାମାନେ ଓଡ଼ଗାଁ ରଘୁନାଥ ମନ୍ଦିରଠାରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରି ବାଣ ଫୁଟାଇ, ପରସ୍ପର ମିଠା ଖୁଆଇ ନୟାଗଡରେ କଂଗ୍ରେସ ବାନା ଉଡାଇ ଦଳୀୟ ମନୋନୀତ ପ୍ରାର୍ଥୀ ମାଟିର ପୁଅ ରଣଜିତ ଦାଶଙ୍କୁ ଜିତାଇବା ପାଇଁ ସଂକଳ୍ପ ନେଇଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ହୁସେନ ଖାନ, ବରିଷ୍ଠ ନେତା ଲଷ୍ମୀଧର ତ୍ରିପାଠୀ, ନୟାଗଡ ବ୍ଲକ ସଭାପତି ଫକୀର ଚରଣ ମଲ୍ଲ, ଓଡଗାଁ ବ୍ଲକ ସସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜିଲ୍ଲା ସୋସିଆଲ ମିଡିଆ ସେଲ୍ ଅଧ୍ଯକ୍ଷ ଦିଲ୍ଲୀପ୍ କୁମାର ବିଶୋଇ,…

Read More

ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଶହ ଶହ ବିଜେପି କର୍ମୀ ବିଜେଡିରେ ସାମିଲ

ଓଡଗାଁ, (ନୟାଗଡ଼ ଦର୍ପଣ): ନିର୍ବାଚନ ଯେତିକି ପାଖେଇ ଆସୁଛି ନୟାଗଡ଼ ନିର୍ବାଚନମଣ୍ଡଳୀରେ ବିଜେଡି ଅଧିକରୁ ଅଧିକ ଶକ୍ତିଶାଳୀ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଶହ ଶହ ସଂଖ୍ୟାରେ ବିଜେପି ସମର୍ଥକ ବିଜେପି ଉପରୁ ଭରସା ତୁଟାଇ ବିଜେଡିରେ ସାମିଲ ହେଉଛନ୍ତି। ଗତ କିଛି ଦିନ ଧରି ଭାରତୀୟ ଜନତା ପାର୍ଟିର ବହୁ ଆଗଧାଡ଼ିର ନେତା ବିଜେଡିରେ ସାମିଲ ହୋଇଥିବାବେଳେ ଆଜି ପୁଣି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗିରିଡିପଲ୍ଲୀ,ଗୁଣ୍ଠାସାହି ଓ ନନ୍ଦିଘୋର ପଞ୍ଚାୟତର ଆଗଧାଡ଼ିର ଶତାଧିକ ବିରୋଧୀ ଦଳର ନେତା ଆଜି ବିଧିବଦ୍ଧ ଭାବରେ ବିଜେଡିରେ ସାମିଲ ହୋଇଛନ୍ତି। ଏ ନେଇ ଓଡ଼ଗାଁ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ମେଗା ମିଶ୍ରଣପର୍ବର ଆୟୋଜନ ହୋଇଥିଲା।ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର…

Read More

ପ୍ଲାଟିନମ୍ ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ପରିସରରେ ଉକ୍ତ ବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବୁଲି ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ଲୋଟସଙ୍କ ସଭାପତିତ୍ୱରେ ଏହି ବୈଠକରେ ସ୍ଥାନୀୟ ଶିକ୍ଷାବିତ୍ ଡ.ଅଧିବାସ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ସମାଜସେବୀ ଦିବାକର ପଣ୍ଡା, ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟସଭ୍ୟା ତଥା ଏହି ବିଦ୍ୟାଳୟକୁ ପାଠପଢିବାକୁ ଆସୁଥିବା କୁରାଳ, କୋମଣ୍ଡ ଏବଂ ରଙ୍ଗଣୀପାଟଣା ଭଳି ତିନୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର, ନବରତ୍ନପୁର, ପାଇକପନ୍ତିଖାରୀ, ଗୋଡିପଲ୍ଲୀ, ଲିଙ୍ଗରାଜପ୍ରସାଦ, ପଥରା ଓ ନୋତରପଲ୍ଲୀ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଏ ଅବସରରେ ଶିକ୍ଷକ ବୁଦ୍ଧିଆ ପାତ୍ରଙ୍କ ମାଧ୍ୟମରେ ପ୍ରତ୍ୟେକ ଗ୍ରାମରୁ ଦୁଇ ଜଣ ଲେଖାଏଁ କର୍ମୀଙ୍କୁ…

Read More

୧୦ଟି ଗାଁରେ ଦ୍ୱାର ଦ୍ୱାର ବୁଲି ପ୍ରଚାରକୁ ଯୋରଦାର କଲେ ଅରୁଣ, ବହୁ ମହିଳା ସାମିଲ

ନୟାଗଡ଼, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ ଡ. ଅରୁଣ କୁମାର ସାହୁଙ୍କ ନାମ ଘୋଷଣା ପରେ ବିଜେଡି ଏବେ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ଲଗାତର ଭାବେ ବିରୋଧୀ ଗୋଷ୍ଠିର ବହୁ ଛାତ୍ର, ଯୁବ ଓ ମହିଳା ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଏଥି ସହିତ ଡ. ସାହୁ ଓଡ଼ଗାଁ ବ୍ଲକରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଆଜି ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତର ୧୦ ଗୋଟି ଗ୍ରାମରେ ଖରା ତାତି ମଧ୍ୟରେ ପ୍ରଚାର କାର୍ଯ୍ୟକୁ ଯୋର କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କ ନିକଟତର ହୋଇଛନ୍ତି । ଆଜି ଭାଟସାହି ପଞ୍ଚାୟତର ଶିଆଳିଖାଲ, ଗୋପାଳ ସାହି, କଲ୍ୟାଣପୁର, ବାରପଲ୍ଲା, ପଣ୍ଡୁସର ସାହି, ଶୁଳିଆ, ଡିଆଁପଡ଼ା, ପଥରକଟା, ଅସନପଲ୍ଲୀ ଓ ବିରାଡ଼ି…

Read More