ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମ ଦିବସ ପାଳିତ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ପରାମର୍ଶ କ୍ରମେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୁରୁଣା କୋର୍ଟ ପରିସରରେ “ଆନ୍ତର୍ଜାତିକ ଶ୍ରମ ଦିବସ” ପାଳିତ ହୋଇଅଛି । ନୟାଗଡ଼ କ୍ଷେତ୍ର ଶ୍ରମ ଆୟୁକ୍ତ, ଭାରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ରାଉତ ଅତିଥିମାନଙ୍କୁ ସ୍ଵାଗତ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି, ବିଶେଷ କୁମାର ସାହୁ ଶ୍ରମ ଆଇନ ଏବଂ ଶ୍ରମିକ ବ୍ୟବସ୍ଥାର ବିଶେଷତ୍ଵ, ଆଇନଗତ ସହାୟତା ଏବଂ କ୍ଷତି ପୂରଣ ବ୍ୟବସ୍ଥାର ତର୍ଜମା କରିଥିଲେ। ୨୦୨୪ ମସିହାର ତତ୍ଵ- “ପରିବତ୍ତିତ ଜଳବାୟୁରେ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଏବଂ ସ୍ଵାସ୍ଥ୍ୟ ପ୍ରତିବଦ୍ଧତା” କିପରି ପାଳନ କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ ।

ଶ୍ରମର ବିକଳ୍ପ ନଥିବା ଏବଂ ଶ୍ରମହି ସର୍ବ ଶ୍ରେଷ୍ଠ ବୋଲି ସଚିବ ଦର୍ଶାଇଥିଲେ । ଶ୍ରମ ଅଧିକାରୀ ଶ୍ରମିକ ମାନଙ୍କ ନିମନ୍ତେ ଜିଲ୍ଲା, ରାଜ୍ୟ, ଦେଶ ଏବଂ ଆନ୍ତର୍ଜାତିକ ସ୍ତରରେ ଥିବା ଶ୍ରମିକ ସୁରକ୍ଷାର ଢାଞ୍ଚ। ଦର୍ଶାଇଥିଲେ । ନୟାଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ବୃନ୍ଦାବନ ପଣ୍ଡା, ଶ୍ରମ ଦିବସରେ ଶ୍ରମିକମାନଙ୍କ ସହିତ ଭାବ ବିନିମୟ, ଶ୍ରମିକ ମାନଙ୍କୁ ସୁବିଧା ଯୋଗେଇଦେବ ବୋଲି ମତ ରଖିଥିଲେ । ପ୍ରାଧିକରଣ ସଦସ୍ୟ ମହମ୍ମଦ ଓମାର ମାଲ୍ଲିକ ଦେଶ, ଜାତୀୟତା, ସଂବିଧାନ, ଆଇନ ସେବା ପ୍ରାଧିକରଣର କାର୍ଯ୍ୟ ଏବଂ ଶ୍ରମ ଓ ଶ୍ରମିକର ମହାନତା ଦର୍ଶାଇଥିଲେ। ଶୂନ୍ୟ ବିଜୟୀ ମିଶ୍ର ଏବଂ ଇତି ମାନସିଂ ଶ୍ରମିକ ମାନଙ୍କର ସୁବିଧା ଅସୁବିଧା ଦର୍ଶାଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ କର୍ମଚାରୀ ଗଦାଧର ବିଶ୍ୱାଳ, ରାଜେଶ କୁମାର ବାରିକ, ଗ୍ରାମୀଣ ଆଇନ ସହାୟତା କର୍ମୀ ଅକ୍ଷୟ କୁମାର ପ୍ରଧାନ, ମଞ୍ଜୁଳତା ପ୍ରଧାନ ଓ ଆଲୋକ କୁମାର ପ୍ରଧାନ କାର୍ଯକ୍ରମ ପରିଚାଳନାରେ ସହାୟତା କରିଥିଲେ । ସହ-ଶ୍ରମ ଅଧିକାରୀ ଅବଦୁଲ କାଦିର ଖାଁନ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts