ନୟାଗଡ଼ ବିଧାୟକ ଡ. ଅରୁଣଙ୍କ ଗ୍ରୀନ୍ କ୍ୟାମ୍ପେନ୍‌

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେଡିର ଜୋରଦାର ପ୍ରଚାର ଚାଲିଛି । ନୟାଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ଗ୍ରୀନ୍ କ୍ୟାମ୍ପେନ୍ ଜରିଆରେ ଲୋକଙ୍କ ନିକଟତର ହେଉଛନ୍ତି । ଆଜି ନୟାଗଡ଼ ବ୍ଲକ ଅନ୍ତର୍ଗତ ମେଳାମ୍ବ, ଦାମୋଦରପୁର, ଖେଡ଼ପଡ଼ା, ବାରବାଟି, ରାଉତରାପୁର, ପଥୁରିପଡ଼ା ତଥା ଧାମଣେଇ, ଲକ୍ଷ୍ମୀପ୍ରସାଦ, ଗୈାଡ଼ଗାଁ, ବରପଲ୍ଲୀ ଗାଁରେ ନିର୍ବାଚନ ପ୍ରଚାର ହୋଇଛି। ଏହି ପ୍ରଚାରରେ ଶହ ଶହ ସଂଖ୍ୟାରେ ମହିଳା ଯୋଗ ଦେଇ ଏଥର ଯୋଡ଼ି ଶଙ୍ଖ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବ ବୋଲି ଆର୍ଶୀବାଦ ଦେଇଥିଲେ। ନୟାଗଡ଼ ମାଟିର ବିକାଶ ଓ ଉନ୍ନତୀକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼କୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି। ଓଡ଼ିଶାକୁ ଏକ ପ୍ରଗତୀ ଶୀଳ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କରି ଆସୁଥିବା ଅନେକ ଜନହିତକର ଯୋଜନା ଦ୍ୱାରା ଲୋକମାନେ ଉପକୃତ ହୋଇ ପାରୁଛନ୍ତି। ନବୀନଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତ ବର୍ଷରେ ରେକର୍ଡ଼ ସୃଷ୍ଟି କରିବା ପାଇଁ ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବିଧାୟକ ଆହ୍ୱାନ ଦେଇଛନ୍ତି। ଏହି ପ୍ରଚାରରେ ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ ଏବଂ ବିଜେଡି ନେତା ଓ କର୍ମୀ ସାମିଲ ହୋଇଥିଲେ।

Related posts