ନୟାଗଡ଼ ବ୍ଲକ ବଉଳି ସାହିରେ ୪ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ ଅନ୍ତର୍ଗତ ନୋତର ଗ୍ରାମ ପଞ୍ଚାୟତ ବଉଳି ସାହିରେ ୪ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ । ବନ୍ଧୁକ, କଟୁରୀ, ଖଣ୍ଡା ଓ ବିଭିନ୍ନ ମାରଣାରେ ୪ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ବଉଳି ସାହି ଗ୍ରାମର ପୃଥୀରାଜ ଦଳବେହେରା, ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥ ଗାଁ ମନ୍ଦିର ପାଖରେ ଛିଡ଼ା ହୋଇଥିବା ବେଳେ ହଠାତ୍ ବିଜେପି କର୍ମୀ ମାନେ ଆସି ଆକ୍ରମଣ କରିଥିଲେ । ପୃଥ୍ୱୀରାଜ ଦଳବେହେରାଙ୍କର ହାତଗୋଡ଼କୁ ହାଣି ଖଣ୍ଡ ବିଖଣ୍ଡିତ କରି ଦେଇଛନ୍ତି ।ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ସେହିପରି ଭାବେ ରାଜେଶ ପ୍ରଧାନ, ଆଶିଷ ଗୁମାନସିଂ ଓ ପ୍ରଦ୍ୟୁମ୍ନ ରଥଙ୍କ ଦେହରେ ଅନେକ ଗୁଳି ବାଜି ଥିବାରୁ ନୟାଗଡ଼ ମେଡିକାଲରେ ଚିକିତ୍ସା କରାଯାଇ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ବଉଳିସାହି ଗ୍ରାମର ବନମାଳି ନାୟକ, ସନ୍ତୋଷ ନାୟକ, ନାଲୁ ବେହେରା, ବିଜୟ ନାୟକ, କାଶିନାଥ ନାୟକ ଓ ଗଙ୍ଗାଧର ଜେନା ମିଳିତ ଭାବେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତ ମାନେ । ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି କର୍ମୀ ମାନେ ରକ୍ତମୁଖା ହୋଇ ଆକ୍ରମଣ କରୁଛନ୍ତି । ଯାହା ପୂର୍ବରୁ ସାଧାରଣ ଜନତା ଆଶା କରୁଥିଲେ ତାହା ଆଜି କରି ଦେଖାଇଲେ ବୋଲି ସାଧାରଣରେ ପ୍ରକାଶ ପାଇଛି । ଗଣ୍ଡଗୋଳ ବିଜେପିର ଏକମାତ୍ର ପନ୍ଥା ବୋଲି ଆହତ ମାନେ ପ୍ରକାଶ କରିଛନ୍ତି ।

Related posts