ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମ ଆଜି ମହା ସମାରୋହରେ ସମାପନ ହୋଇଯାଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଭୁବନେଶ୍ଵର ଓ ନୋଡାଲ କେନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟ ନୟାଗଡ଼ଙ୍କ ସହଯୋଗରେ ଆୟୋଜିତ ଉକ୍ତକାର୍ଯ୍ୟକ୍ରମରେ ବିଦ୍ୟାଳୟର ୧୪୯ ଜଣ ଛାତ୍ରୀ ଅଂଶଗ୍ରହଣକରି ଆତ୍ମସୁରକ୍ଷାର ବିଭିନ୍ନ କୌଶଳ ଗୁଡିକ ବିଷୟରେ ପ୍ରଶିକ୍ଷଣ ନେଇଥିଲେ। ମହାବିଦ୍ୟାଳୟର ଅଧକ୍ଷ୍ୟା ଡକ୍ଟର.ଉଷାରଣୀ ପଟ୍ଟନାୟକ ସଭାପତିତ୍ଵ କରିଥିବାବେଳେ ମୁଖ୍ୟାତିଥି ଭାବେ ଗୋଡିପଡା ଗ୍ରାମପଞ୍ଚାଯତର ସରପଞ୍ଚ ଅନ୍ତର୍ଯ୍ୟାମି ସାହୁ ଯୋଗଦେଇ ବାଳିକାମାନେ ପ୍ରଶିକ୍ଷିତ ହେଲେ ସମଯରେ ଦେଖାଯାଉଥିବା ଅନେକ ପ୍ରକାର ବିଶୃଙ୍ଖଳାକୁ ପ୍ରତିହତ କରିବାରେ ସମର୍ଥ ହୋଇପାରିବେ। ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପୁଲକ କୁମାର ମହାନ୍ତି, ଲକ୍ଷ୍ମୀଧର ଦାସ ଓ ବିଜ୍ଞାନଗାର ସହାୟକ ପବିତ୍ର କୁମାର ପୃଷ୍ଟି…
Read MoreCategory: ଓଡ଼ଗାଁ ବ୍ଲକ
ଜିଲ୍ଲା ଏ.ଡି.ଇ.ଓ ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ ସଂଘର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ ଜିଲ୍ଲା ଏ.ଡି.ଇ.ଓ ସଂଘର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଊତ୍ସବରେ ରାଜ୍ୟ ସ୍ତରୀୟ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଂଗଠନକୁ ସୁଦୃଢ କରିବା ସହିତ ଆଗାମୀ ଦିନରେ ପ୍ରତ୍ୟକ ବର୍ଷ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀରେ ଦେଶ ପ୍ରେମ ଦିବସକୁ ସଂଘ ସାଙ୍ଗ ପ୍ରେମୀ ଦିବସରେ ପାଳନ କରିବା ପାଇଁ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବଦଳ ଷଡ଼ଙ୍ଗୀ ପ୍ରସ୍ତାବ ରଖିଥିଲେ। ଏଥିସହିତ ନୟାଗଡ ଜିଲ୍ଲାର ୮ଗୋଟି ବ୍ଲକର ସଭାପତି, ସମ୍ପାଦକ, ଜିଲ୍ଲା କୋର କମିଟିର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସଭାପତି ତଥା ମୁଖ୍ୟ ଅତିଥି ପ୍ରଭାତ କୁମାର…
Read Moreଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫ ରିଖ ଠାରୁ ୨୪.୦୧.୨୦୨୫ରିଖ ଆୟୋଜିତ ତିନି ଦିନିଆ ଷ୍ଟଡି କ୍ୟାମ୍ପରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାହାଡ଼ାଝୋଲାର ନବମ ଶ୍ରେଣୀର ଦୁଇ ଛାତ୍ର ଶୁଭମ ମହାପାତ୍ର ଓ ବଦ୍ରି ନାରାୟଣ ସାହୁ କୃତିତ୍ୱ ହାସଲ କରିଛନ୍ତି । ଜିଲ୍ଲାରେ ଓଡ଼ିଆ ଏକ୍ସଟେମ୍ପୋରରେ ଶୁଭମ ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଏବଂ ଇଂଲିଶ ଏକ୍ସଟେମ୍ପୋରରେ ବଦ୍ରି ନାରାୟଣ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉକ୍ତ ଉଦଯାପନୀ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ରାୟଗଡ଼ା ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ, ବ୍ଲକ୍ ଶିକ୍ଷଧିକାରୀ ଗୀତଞ୍ଜଳି ସାହୁ, ଆଇପି ଅନିଲ କୁମାର ଦାସ, ଜେ ଆରସି ଓ ସନ୍ୟାସୀ ପ୍ରଧାନ, ରଘୁନାଥ ବିଦ୍ୟାପୀଠର…
Read Moreଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ
ନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଓ ଅଭିଭାବକ ବୈଠକର ଆୟୋଜନ କରଯାଇଛି।ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ସଭାପତିତ୍ବରେ ଧନ୍ଦାମୂଳକ ଶିକ୍ଷାର ଗୁଣାତ୍ମକ ମାନର ବିକାଶ, ଧନ୍ଦାମୂଳକ ଶିକ୍ଷାର ସଚେତନତା, ମାଟ୍ରିକ ପ୍ରାକ୍ଟିକାଲ ପରୀକ୍ଷା ସମେତ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ପ୍ରଣାଳୀ, କ୍ୟାରିଅର କାଉନସେଲିଂ ସହ ଛାତ୍ର ଛାତ୍ରୀଙ୍କର ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରଯାଇଛି। ପ୍ରଧାନ ଶିକ୍ଷକ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଧନ୍ଦାମୂଳକ ଶିକ୍ଷା ଦ୍ଵାରା ହୋଇପାରିବ ଓ ଭାରତ ସରକାରଙ୍କ ଦ୍ଵାରା ପ୍ରଚଳିତ ଏହି ଧନ୍ଦାମୂଳକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ରେ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।ସେହିପରି ସ୍ପୋକ ସ୍କୁଲ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳ ର…
Read Moreପତ୍ନୀ ହତ୍ୟାକାରୀ ସ୍ବାମୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ
ଶରଣକୁଳ, (ନୟାଗଡ଼ ଦର୍ପଣ): ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମର ଶ୍ୟାମସୁନ୍ଦର ସ୍ୱାଇଁ ଶରଣକୁଳ ଥାନାରେ ଏକ ଲିଖିତ ଏତଲା ଅନିଲ କୁମାର ଜେନା, ଅନିଲଙ୍କ ମାମୁଁ ଝୋଟ ଓ ମାଆଙ୍କ ବିରୋଧରେ ତାଙ୍କ କନ୍ୟା ସୁଭଦାକୁ ହତ୍ୟା କରିଥିବା ଅଭିଯୋଗ କରି ଉଲ୍ଲେଖ କରିଥିଲେ କି, ତାଙ୍କ କନ୍ୟା ଶୁଭଦା ସ୍ୱାଇଁ ଙ୍କୁ ଅଭିଯୁକ୍ତ ଅନିଲ କୁମାର ଜେନା ଯିଏ କି କନ୍ଧମାଳ ଜିଲ୍ଲା ରେ ଥିବା ୮ମ ବାଟାଲିୟନ ରେ ହାବିଲଦାର ପଦବୀ ରେ କାର୍ଯ୍ୟ କରୁଥିଲେ ତାଙ୍କ ସହିତ ହିନ୍ଦୁ ବୈଦିକ ରୀତିରେ ବିବାହ ଦେଇଥିଲେ । ବିବାହ ର ୨/୩ ମାସପରେ ସୁଭଦା ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ଅନିଲ ଅନ୍ୟ ଏକ ଝିଅ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି ତେଣୁ ସେ ବିରୋଧ କରିବାରେ ଅନିଲ ତାଙ୍କ ମାମୁଁ ଓ…
Read Moreବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ କରାଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ତାଙ୍କ ବକ୍ତବ୍ୟରେ ଆଜିର ସରକାର ଦବା ସରକାର ନୁହେଁ ନବା ସରକାର ବୋଲି ପ୍ରକାଶ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାରରେ ଦୃତ ବିକାଶ ହୋଇଥିଲା । ବର୍ତ୍ତମାନ ସରକାର ଦୃତ ବିଫଳତା ଆଡ଼କୁ ଅଗ୍ରସର ହେଉଛି । ଆଜିର ଦିନରେ ଜନ ମତ ପ୍ରଭାବିତ ହୋଇଛି । ରାଜନୀତିରେ ସାଳିନତା କେବେ ହରାଇବ ନାହିଁ ବୋଲି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ଅରୁଣ। ଆଜିର ଦରଦାମ ବୃଦ୍ଧି ଲୋକଙ୍କୁ ବହୁତ ବାଧୁଛି । ଦରଦାମ କାହିଁକି ବୃଦ୍ଧି ହେଉଛି ଲୋକମାନେ ବୁଝିବା ଆରମ୍ଭ କଲେଣି । ରାଜ୍ୟ ସରକାର ଦୁଇ ପ୍ରକାର କଥା…
Read Moreପିମିଟ କଲେଜ ଓଡ଼ଗାଁରେ ବାଲ୍ୟ ବିବାହ ସଚେତନତା
ଓଡ଼ଗାଁ, (ନୟାଗଡ଼ ଦର୍ପଣ): ଆଜି ଓଡ଼ଗାଁ ସ୍ଥିତ ପିମିଟ କଲେଜ ପରିସରରେ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସମାଜସେଵୀ ତଥା ଆଡ଼ଭୋକେଟ ପ୍ରଭାସିନୀ ନନ୍ଦ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ସୁଶ୍ରୀ ନନ୍ଦ ଛାତ୍ରଛାତ୍ରୀଙ୍କୁ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଉଛେଦ, ଭୃଣ ହତ୍ୟା, ଜ୍ଵନ ନିର୍ଯାତନା କିଭଳି ଭାବେ ବଢୁଛି ଏବଂ ତାର ପ୍ରତିକାର ଆମେ କେମିତି କରିବା ସେ ବିଷୟରେ ସଚେତନ କରାଇଥିଲେ। ଛାତ୍ରଛାତ୍ରୀଙ୍କ ଦୃଢ ଇଚ୍ଛା ଶକ୍ତି ଓ ନିର୍ଭିକ ହେବା ପାଇଁ ବକ୍ତବ୍ୟ ରଖିଥିଲେ। ପରିଶେଷରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁରେଶ ପ୍ରଧାନ ଏବଂ ଯୁକ୍ତ ୩ ଅଧ୍ୟକ୍ଷ ସୁନୀଲ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଚେତନତା…
Read Moreଧନ୍ଦାମୂଳକ ଶିକ୍ଷାର୍ଥୀଙ୍କ ଶିଳ୍ପ ପରିଭ୍ରମଣ
ନୟାଗଡ, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀଛାତ୍ରଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି। ଏହି ପରିଭ୍ରମଣରେ ନାରାୟଣ ଉଚ୍ଚ ବିଦ୍ୟାଳୟ(ହବ୍ ସ୍କୁଲ)ର ନବମ ଓ ଦଶମ ଶ୍ରେଣୀର ୬୦ ଶିକ୍ଷାର୍ଥୀ ଏବଂ(ସ୍ପୋକ ସ୍କୁଲ)ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶରଣକୁଳର ୧୮ଜଣ ଶିକ୍ଷାର୍ଥୀ ସାମିଲ ହୋଇଛନ୍ତି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଶ୍ମିରଞ୍ଜନ ମିଶ୍ରଙ୍କ ତତ୍ୱାବଧାନରେ ଦୁଇଟି ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ମାଛିପଡ଼ା ସ୍ଥିତ ଭୂଇଁଆଣି ଟେକ୍ସଟାଇଲକୁ ପରିଭ୍ରମଣ କରିଥିଲେ। ମ୍ୟାନେଜର ରାକେଶ କୁମାର ସାହୁ ଏବଂ ନାରାୟଣ ଉଚ୍ଚ ବିଦ୍ୟାଳୟର ପରିଧାନ ବିଭାଗର ପ୍ରଶିକ୍ଷିକା ରୋଜାଲିନ ମିଶ୍ରଙ୍କ ସହାୟତା ହସ୍ତତନ୍ତରେ କପଡାର ବୁଣେଇ କିପରି…
Read Moreନୟାଗଡ ଜିଲ୍ଲା ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତରେ ୪୫୪୭ଟି ମାମଲା ଫଏସଲା
ନୟାଗଡ଼, (ନୟାଗଡ଼ ଦର୍ପଣ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ନୟାଗଡ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୫ଟି ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୩୯,୪୦,୦୦୦ ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୧୪୬ ଦେୱାନି ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୧୭ଟି ଫଇସଲା କରାଯାଇ ୧୫,୧୨,୪୦୫ ଟଙ୍କା ଆଦାୟ କରଯାଇଥିଲା ଏବଂ ବିବାହ ଜନିତ ୧୬ଟି ମାମଲା ଫଇସଲା କରାଯାଇଥିଲା । ଅନ୍ଯାନ୍ଯ ଫୌଜଦାରୀ ୨୪୫ଟି ମାମଲା ଫଇସଲା କରଯାଇଥିଲା।…
Read Moreବସ ଧକ୍କାରେ ଭାଙ୍ଗିଲା ଦୁଇଟି ଘର, ଜଣେ ଗୁରୁତର ତିନି ଆହତ
ସରଣକୂଳ, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ପୂର୍ତ୍ତବିଭାଗ ବଙ୍ଗଳା ନିକଟରେ ଭୁବନେଶ୍ୱରରୁ ଭଞ୍ଜନଗର ଯାଉଥିବା ଓଡି ୩୩ -ପି ୦୧୨୦ ନମ୍ବର ବିଶିଷ୍ଟ ଏକ ଘରୋଇ ଯାତ୍ରୀବାହୀ ବସ ଆଜି ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ବଖରା ଟିଣ ଛପର ଘର ଭାଙ୍ଗିଯାଇଥିବା ବେଳେ ଜଣେ ଗୁରୁତର ଏବଂ ତିନି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ବ୍ୟକ୍ତି ଏବଂ ଆହତ ବ୍ୟକ୍ତିଙ୍କୁ ପ୍ରଥମେ ଶରଣକୁଳ ମେଡ଼ିକାଲରେ ଚିକିତ୍ସା ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଶେକ ଖାସିମଙ୍କ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ମେଡିକାଲକୁ ପଠାଯାଇଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତକ୍ଷଦର୍ଶୀଙ୍କ ଠାରୁ ସୂଚନା ଅନୁଯାୟୀ କୌଣସି କାରଣରୁ ବସଟି ବଙ୍ଗଳା ବୁଲାଣିରେ ବାମକୁ ବୁଲାଇବା ପରିବର୍ତ୍ତେ ରାସ୍ତାର ଡାହାଣ ପାଖକୁ ମାଡି…
Read More