ବିଜେପି ପକ୍ଷରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ପାଳନ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଅନ୍ତର୍ଗତ ବାଉଁଶିଆପଡା – ଇଟାମାଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥିକୁ ପାଳନ କରାଯାଇଛି। ଏଥିରେ ମଣ୍ଡଳରୁ ୫୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପଣ୍ଡିତ ଜିଙ୍କ ତ୍ୟାଗ ପୂର୍ଣ୍ଣ ଜୀବନୀ ତଥା ବଳିଦାନ ସମ୍ଵନ୍ଧରେ ସ୍ମୁତି ଚାରଣ କରିବା ସହିତ ପ୍ରତିଜ୍ଞା କରିଥିଲେ କି ତାଙ୍କ ବଳିଦାନଙ୍କୁ ନିରର୍ଥକ ଯିବାକୁ ଦେବୁନି ତାଙ୍କ ଏକାନ୍ତ ମାନବ ବାଦ୍ କଥାକୁ ଚରିତାର୍ଥ କରିବୁ। ଏହି କାର୍ଯ୍ୟକ୍ରମର ନେତୃତ୍ଵ ନେଉଥିବା ସନ୍ତୋଷ କୁମାର ପ୍ରଧାନଙ୍କ ଭାଷଣରେ ଅଭିଭୂତ ହୋଇ ମା’ମାନେ ହୁଳହୁଳି ତଥା ଭାଇମାନଙ୍କ ହରିବୋଲରେ ଗ୍ରାମ ପ୍ରକମ୍ପିତ ହୋଇଥିଲା।
ଆସନ୍ତା ଦିନରେ ପଞ୍ଚାୟତରେ ସମସ୍ତ ପଦବୀରେ ବିଜେପି ପ୍ରାଥୀଙ୍କୁ ବିଜୟୀ କରି ଦିନ୍ ଦୟାଲଙ୍କ ଅଧୁରା ସ୍ବପ୍ନକୁ ସାକାର କରିବାକୁ ମତ ପ୍ରକାଶ ପାଇଥିଲା। ମଞ୍ଚରେ ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ପଣ୍ଡା
ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ବସନ୍ତ ପଟ୍ଟନାୟକ, ସ୍ନେହ ରଞ୍ଜନ ଦାସଜୟସିଂହ, ଚନ୍ଦନ ଦାସ, ବୃନ୍ଦାବନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦିନ ଦୟାଲଙ୍କ ଜୀବନୀ ସମ୍ଵନ୍ଧରେ ଆଲୋକପାତ୍ କରିଥିଲେ। ମଞ୍ଚ ତଳେ ଅଶୋକ ଦାସ, ଅଶୋକ ଭଟ୍ଟ, ନିରଞ୍ଜନ ନାୟକ, ଦେବେନ୍ଦ୍ର ପ୍ରଧାନ, ପ୍ରଫୁଲ୍ଲ ଖୁଣ୍ଟିଆ, ତ୍ରିନାଥ ସାହୁ, ବିଭୁ ପ୍ରସାଦ ପଟ୍ଟନାୟକ ଦେବାଶିଷ ମହାପାତ୍ର ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରକାଶ ସ୍ୱାଇଁ, ରାଜକିଶୋର ମହାନ୍ତି, ଅମୂଲ୍ୟ ମହାନ୍ତି, ସୁରେଶ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Related posts