ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ ସଂଘର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ନୟାଗଡ ଜିଲ୍ଲା ଏ.ଡି.ଇ.ଓ ସଂଘର ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଊତ୍ସବରେ ରାଜ୍ୟ ସ୍ତରୀୟ କର୍ମକର୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ସଂଗଠନକୁ ସୁଦୃଢ କରିବା ସହିତ ଆଗାମୀ ଦିନରେ ପ୍ରତ୍ୟକ ବର୍ଷ ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀରେ ଦେଶ ପ୍ରେମ ଦିବସକୁ ସଂଘ ସାଙ୍ଗ ପ୍ରେମୀ ଦିବସରେ ପାଳନ କରିବା ପାଇଁ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବଦଳ ଷଡ଼ଙ୍ଗୀ ପ୍ରସ୍ତାବ ରଖିଥିଲେ। ଏଥିସହିତ ନୟାଗଡ ଜିଲ୍ଲାର ୮ଗୋଟି ବ୍ଲକର ସଭାପତି, ସମ୍ପାଦକ, ଜିଲ୍ଲା କୋର କମିଟିର ସଦସ୍ୟମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସଭାପତି ତଥା ମୁଖ୍ୟ ଅତିଥି ପ୍ରଭାତ କୁମାର ତିୱାରୀ ତାଙ୍କ ବକ୍ତବ୍ୟରେ ଗାଳି, ତାଳି ଓ କୋଳାକୋଳି ମାଧ୍ୟମରେ ସଂଘରେ ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳନା କରାଯାଇ ପାରିଲେ ଆଗାମୀ ଦିନରେ ସଂଘ ସମସ୍ତ ଲକ୍ଷ ହାସଲ କରିବାରେ ସଫଳତା ମିଳିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟ ସଂଘରେ ସଭାପତି ପ୍ରଭାତ କୁମାର ତିୱାରୀ, ଅଜୟ କୁମାର ଜେନା ରାଜ୍ୟ ସଂଗଠନ ସମ୍ପାଦକ ,ସୁରେଶ କୁମାର ପାଣିଗ୍ରାହୀ, ରାଜ୍ୟ ସଂଘ ଉପ ସଭାପତି, ଦେବାଶିଷ ରାଉତ ରାଜ୍ୟ ସଂଘ କୋଷାଧକ୍ଷ, ସଂଗ୍ରାମ କୁମାର ସିଂ ରାଜ୍ୟ ସଂଘ ସମ୍ପାଦକ, ଜଗବନ୍ଧୁ ଦଳେଇ ପୁରୀ ଜିଲ୍ଲା ସଭାପତି, ପ୍ରଫୁଲ୍ଲ ହାଲି ରାୟଗଡା ଜିଲ୍ଲା ବରିଷ୍ଠ ସଭ୍ୟ, ନୟାଗଡ ଜିଲ୍ଲା ଏ.ଡି.ଇ.ଓ ସଂଘର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟି, ସମ୍ପାଦକ ପୁର୍ଣ ଚନ୍ଦ୍ର ମହାନ୍ତି, କୋଷାଧକ୍ଷ ନିରଞ୍ଜନ ମିଶ୍ର, ମୁଖ୍ୟ ଉପଦେଷ୍ଟା ବଦଳ ଷଡ଼ଙ୍ଗୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଜିଲ୍ଲା ଏ.ଡି.ଇ.ଓ ସଂଘର ସମ୍ପାଦକ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ।
Related posts
-
ସହରରେ ପାର୍କିଂ ଓ ଟ୍ରାଫିକ ସମସ୍ୟା ନେଇ ସାମ୍ବାଦିକଙ୍କ ଅସନ୍ତୋଷ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ସହରରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଓ ପାର୍କିଂ ସମସ୍ୟାକୁ ନେଇ ଜିଲ୍ଲା ସାମ୍ବାଦିକମାନେ ଗଭୀର ଉଦବେଗ... -
ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫... -
ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକ
January 21, 2025 Jajati Comments Off on ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ ପ୍ରଶିକ୍ଷକ ଅଭିଭାବକ ବୈଠକନୟାଗଡ଼, (ନୟାଗଡ଼ ଦର୍ପଣ): ଓଡ଼ଗାଁ ବ୍ଲକ ଶରଣକୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ପରିଧାନ ବିଭାଗର ଶିକ୍ଷକ...