ଜିଲ୍ଲାପାଳଙ୍କ ଦ୍ଵାରା ନୂତନ “ଡୁଡା” କାର୍ଯ୍ୟାଳୟ ଉଦଘାଟିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହରର ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗରେ ଆଜି ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ନୂତନ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଉଦଘାଟନୀ ପର୍ବରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁମନ ବେହେରା, ଜିଲ୍ଲାର ସମସ୍ତ ଏନ.ଏ.ସି ଓ ପୌର ପରିଷଦର ନିର୍ବାହୀ ଅଧିକାରୀ ଗଣ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସହରାଞ୍ଚଳର ବିକାଶ ନିମନ୍ତେ ଏହି କାର୍ଯ୍ୟାଳୟ ଏକ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବ ବୋଲି ଜିଲ୍ଲାପାଳ ମହୋଦୟ ମତବ୍ୟକ୍ତ କରିଥିଲେ । ସୂଚନାଯୋଗ୍ୟ ଏହି କୋଠାଟି ପୂର୍ବରୁ ଉପ-ଜିଲ୍ଲାପାଳଙ୍କ ବାସଭବନ ଭାବେ ରହିଥିଲା । ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ଉଦଘାଟନ ଯୋଗୁଁ ନୟାଗଡ଼, ଖଣ୍ଡପଡା, ରଣପୁର, ଦଶପଲ୍ଲା ଏବଂ ଓଡଗାଁ ସହରର ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ଏଣିକି ଉକ୍ତ କାର୍ଯ୍ୟାଳୟ ଅଧିକ ତ୍ୱରାନ୍ୱିତ ହେବ ବୋଲି ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପୌର ଉନ୍ନୟନ ସଂସ୍ଥାର ସର୍ବଶ୍ରୀ ପ୍ରଶାନ୍ତ କୁମାର ପରିଡା, ଅଦିତ୍ୟ ନାରାୟଣ ପ୍ରଧାନ, ନିଗମ ମହାପାତ୍ର, ସୁଭାଶିଷ ସେଠୀ, ପ୍ରଦୀପ କୁମାର ଦାସ ଓ ଚିରଞ୍ଜିବ ଦାସ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟାଳୟ ଉଦଘାଟନ ଯୋଗୁଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବେହେରା ସମସ୍ତଙ୍କୁ ସ୍ଵାଗତ କରିଛନ୍ତି।

Related posts