ଶରଣକୁଳ, (ନୟାଗଡ଼ ଦର୍ପଣ): ନୟାଗଡ଼ର ସ୍ବାତିଲଗ୍ନା ପ୍ରଡ଼କ୍ସନ ତରଫରୁ କବି ସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ ହୋଇଯାଇଛି। ଶ୍ରୀ ପାତ୍ରଙ୍କ ଏହି ଭଜନ ଅତିଥିମାନଙ୍କ କରକମଳରେ ଶରଣକୁଳ ନିକଟରେ ବିଜେ ମା’ ବୈଷ୍ଣୋଦେବୀ ପୀଠ ପରିସରରେ ଲୋକାର୍ପିତ ହୋଇଛି। ଆୟୋଜିତ ଏହି ଭଜନ ଲୋକାର୍ପଣ ଉତ୍ସବରେ ନିଜେ କବି ସୁଶାନ୍ତ ପାତ୍ର, କବି କଲ୍ଲୋଳ ଗୋଦାବରୀ ବସନ୍ତିଆ, କବି କୁସୁମ ନିରାକାର ସ୍ଵାଇଁ, ଅଧ୍ୟାପିକା ନୀଳିମା ନନ୍ଦ, ଦେବେନ୍ଦ୍ର ପ୍ରସାଦ ପରମଗୁରୁ, ଯୋଗଗୁରୁ ବୈକୁଣ୍ଠ ନାଥ ପ୍ରଧାନ, କୁମାର ଚନ୍ଦ୍ର ମହାପାତ୍ର ପ୍ରଭୁତି ଯୋଗ ଦେଇଥିଲେ। ମା’ ବୈଷ୍ଣୋଦେବୀଙ୍କ ଅପାର କରୁଣାରୁ ଗୀତିକାରଙ୍କ ସାରସ୍ବତ ଜୀବନ ଅତି ଉଜ୍ଜ୍ଵଳମୟ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୁଦୂର ଜାମ୍ମୁ କାଶ୍ମୀରରୁ ନୟାଗଡ଼ର ଜାମୁକଣକୁ ମାଆଙ୍କର ଆଗମନକୁ ଲକ୍ଷ୍ୟ କରି ଲିଖିତ ଏହି ଭଜନଟିକୁ ଶ୍ରୋତାମାନେ ନିଶ୍ଚୟ ପସନ୍ଦ କରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅତିଥିମାନେ କବିଙ୍କର ଉତ୍ତରୋତ୍ତର ସାରସ୍ବତ ଉନ୍ନତି ତଥା ଜୀବନରେ ସଫଳତା ପାଇଁ ମା’ ବୈଷ୍ଣୋଦେବୀଙ୍କ ପାଖରେ ପ୍ରାର୍ଥନା କରିଥିଲେ।
ସୁଶାନ୍ତ ପାତ୍ରଙ୍କ ‘ମା’ ବୈଷ୍ଣୋଦେବୀ’ ଭଜନ ଲୋକାର୍ପିତ
