ଦରବୃଦ୍ଧି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବିଭିନ୍ନ ଗ୍ରାମ ପରିକ୍ରମା

ଶରଣକୁଳ,(ନୟାଗଡ଼ ଦର୍ପଣ):- ଦରବୃଦ୍ଧି ବିରୁଦ୍ଧରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଅଭିଯାନ ପେଟ୍ରୋଲ, ଡିଜେଲ, ରନ୍ଧନଗ୍ୟାସ, ବିଦ୍ୟୁତ ଶୁକ୍ଳର ମୂଲ୍ୟ ବୃଦ୍ଧି ସହିତ ପ୍ରତ୍ୟେକ ଖାଉଟି ଦ୍ରବ୍ୟର ଆଶାତୀତ ଦରବୃଦ୍ଧି ଘଟିଥିବାରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଓଡଗାଁ ଓ ନୟାଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ପରିକ୍ରମା ସହିତ ପଥପ୍ରାନ୍ତ ସଂଗଠିତ କରାଯାଇଛି । ପେଟ୍ରୋଲର ଏଭଳି ଅହେତୁକ ଦରବୃଦ୍ଧି କେନ୍ଦ୍ର ମୋଦି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି ଏବଂ ଏହାର ପ୍ରତିବାଦରେ ଆସନ୍ତା ୧୫ତାରିଖରେ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶରଣକୁଳ, କଲ୍ୟାଣପୁର, ଗୋତିସାହି, ସୋଲପଟା, ରଘୁନାଥପୁର ଓ କୁଶାପାଣ୍ଡେରି ଗ୍ରାମ ମାନଙ୍କରେ ପ୍ରଚାରକ ଅଭିଯାନ ହୋଇଥିଲା । ଏହି ଅଭିଯାତ୍ରୀ ଦଳରେ ମୋର୍ଚ୍ଚାର ବରିଷ୍ଠନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, କୃଷ୍ଣଚନ୍ଦ୍ର…

Read More

ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ସମ୍ମୁଖରେ ଧାରଣା

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟଳ ଖାଦ୍ୟସାମଗ୍ରୀ ଉପରେ କେନ୍ଦ୍ର ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ ୩୦ପରିବର୍ତ୍ତେ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣି ପାରି ନାହାଁନ୍ତି ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର କୀଟନାଶକ ଔଷଧ ପ୍ରଦାନ ଦାବି ପ୍ରତିବାଦରେ ଦେଶବ୍ୟାପି କଂଗ୍ରେସ ଦଳ ବିକ୍ଷୋଭ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଓଡଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଓଡଗାଁ ବ୍ଲକ ସାମ୍ନାରେ ଆଜି ପୂର୍ବାହ୍ନ ୧୧.୦୦ଘଟିକା ସମୟରେ ଦୁଇ ଘଣ୍ଟିଆ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପେଟ୍ରୋଲ…

Read More

ଓଡ଼ଗାଁ ବ୍ଳକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ ଡ଼ା. ପୋମା ଟୁଡୁ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ ଆଜି ଓଡ଼ଗାଁ ବ୍ଲକ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନନ୍ଦିଘୋର ପଞ୍ଚାୟତରେ ମନରେଗାରେ ନିର୍ମାଣ ହୋଇଥିବା ଖେଳପଡ଼ିଆ, ନେଳୀ ପୋଖରୀ, ପାଣିଖିଆ ପୋଖରୀ କାର୍ଯ୍ୟର ସମୀକ୍ଷା କରିବା ସହ ମୃତ୍ତିକା ସଂରକ୍ଷଣ ଏବଂ ଜଳବିଭାଜିକା ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ବେଡ଼ ପୋଖରୀକୁ ବୁଲି ଦେଖିଥିଲେ। ହରିହରପୁରଠାରେ ଏକ ଛତୁ ଫାର୍ମକୁ ମଧ୍ୟ ପରିଦର୍ଶନ କରିଥିଲେ । କୁରାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାବେରା ନୂତନ ପଞ୍ଚାୟତ ଗୃହ, ପନ୍ତିଖାରୀ ପୋଖରୀ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତରେ ଜିଲ୍ଲାପାଳଙ୍କ ସହିତ ବିଡିଓ ସ୍ୱାତୀଲେଖା ଦାଶ, ତହସିଲଦାର ବିଜୟୀତା ସାମନ୍ତସିଂହାର, ଏନଏସି ନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ…

Read More

ଓଡ଼ଗାଁରେ ରାସ୍ତା ପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କି ସାମ୍ନାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦେଇ ଆଖୁପଦର ଯାଇଥିବା ରାସ୍ତାର ଉଭୟ ପାର୍ଶ୍ବରେ ବିଭିନ୍ନ ପ୍ରକାରର ଫୁଲ ଫଳ ଜାତୀୟ ବୃକ୍ଷର ଚାରା ରୋପଣ କରାଯାଇଛି । ଓଡ଼ଗାଁ ତାଲୁକ୍ ଲିଗାଲ ସର୍ଭିସ୍ ଓ ନୟାଗଡ଼ ଜିଲ୍ଲା ବନ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ପ୍ରଥମ ଦିନରେ ପ୍ରାୟ ୫୦ ଉର୍ଦ୍ଧ ଚାରା ରୋପଣ କରାଯାଇଛି। ଓଡ଼ଗାଁ ଆଡିସନାଲ ସେସ୍କନ ଜଜ ଶିବାଶିଷ ଗିରି, ସିଭିଲ ଜଜ ଅପୁର୍ବ ରାୟ, ଗ୍ରାମ୍ୟ ନ୍ୟାୟାଳୟ ଅଧିକାରୀ ସୁଧାବାଇ ଅଗ୍ରୱାଲ, ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି, ରେଞ୍ଜର ଅମ୍ରିତ କୁମାର ସାହୁଙ୍କ ସହ ସମସ୍ତ ବନ କର୍ମଚାରୀ ଓ ଅଦାଲତ କର୍ମଚାରୀ ମାନେ ମିଳିତ ଭାବେ ଚାରା ରୋପଣ କରି ପ୍ରଥମ ଜଳ ପ୍ରଦାନ କରିଥିଲେ। କୃଷ୍ଣଚୂଡ଼ା,…

Read More

୪୮୦ ବୋତଲ କଫ ସିରଫ ଜବତ, ଜଣେ ଗିରଫ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଓଡ଼ଗାଁ ପୁଲିସ୍ ଜନୈକ କଫ ସିରଫ୍ ବ୍ୟବସାୟୀକୁ ଗିରଫ କରିବା ବହୁ ପରିମାଣର କଫ ସିରଫ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ଶରଣକୁଳ ଥାନା ଗୋଡ଼ିପଡ଼ା ଛୋଟ ତେଲିସାହିର ଲକ୍ଷ୍ମୀଧର ପାତ୍ର। ଗତକାଲି ସେ କଫ ସିରଫ ନେଇ ଓଡ଼ଗାଁ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପେଟାପଲ୍ଲି ଛକ ନିକଟରୁ ପୁଲିସ ଧରିଥିଲା। ତାଙ୍କ ପାଖରୁ ୪୮୦ ବୋତଲ କଫ ସିରଫ ଜବତ କରାଯାଇଥିବା ବେଳେ ଓଡ଼ଗାଁ ଥାନାରେ ୭୧/୨୧ରେ ଏକ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

Read More

ଅରୋମିରା ଟ୍ରଷ୍ଟ ଓ ସବୁଜ ସାଥି କୁରାଳ ଦ୍ଵାରା ବନ କର୍ମଚାରୀ ସମ୍ବର୍ଦ୍ଧିତ

ଓଡଗାଁ,(ନୟାଗଡ ଦର୍ପଣ): ଓଡଗାଁ ରେଞ୍ଜ କାର୍ୟ୍ୟାଳୟ ପରିସରରେ ବରିଷ୍ଠ ସାମ୍ବାଦିକ ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟଅତିଥି ଭାବେ ଏସିଏଫ୍ ଅରବିନ୍ଦ ମହାନ୍ତି, ମୁଖ୍ୟ ବକ୍ତା ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ, ସମ୍ମାନିତ ଅତିଥି ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ଶିକ୍ଷକ ପଞ୍ଚାନନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସୁକାନ୍ତ ଚୌଧୁରୀ ଉପସ୍ଥିତ ଥିଲେ। କୁରାଳ ଅରୋମିରା ଟ୍ରଷ୍ଟ ଓ ସବୁଜ ସାଥି କୁରାଳ ତରଫରୁ ବନପାଳ ଜ୍ୟୋତିରଞ୍ଜନ ମାନସିଂହ, ସରିତା ବରାଳ, ବନରକ୍ଷୀ ସନ୍ତୋଷ କୁମାର ପରିଡ଼ା ଓ ଜିତେନ୍ଦ୍ର କୁମାର ବେହେରାଙ୍କୁ ଉପଢୌକନ ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ବନକର୍ମଚାରୀଙ୍କ ସହିତ ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ ରହିଲେ ଜଙ୍ଗଲ ସୁରକ୍ଷା ସମ୍ଭବ ବୋଲି ଅମ୍ରିତ୍ କୁମାର ସାହୁ ବକ୍ତବ୍ୟ ରଖିଥିଲେ। ପ୍ରକୃତିବନ୍ଧୁ ରଞ୍ଜନ…

Read More

କୋମଣ୍ଡ ପଞ୍ଚାୟତ ପରିସରରେ ‘ମିଶନ ଶକ୍ତି’ ଗୃହପାଇଁ ଭୂମିପୂଜନ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ବିକାଶ ପାଇଁ ମିଶନଶକ୍ତି ମାଧ୍ୟମରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରୁଥିବାବେଳେ ମହିଳାମାନଙ୍କ ସ୍ୱତନ୍ତ୍ର ଗୃହ ପାଇଁ ଆଜି ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ ପରିସରରେ “ମିଶନ ଶକ୍ତି” ଗୃହର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନବନିଯୁକ୍ତ ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ବିରାଜଲକ୍ଷ୍ମୀ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୂମିପୂଜନ କରିଥିବା ବେଳେ ୨ନଂ ଜୋନର ଜିଲ୍ଲା ପରିଷଦ ବିଭୁପ୍ରସାଦ ସାହୁ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇଥିଲେ।ଏହି ପଞ୍ଚାୟତର ମହିଳାମାନେ ଉପସ୍ଥିତ ରହି ହୁଳହୁଳି ମାଧ୍ୟମରେ ମହିଳା ସଭାନେତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କୋମଣ୍ଡ ସରପଞ୍ଚ ସୁଶାନ୍ତ କୁମାର ଦଳେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Read More

ଡକାୟତି ଯୋଜନା ପଣ୍ଡ ମାଷ୍ଟରମାଇଣ୍ଡ ଫେରାର

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଗତକାଲି ବିଳମ୍ବିତ ରାତିରେ ଓଡ଼ଗାଁ ଖେଳପଡ଼ିଆ ସାହି କାଜୁ ଜଙ୍ଗଲରେ ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ ଓଡ଼ଗାଁ ପୋଲିସ କାବୁକରିବା ସହିତ ସେମାନଙ୍କଠାରୁ ବହୁ ମାରଣାସ୍ତ୍ର,ଏକ ମୋଟର ସାଇକେଲ, ମୋବାଇଲ ଫୋନ ଜବତ କରାଯାଇଛି । ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜାରିଙ୍ଗିର ଶଙ୍କର ସାହୁ ଓ ଆଉକିଛି ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଓଡ଼ଗାଁ ଷ୍ଟୁଡିଓ ସାହିର ଲିପୁ ପ୍ରଧାନ(୨୧), ଖେଳପଡ଼ିଆ ସାହିର ମହେନ୍ଦ୍ର ସାହୁ(୨୦) ଓ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ରଞ୍ଜନ ବିଶୋଇ(୨୨) ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଓଡ଼ଗାଁ ଥାନାରେ ୭୦/୨୧ରେ ମାମଲା ରୁଜୁକରି ବିଚାର ବିଭାଗୀୟ ହାଜତକୁ ପଠାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Read More

ଓଡ଼ଗାଁରେ ଶିକ୍ଷକମାନଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ଆଜି ଓଡଗାଁ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଠାରେ ଓଡଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଅନୁରୋଧ କ୍ରମେ ମଣ୍ଡଳ ଶିକ୍ଷା ଅଧିକାରୀ ଗିତାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ୭ଟି ଆଞ୍ଚଳିକ ସାଧନକେନ୍ଦ୍ରର ୧୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୋଭିସିଲ୍ଡ ଟୀକାକରଣ କରାଯାଇଛି। ଏଥିରେ ଭକ୍ତରଞ୍ଜନ ମିଶ୍ର, ନରେଶ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ଦାସ, ରଞ୍ଜନ କୁମାର ଦାଶ, ଜୟକୃଷ୍ଣ ପ୍ରଧାନ, ମନୋଜ କୁମାର ନାୟକ, ସୁକାନ୍ତ କୁମାର ସାହୁ ପ୍ରମୁଖ ଶିକ୍ଷକ ସଂଘ କର୍ମକର୍ତ୍ତା, ସୁଶେନ୍ଦୁ କୁମାର ଷଡ଼ଙ୍ଗୀ, ଲଳିତ ମୋହନ ମିଶ୍ର, ତ୍ରିଲୋଚନ ସାମନ୍ତରାୟ, ଚିତ୍ତରଞ୍ଜନ ମିଶ୍ର, ସନ୍ତୋଷ କୁମାର ସାହୁ ଆଦି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗଣ ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ…

Read More

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ହେତୁ ସିପିଆଇଏମର ବିକ୍ଷୋଭ

ଓଡ଼ଗାଁ,(ନୟାଗଡ଼ ଦର୍ପଣ): କରୋନା ମହାମାରୀ ସାଧାରଣ ଲୋକଙ୍କ ବଞ୍ଚିବାର ସାହାସ କାଢ଼ି ନେଇ ଦୁର୍ଗତୀ ଭିତରକୁ ଠେଲି ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଘନ ଘନ ଦରବୃଦ୍ଧି ନୀତି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଏହି ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇଏମ୍ ପକ୍ଷରୁ ଓଡ଼ଗାଁ ବ୍ଳକର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରେଟୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ବିଦ୍ୟୁତ୍ ଶକ୍ତି ଇତ୍ୟାଦି ଆକାଶ ଛୁଆଁ ହୋଇଛି । ଏଥିସହିତ କେନ୍ଦ୍ର ସରକାରଙ୍କ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ମଧ୍ୟ ବୃଦ୍ଧି ଘଟିଛି ବୋଲି ବିକ୍ଷୋଭକାରୀ ନେତାମାନେ କହିଛନ୍ତି । ଆଜି ସିପିଆଇଏମ୍ ନେତାମାନେ ଓଡ଼ଗାଁ ବ୍ଲକର ଶରଣକୁଳ, ବାଉଁଶିଆ, ଗୁଞ୍ଜବାରଣ, ଆଙ୍ଗିସିଙ୍ଗି, ଧୁସୁମା ଏବଂ ଶିଖରପୁର ଗ୍ରାମ ପଞ୍ଚାୟତରେ ପଥପ୍ରାନ୍ତ ସଭା କରି ଲୋକଙ୍କ ମଧ୍ୟରେ…

Read More