ଘୋଷଯାତ୍ରାରେ ସବୁଜ ବାହିନୀ ଦ୍ୱାରା ବୃକ୍ଷରୋପଣ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ପବିତ୍ର ଘୋଷଯାତ୍ରା ଅବସରରେ କୋମଣ୍ଡ ଆଞ୍ଚଳିକ ସାଧନକେନ୍ଦ୍ର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଭଗବତୀପ୍ରସାଦ ପରିସରରେ ଏବଂ ବିଦ୍ୟାଳୟ ଖେଳ ପଡିଆରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଓଡଗାଁ ବନାଞ୍ଚଳ ଅଧିକାରୀ ଅମ୍ରିତ୍ କୁମାର ସାହୁ, ସମ୍ମାନିତ ଅତିଥି ରୂପେ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ, ବନରକ୍ଷୀ ସନ୍ତୋଷ କୁମାର ପରିଡ଼ା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଲଳିତ ମୋହନ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାୟକ, ଉତ୍କଳମଣି ସେବାସଂଘର ସମ୍ପାଦକ ବସନ୍ତ କୁମାର ଆଲଟିଆଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଉପସ୍ଥିତ ଥିଲେ। ପ୍ରଥମେ ବୃକ୍ଷକୁ ଫୁଲ, ଚନ୍ଦନ, ଧୂପ ଦୀପ ଦେଇ ପୂଜା କରାଯାଇଥିଲା। ପରେ ବଉଳ, ପଣସ, ପେସ୍ତାବାଦାମ, କୃଷ୍ଣଚୁଡା, ଶିଶୁ, ଲେମ୍ବୁ ଆଦି ବୃକ୍ଷଗୁଡିକୁ ରୋପଣ କରାଯାଇଥିଲା।ବିଦ୍ୟାଳୟ ତରଫରୁ ଏଭଳି କାର୍ଯ୍ୟକ୍ରମ କରିବା ସହିତ ସମସ୍ତେ ବୃକ୍ଷରୋପଣ ସହିତ ତାର ଯତ୍ନ ପାଇଁ ସଚେତନ ଥିବାରୁ ବନାଞ୍ଚଳ ଅଧିକାରୀ ଶ୍ରୀ ସାହୁ ପୂର୍ବତନ ପ୍ରଧାନ ଶିକ୍ଷକ ବୁଦ୍ଧିଆ ପାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କ୍ଳଷ୍ଟରରେ ବିଦ୍ୟାଳୟ ସ୍ତରରେ ଏଭଳି କାର୍ଯ୍ୟକ୍ରମକୁ ସାଧୁବାଦ ଜଣାଇଥିଲେ।

ବିଗତ ବର୍ଷ ଲଗାଯାଇଥିବା ଗଛର ଯତ୍ନ ନେଇଥିବା ଯୋଗୁଁ ୧୦୦ ଗଛରୁ ୭୩ଟି ଗଛ ବର୍ତ୍ତମାନ ଜୀବିତ ଥିବାରୁ ପ୍ରକୃତିବନ୍ଧୁ ରଞ୍ଜନ କୁମାର ଦାଶ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିକୁ ଧନ୍ୟବାଦ ଅର୍ପଣ କରିଥିଲେ। ବୃକ୍ଷ ରୋପଣକୁ ଯେତିକି ଗୁରୁତ୍ୱ ଦେଉଛେ ବୃକ୍ଷକୁ ବଞ୍ଚାଇବାକୁ ତା’ଠାରୁ ଅଧିକ ଗୁରୁତ୍ୱ ଦରକାର ବୋଲି ବନରକ୍ଷୀ ସନ୍ତୋଷ କୁମାର ପରିଡା ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷକ ରମାକାନ୍ତ ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସୁଚିତ୍ରା ପ୍ରଧାନ, ନୀଲମ ପ୍ରିୟଦର୍ଶନୀ, ତ୍ରିଲୋଚନ ମହାକୁଡ ସହଯୋଗ କରିଥିଲେ।

Related posts